Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଯିହୋଶୂୟ 12

ମୋଶାଙ୍କ ଦ୍ୱାରା ପରାଜିତ ରାଜାଗଣ

ଇସ୍ରାଏଲ-ସନ୍ତାନଗଣ ଯେଉଁ ଦେଶୀୟ ରାଜାମାନଙ୍କୁ ବଧ କରି ଯର୍ଦ୍ଦନ ସେପାରି ସୂର୍ଯ୍ୟୋଦୟ ଆଡ଼େ ଅର୍ଣ୍ଣୋନ ଉପତ୍ୟକାରୁ ହର୍ମୋଣ ପର୍ବତ ପର୍ଯ୍ୟନ୍ତ ଓ ପୂର୍ବଦିଗସ୍ଥିତ ସମସ୍ତ ପଦାଭୂମି ଅଧିକାର କଲେ, ସେମାନେ ଏହି।

ହିଷ୍‍ବୋନ ନିବାସୀ ଇମୋରୀୟମାନଙ୍କ ସୀହୋନ ରାଜା, ସେ ଅର୍ଣ୍ଣୋନ-ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ଓ ଉପତ୍ୟକାର ମଧ୍ୟବର୍ତ୍ତୀ ନଗର ଓ ଗିଲୀୟଦର ଅର୍ଦ୍ଧ ଦେଶଠାରୁ ଅମ୍ମୋନ-ସନ୍ତାନଗଣର ସୀମାସ୍ଥିତ ଯବ୍ବୋକ୍‍ ନଦୀ ପର୍ଯ୍ୟନ୍ତ

ଓ ପଦାଭୂମିସ୍ଥିତ କିନ୍ନେରତ୍‍ ହ୍ରଦର ପୂର୍ବ ତୀର ପର୍ଯ୍ୟନ୍ତ ଓ ବେଥ୍-ଯିଶିମୋତର ପଥରେ ପଦାଭୂମିସ୍ଥିତ ଲବଣ ସମୁଦ୍ରର ପୂର୍ବ ତୀର ପର୍ଯ୍ୟନ୍ତ ଓ ପିସ୍ଗାର ଅଧଃସ୍ଥିତ ଦକ୍ଷିଣ ଦେଶରେ କର୍ତ୍ତୃତ୍ୱ କଲେ।

ପୁଣି ବାଶନୀୟ ଓଗ୍‍ ରାଜାର ଅଞ୍ଚଳ (ଅଧିକାର କଲେ) ସେ ଅବଶିଷ୍ଟ ରଫାୟୀୟ ବଂଶଜାତ, ସେ ଅଷ୍ଟାରୋତ୍‍ ଓ ଇଦ୍ରିୟୀରେ ବାସ କଲା, ପୁଣି ସେ ହର୍ମୋଣ ପର୍ବତରେ ଓ ସଲଖାରେ ଓ ଗଶୂରୀୟମାନଙ୍କ ଓ ମାଖାଥୀୟମାନଙ୍କ ସୀମା ପର୍ଯ୍ୟନ୍ତ ସମୁଦାୟ ବାଶନ ଦେଶରେ ଓ ହିଷ୍‍ବୋନର ରାଜା ସୀହୋନର ସୀମା ପର୍ଯ୍ୟନ୍ତ ଗିଲୀୟଦର ଅର୍ଦ୍ଧ ଦେଶରେ କର୍ତ୍ତୃତ୍ୱ କଲେ।

ସଦାପ୍ରଭୁଙ୍କ ସେବକ ମୋଶା ଓ ଇସ୍ରାଏଲ-ସନ୍ତାନଗଣ ଏମାନଙ୍କୁ ବଧ କଲେ; ପୁଣି ସଦାପ୍ରଭୁଙ୍କ ସେବକ ମୋଶା ସେହି ଦେଶ ଅଧିକାର କରିବା ପାଇଁ ରୁବେନୀୟ ଓ ଗାଦୀୟ ଲୋକମାନଙ୍କୁ ଓ ମନଃଶିର ଅର୍ଦ୍ଧ ବଂଶକୁ ଦେଲେ।

