Skip to content
BibleKenya

ଯିହୋଶୂୟ

Joshua

Introduction from this edition

ଯିହୋଶୂୟଙ୍କ ପୁସ୍ତକ

ଲେଖକ

ଯିହୋଶୂୟ ପୁସ୍ତକରେ ଲେଖକଙ୍କ ନାମ ସ୍ପଷ୍ଟ ଭାବରେ ଉଲ୍ଲେଖିତ ନାହିଁ। ଏହି ପୁସ୍ତକର ଅନେକାଂଶ ବିଷୟ ଯିହୋଶୂୟ, ନୂନଙ୍କ ପୁତ୍ର, ମୋଶାଙ୍କର ଉତ୍ତରାଧିକାରୀ ଇସ୍ରାଏଲର ନେତା ଲେଖିଛନ୍ତି, ଏହି ପୁସ୍ତକରେ ପରବର୍ତ୍ତୀ ଅଂଶ ଯିହୋଶୂୟଙ୍କ ମୃତ୍ୟୁ ପରେ ଅନ୍ୟ ଏକ ବ୍ୟକ୍ତି ଦ୍ଵାରା ଲେଖାଯାଇଥିଲା। ସମ୍ଭବତଃ ଯିହୋଶୂୟଙ୍କ ମୃତ୍ୟୁ ପରେ ଅନେକ ପରିଚ୍ଛେଦ ଗୁଡ଼ିକ ସମ୍ପାଦନ/ସଂକଳନ କରାଯାଇଅଛି। ଯିହୋଶୂୟଙ୍କ ନେତୃତ୍ଵରେ ମୋଶାଙ୍କ ମୃତ୍ୟୁ ଠାରୁ ପ୍ରତିଜ୍ଞାତ ଦେଶକୁ ଅଧିକାର କରିବା ପର୍ଯ୍ୟନ୍ତ ଏହି ପୁସ୍ତକ ବିବରଣ ପ୍ରକାଶ କରେ।

ସମୟ ଓ ସ୍ଥାନ

ପ୍ରାୟ 1405-1385 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି।

ହୁଏତ ଏହି ପୁସ୍ତକ କିଣାନରୁ ଲେଖାଯାଇଅଛି, ଯେଉଁ ସ୍ଥାନରେ ଯିହୋଶୂୟ ପ୍ରତିଜ୍ଞାତ ଦେଶକୁ ଅଧିକାର କରିବା ଘଟଣା ଘଟିଥିଲା।

ପ୍ରାପକ

ଯିହୋଶୂୟ ପୁସ୍ତକ ଇସ୍ରାଏଲ ଏବଂ ବାଇବଲର ସମସ୍ତ ଭବିଷ୍ୟ ପାଠକଙ୍କ ନିମନ୍ତେ ଲେଖାଯାଇଥିଲା।

ଉଦ୍ଦେଶ୍ୟ

ପରମେଶ୍ୱର ପ୍ରତିଜ୍ଞା କରିଥିବା ଦେଶକୁ ଅଧିକାର କରିବା ନିମନ୍ତେ ସେନା ଶିବିର ଗୁଡ଼ିକର ଏକ ସାଧାରଣ ସମୀକ୍ଷାକୁ ଏହି ପୁସ୍ତକ ପ୍ରଦାନ କରେ। ମିସରରୁ ପ୍ରସ୍ଥାନ ଏବଂ ପରବର୍ତ୍ତୀ 40 ବର୍ଷ ମରୂପ୍ରାନ୍ତରରେ ବିଭ୍ରାନ୍ତ, ନୂତନ ଭାବେ ଗଠିତ ଦେଶ ବର୍ତ୍ତମାନ ପ୍ରତିଜ୍ଞାତ ଦେଶରେ ପ୍ରବେଶ କରି, ସେହି ଦେଶରେ ବାସ କରୁଥିବା ଲୋକ ଏବଂ ଦେଶକୁ ଅଧିକାର କରିବାକୁ ପ୍ରସ୍ତୁତ। କିପରି ଏହି ମନୋନୀତ ଲୋକେ ନିୟମ ଅଧୀନରେ ପ୍ରତିଜ୍ଞାତ ଦେଶରେ ସ୍ଥାପିତ ହେଲେ ତାହା ଏହି ପୁସ୍ତକ ପ୍ରକାଶ କରେ। ଇସ୍ରାଏଲର ପିତୃବଂଶୀୟ ଏବଂ ଇସ୍ରାଏଲ ଲୋକମାନଙ୍କୁ ସୀନୟ ପର୍ବତରେ ପ୍ରଥମେ ଦେଇଥିବା ନିୟମ ପ୍ରତି ସଦାପ୍ରଭୁଙ୍କର ବିଶ୍ୱସ୍ତତା ଏଠାରେ ବର୍ଣ୍ଣନା କରାଯାଇଅଛି। ଏହି ପୁସ୍ତକ ଭବିଷ୍ୟ ପିଢ଼ିରେ ପରମେଶ୍ୱରଙ୍କ ଲୋକମାନଙ୍କୁ ଅନୁରୂପ ନିଷ୍ଠା, ଏକତା, ଏବଂ ଉଚ୍ଚ ନୀତିଶିକ୍ଷା ପ୍ରତି ପ୍ରେରଣା କରିବାକୁ ଏବଂ ପଥପ୍ରଦର୍ଶକ ହେବାକୁ ଉଦ୍ଦିଷ୍ଟ ଅଟେ।

ବିଷୟବସ୍ତୁ

ବିଜୟ

ରୂପରେଖା

1. ପ୍ରତିଜ୍ଞାତ ଦେଶକୁ ପ୍ରବେଶ — 1:1-5:12

2. ଦେଶକୁ ଅଧିକାର କରିବା — 5:13-12:24

3. ଦେଶକୁ ବିଭାଜନ କରିବା — 13:1-21:45

4. ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ରହିବା ଓ ଜନଜାତି ମଧ୍ୟରେ ଏକତା — 22:1-24:33

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.