Skip to content
BibleKenya

ରୋମୀୟ

Romans

Introduction from this edition

The Epistle of Paul the Apostle to the Romans

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର

ଲେଖକ

ରୋମୀୟ 1:1 ପଦ ଅନୁସାରେ ଏହି ପତ୍ରର ଲେଖକ ପାଉଲ ଥିଲେ, 16 ବର୍ଷ ବୟସରେ ନିରୋ ରାଜା ରୋମକୁ ଶାସନ କରିବା ପାଇଁ ସିଂହାସନ ଗ୍ରହଣ କରିବାର 3 ବର୍ଷ ପରେ କରିନ୍ଥର ଗ୍ରୀକ ସହରରୁ ରୋମରେ ଥିବା ବିଶ୍ଵାସୀମାନଙ୍କୁ ପାଉଲ ଏହି ପତ୍ର ଲେଖିଥିଲେ। ସେହି ସୁପ୍ରସିଦ୍ଧ ସହର ସମସ୍ତ ପ୍ରକାର ବ୍ୟଭିଚାର ଓ ମୂର୍ତ୍ତିପୂଜାରେ ପରିପୂର୍ଣ୍ଣ ମଧ୍ୟ ଥିଲା। ତେବେ ଯେତେବେଳେ ପାଉଲ ରୋମୀୟ ପୁସ୍ତକରେ ମନୁଷ୍ୟମାନଙ୍କର ପାପ ବିଷୟରେ କିମ୍ବା ଈଶ୍ବରଙ୍କ ଅନୁଗ୍ରହର ଶକ୍ତି ସମ୍ପୂର୍ଣ୍ଣ ଭାବରେ ଜୀବନକୁ ବଦଳାଇବା ସାମର୍ଥ୍ୟ ବିଷୟରେ ଲେଖିଲେ, ସେ ସେହି ବିଷୟଗୁଡ଼ିକ ଜାଣିଥିଲେ ଯାହା ସେ କହୁଥିଲେ। ପାଉଲଙ୍କର ବିଷୟବସ୍ତୁ ଓ ସଂକ୍ଷିପ୍ତ ବିବରଣୀ ସୁସମାଚାର ଉପରେ ଆଧାରିତ। ଈଶ୍ବରଙ୍କ ପବିତ୍ରତା, ମନୁଷ୍ୟର ପାପ, ଏବଂ ଯୀଶୁଙ୍କ ଦ୍ଵାରା ଅନୁଗ୍ରହପ୍ରାପ୍ତ।

ସମୟ ଓ ସ୍ଥାନ

ପ୍ରାୟ 57 ଖ୍ରୀଷ୍ଟାବ୍ଦ ମଧ୍ୟରେ କରିନ୍ଥରୁ ଲେଖାଯାଇଅଛି।

ଏହି ପତ୍ର ଲେଖିବାର ମୁଖ୍ୟ ସ୍ଥାନ ରୋମ ହେଇପାରେ।

ପ୍ରାପକ

ରୋମରେ ଥିବା ସମସ୍ତ ଈଶ୍ଵରପ୍ରେମୀ ଏବଂ ଭକ୍ତ ଏବଂ ତାହାଙ୍କ ପବିତ୍ର ଲୋକ ହେବା ନିମନ୍ତେ ଆହୂତ, ସେମାନେ ହେଉଛନ୍ତି ରୋମ ସାମ୍ରାଜ୍ୟର ରାଜଧାନୀରେ ଥିବା ରୋମୀୟ ମଣ୍ଡଳୀର ସମସ୍ତ ବିଶ୍ୱାସୀ (ରୋମୀୟ 1:7)।

ଉଦ୍ଦେଶ୍ୟ

ରୋମୀୟ ପତ୍ର ଖ୍ରୀଷ୍ଟୀୟ ଶିକ୍ଷା ଉପରେ ସ୍ପଷ୍ଟ ଏବଂ ପ୍ରଣାଳୀବଦ୍ଧ ଭାବେ ଲିପିବଦ୍ଧ ଅଟେ। ପାଉଲ ମଣିଷର ପାପ ବିଷୟରୁ ଆରମ୍ଭ କରିଅଛନ୍ତି। ସମସ୍ତ ମନୁଷ୍ୟ ଜାତିର ପାପକୁ ଆଲୋଚନା କରି ପାଉଲ ଆରମ୍ଭ କରନ୍ତି। ଈଶ୍ବରଙ୍କ ବିରୁଦ୍ଧରେ ଆମ୍ଭମାନଙ୍କର ବିଦ୍ରୋହାଚରଣ ହେତୁ ସମସ୍ତ ଲୋକ ଦଣ୍ଡିତ ହୋଇଛନ୍ତି। ତଥାପି, ଈଶ୍ବର ଆପଣା ଅନୁଗ୍ରହରେ ଆପଣା ପୁତ୍ର ଯୀଶୁଙ୍କଠାରେ ବିଶ୍ଵାସ ଦ୍ଵାରା ଆମ୍ଭମାନଙ୍କୁ ନ୍ୟାଯ୍ୟତା ପ୍ରତିପାଦନ କରିଛନ୍ତି। ଯେତେବେଳେ ଆମ୍ଭେମାନେ ଈଶ୍ବରଙ୍କ ଦ୍ଵାରା ବିଚାରିତ ହେଉ, ଆମ୍ଭେମାନେ ପରିତ୍ରାଣ ପାଉ କାରଣ ଖ୍ରୀଷ୍ଟଙ୍କ ରକ୍ତ ଆମ୍ଭମାନଙ୍କର ପାପକୁ ଢାଙ୍କେ। କିପରି ଜଣେ ବ୍ୟକ୍ତି ନିଜ ପାପର ଶକ୍ତି ଏବଂ ଦଣ୍ଡରୁ ମୁକ୍ତି ପ୍ରାପ୍ତ କରିବ ସେହି ସମସ୍ୟା ବିଷୟରେ ପାଉଲ ନିଜର ଉପଚାରର ସମ୍ପୂର୍ଣ୍ଣ ଏକ ଯୁକ୍ତିତର୍କ ଉପସ୍ଥାପନ କରନ୍ତି।

ବିଷୟବସ୍ତୁ

ଈଶ୍ବରଙ୍କ ଧାର୍ମିକତା

ରୂପରେଖା

1. ପାପ ଦଣ୍ଡର ଅବସ୍ଥା ଏବଂ ଧାର୍ମିକତାର ଆବଶ୍ୟକତା — 1:18-3:20

2. ଧାର୍ମିକତା ଆରୋପ, ନ୍ୟାୟ — 3:21-5:21

3. ଧାର୍ମିକତା ପ୍ରଦାନ, ପବିତ୍ରୀକରଣ — 6:1-8:39

4. ଇସ୍ରାଏଲ ପ୍ରତି ଈଶ୍ଵରୀୟ ବ୍ୟବସ୍ଥା — 9:1-11:36

5. ଧାର୍ମିକତା ପ୍ରଥାର ପାଳନ — 12:1-15:13

6. ଉପସଂହାର: ବ୍ୟକ୍ତିଗତ ବାର୍ତ୍ତା — 15:14-16:27

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.