ଯିହୋଶୂୟଙ୍କ ଦ୍ୱାରା ପରାଜିତ ରାଜାଗଣ

ଯର୍ଦ୍ଦନ ଏପାରି ପଶ୍ଚିମ ଦିଗରେ ଲିବାନୋନର ସମସ୍ଥଳୀସ୍ଥିତ ବାଲ୍‍ଗାଦ୍‍ଠାରୁ ସେୟୀରଗାମୀ ହାଲକ୍‍ ପର୍ବତ ପର୍ଯ୍ୟନ୍ତ ଯିହୋଶୂୟ ଓ ଇସ୍ରାଏଲ-ସନ୍ତାନଗଣ ଦେଶୀୟ ଯେଉଁ ଯେଉଁ ରାଜାଙ୍କୁ ବଧ କଲେ ଓ ଯିହୋଶୂୟ ଯେଉଁ ଯେଉଁ ପର୍ବତମୟ ଦେଶ ଓ ତଳଭୂମି ଓ ପଦାଭୂମି ଓ ଅଧିତ୍ୟକା ଓ ପ୍ରାନ୍ତର ଓ ଦକ୍ଷିଣାଞ୍ଚଳସ୍ଥ ହିତ୍ତୀୟ, ଇମୋରୀୟ ଓ କିଣାନୀୟ ଓ ପରିଷୀୟ, ହିବ୍ବୀୟ ଓ ଯିବୂଷୀୟମାନଙ୍କ ଦେଶ ଅଧିକାର କରିବା ପାଇଁ ସ୍ୱ ସ୍ୱ ବିଭାଗାନୁସାରେ ଇସ୍ରାଏଲ-ବଂଶମାନଙ୍କୁ ଦେଲେ, ସେହି ସବୁ ରାଜା ଏହି; ଯିରୀହୋର ରାଜା, ଏକ; ବେଥେଲ୍‍ର ନିକଟସ୍ଥ ଅୟର ରାଜା ଯିରୂଶାଲମର ରାଜା, ଏକ; ହିବ୍ରୋଣର ରାଜା, ଏକ; ଯର୍ମୂତର ରାଜା, ଏକ; ଲାଖୀଶ୍‍ର ରାଜା, ଏକ; ଇଗ୍ଲୋନ୍‍ର ରାଜା, ଏକ; ଗେଷରର ରାଜା, ଏକ; ଦବୀରର ରାଜା, ଏକ; ଗେଦରର ରାଜା, ଏକ; ହର୍ମାର ରାଜା, ଏକ; ଅରାଦର ରାଜା, ଏକ; ଲିବ୍‍ନାର ରାଜା, ଏକ; ଅଦୁଲ୍ଲମର ରାଜା, ଏକ; ମକ୍କେଦାର ରାଜା, ଏକ; ବେଥେଲ୍‍ର ରାଜା, ଏକ; ତପୂହର ରାଜା, ଏକ; ହେଫରର ରାଜା, ଏକ; ଅଫେକର ରାଜା, ଏକ; ଲାଶାରୋଣର ରାଜା, ଏକ; ମାଦୋନର ରାଜା, ଏକ; ହାସୋରର ରାଜା, ଏକ; ଶିମ୍ରୋଣମରୋଣର ରାଜା, ଏକ; ଅକ୍‍ଷଫର ରାଜା, ଏକ; ତାନକ୍‍ର ରାଜା, ଏକ; ମଗିଦ୍ଦୋର ରାଜା, ଏକ; କେଦଶର ରାଜା, ଏକ; କର୍ମିଲସ୍ଥ ଯଗ୍ନିୟାମର ରାଜା, ଏକ; ଦୋର ଉପପର୍ବତସ୍ଥିତ ଦୋରର ରାଜା, ଏକ; ଗିଲ୍‍ଗଲ୍‍ସ୍ଥ ଗୋୟିମର ରାଜା, ଏକ; ତିର୍ସାର ରାଜା, ଏକ; ସର୍ବସୁଦ୍ଧା ଏକତିରିଶ ରାଜା।

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.