Skip to content
BibleKenya

ଆଦି ପୁସ୍ତକ

Genesis

Introduction from this edition

ଆଦି ପୁସ୍ତକ

ଲେଖକ

ଯିହୁଦୀ ପରମ୍ପରା ଏବଂ ବାଇବଲର ଅନ୍ୟ ଲେଖକଗଣ ମୋଶାଙ୍କୁ, ଇସ୍ରାଏଲର ଭବିଷ୍ୟଦ୍‍ବକ୍ତା ଏବଂ ଇସ୍ରାଏଲର ଉଦ୍ଧାରକର୍ତ୍ତା, ସଂପୂର୍ଣ୍ଣ ପଞ୍ଚଗ୍ରନ୍ଥ; ପୁରାତନ ନିୟମର ପ୍ରଥମ ପାଞ୍ଚୋଟି ପୁସ୍ତିକା ଗୁଡ଼ିକର ଲେଖକ ଭାବରେ ନାମାଙ୍କିତ କରନ୍ତି। ମିସରରେ ତାହାଙ୍କର ଶିକ୍ଷା (ପ୍ରେରିତ 7:22) ଏବଂ ଏଠାରେ ପରମେଶ୍ୱରଙ୍କ ସାହାଯ୍ୟ ନିମନ୍ତେ ଏବ୍ରୀ ନାମ ଯିହୋବାଃଙ୍କ ସହ ତାହାଙ୍କର ଘନିଷ୍ଠତାକୁ ଯୀଶୁ ନିଜେ ମୋଶାଙ୍କର ଲେଖକତ୍ଵକୁ ପ୍ରମାଣ କରନ୍ତି (ଯୋହନ 5:45-47), ଯେପରି ତାହାଙ୍କ ସମୟର ଶାସ୍ତ୍ରୀ ଓ ଫାରୂଶୀମାନେ କରିଥିଲେ (ମାଥିଉ 19:7; 22:24)।

ସମୟ ଓ ସ୍ଥାନ

ପ୍ରାୟ 1,446-1,405 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି।

ସମ୍ଭବତଃ ଯେତେବେଳେ ଇସ୍ରାଏଲ ଲୋକମାନେ ମରୁପ୍ରାନ୍ତରରେ ସମୟ କାଟୁଥିଲେ ସେହି ସମୟରେ ମୋଶା ଏହି ପୁସ୍ତକକୁ ଲେଖିଥାଇ ପାରନ୍ତି।

ପ୍ରାପକ

ଇସ୍ରାଏଲ ଲୋକମାନେ, ମିସରରୁ ବନ୍ଦୀ ଅବସ୍ଥାରୁ ଫେରିଲା ପରେ ଓ ପ୍ରତିଜ୍ଞା ଦେଶ ଅର୍ଥାତ୍‍ କିଣାନକୁ ପ୍ରବେଶ କରିବା ପୂର୍ବରୁ, ପ୍ରାପକ ହୋଇଥାଇ ପାରନ୍ତି।

ଉଦ୍ଦେଶ୍ୟ

ମୋଶା ଇସ୍ରାଏଲ ଦେଶର “ପାରିବାରିକ ଇତିହାସକୁ” ବର୍ଣ୍ଣନା କରିବାକୁ ଏହି ପୁସ୍ତକ ଲେଖିଲେ। କିଭଳି ଇସ୍ରାଏଲ ଲୋକେ ନିଜକୁ ମିସର ଦେଶରେ ବନ୍ଦୀ ଅବସ୍ଥାରେ ପାଇଲେ (1:8), ଯେଉଁ ଦେଶକୁ ସେମାନେ ପ୍ରବେଶ କରିବାକୁ ଯାଉଥିଲେ ସେହି ଦେଶ କାହିଁକି “ପ୍ରତିଜ୍ଞା ଦେଶ” ଥିଲା ତାହା ବର୍ଣ୍ଣନା କରିବାକୁ (17:8), ଇସ୍ରାଏଲ ଲୋକମାନଙ୍କ ଜୀବନରେ ଯାହା କିଛି ଘଟିଥିଲା ତାହା ଉପରେ ପରମେଶ୍ୱରଙ୍କର ସାର୍ବଭୌମତ୍ଵ ଏବଂ ସେମାନଙ୍କର ମିସରରେ ବନ୍ଦୀ ଅବସ୍ଥା ଏକ ଦୁର୍ଘଟଣା ନ ଥିଲା କିନ୍ତୁ ତାହା ପରମେଶ୍ୱରଙ୍କ ଏକ ମହାନ ଯୋଜନା ଅଂଶ ଥିଲା ତାହା ପ୍ରକାଶ କରିବାକୁ (15:13-16; 50:20), ଯେଉଁ ପରମେଶ୍ୱର ପୃଥିବୀର ସୃଷ୍ଟିକର୍ତ୍ତା ସେ ଅବ୍ରହାମଙ୍କ ପରମେଶ୍ୱର, ଇସ୍‌ହାକଙ୍କ ପରମେଶ୍ୱର ଓ ଯାକୁବଙ୍କ ପରମେଶ୍ୱର ଅଟନ୍ତି ତାହା ପ୍ରକାଶ କରିବାକୁ (3:15-16)। ଇସ୍ରାଏଲର ପରମେଶ୍ୱର ଅନ୍ୟ ଦେବତାମାନଙ୍କ ସହିତ ସମାନ ନୁହନ୍ତି ବରଂ ସେ ସ୍ୱର୍ଗ ଏବଂ ପୃଥିବୀର ସର୍ବୋଚ୍ଚ ସୃଷ୍ଟିକର୍ତ୍ତା ଅଟନ୍ତି, ତାହା ବର୍ଣ୍ଣନା କରିବା, ଆଦି ପୁସ୍ତକ ଲେଖିବାରେ ମୋଶାଙ୍କର ଉଦ୍ଦେଶ୍ୟ ଥିଲା।

ବିଷୟବସ୍ତୁ

ଆରମ୍ଭ

ରୂପରେଖା

1. ସୃଷ୍ଟି — 1:1-2:25

2. ମାନବଜାତିର ପାପ — 3:1-24

3. ଆଦମଙ୍କ ପିଢ଼ି — 4:1-6:8

4. ନୋହଙ୍କ ପିଢ଼ି — 6:9-11:32

5. ଅବ୍ରହାମଙ୍କ ଇତିହାସ — 12:1-25:18

6. ଇସ୍‌ହାକ ଓ ତାହାଙ୍କ ସନ୍ତାନମାନଙ୍କର ଇତିହାସ — 25:19-36:43

7. ଯାକୁବଙ୍କର ପିଢ଼ି — 37:1-50:26

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.