ଦ୍ବିତୀୟ ବଂଶାବଳୀ
2 Chronicles
Introduction from this edition
ବଂଶାବଳୀର ଦ୍ୱିତୀୟ ପୁସ୍ତକ
ଲେଖକ
ଯିହୁଦୀ ପରମ୍ପରା ଅନୁସାରେ ଏଜ୍ରାଙ୍କୁ ପୁସ୍ତକର ଲେଖକ ବୋଲି ବିଶ୍ୱାସ କରାଯାଏ। ଦ୍ୱିତୀୟ ବଂଶାବଳୀ-ପୁସ୍ତକ ଶଲୋମନଙ୍କ ରାଜତ୍ଵରୁ ଆରମ୍ଭ ହୁଏ। ଶଲୋମନଙ୍କ ମୃତ୍ୟୁ ପରେ ରାଜ୍ୟ ବିଭାଜିତ ହୁଏ। ଦ୍ୱିତୀୟ ବଂଶାବଳୀ-ପୁସ୍ତକ ପ୍ରଥମ ବଂଶାବଳୀ ପୁସ୍ତକର ପରବର୍ତ୍ତୀ ପୁସ୍ତକ ଅଟେ ଯାହା ରାଜା ଶଲୋମନଙ୍କ ଶାସନଠାରୁ ବାବିଲରେ ବନ୍ଦୀ ଅବସ୍ଥା ପର୍ଯ୍ୟନ୍ତ ଏବ୍ରୀ ଲୋକମାନଙ୍କର ଇତିହାସକୁ ପ୍ରକାଶ କରେ।
ସମୟ ଓ ସ୍ଥାନ
ପ୍ରାୟ 450-425 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି।
ଯଦିଓ, ଏହା ସ୍ପଷ୍ଟ ଯେ ଏହି ପୁସ୍ତକର ସମୟ, ଇସ୍ରାଏଲ ଲୋକମାନେ ବାବିଲରୁ ନିର୍ବାସିତ ହେଲା ପରେ, ତଥାପି ବଂଶାବଳୀ ପୁସ୍ତକର ସଠିକ୍ ସମୟ ନିର୍ଦ୍ଧାରଣ କରିବା କଷ୍ଟକର ଅଟେ।
ପ୍ରାପକ
ପ୍ରାଚୀନ ଯିହୁଦୀ ଏବଂ ବାଇବଲର ପରବର୍ତ୍ତୀ ପାଠକମାନେ।
ଉଦ୍ଦେଶ୍ୟ
ଦ୍ୱିତୀୟ ବଂଶାବଳୀ-ପୁସ୍ତକ ପ୍ରାୟ ଦ୍ୱିତୀୟ ଶାମୁୟେଲ ଓ ଦ୍ୱିତୀୟ ରାଜାବଳୀ ପୁସ୍ତକର ବିଷୟମାନ ସହିତ ସମାନ ଅଟେ। ଦ୍ୱିତୀୟ ବଂଶାବଳୀ-ପୁସ୍ତକ ସେହି ସମୟର ଯାଜକତ୍ୱ ଉପରେ ଅଧିକ କେନ୍ଦ୍ରିତ କରେ। ଦ୍ୱିତୀୟ ବଂଶାବଳୀ-ପୁସ୍ତକ ମୂଳତଃ, ଦେଶର ଧର୍ମ ଇତିହାସ ଉପରେ ଏକ ମୂଲ୍ୟ ନିର୍ଦ୍ଧାରଣ ଅଟେ।
ବିଷୟବସ୍ତୁ
ଇସ୍ରାଏଲର ଆତ୍ମିକ ପରମ୍ପରା
ରୂପରେଖା
1. ଶଲୋମନଙ୍କ ଅଧୀନରେ ଇସ୍ରାଏଲର ଇତିହାସ — 1:1-9:31
2. ରିହବୀୟାମ ଠାରୁ ଆହସ୍ — 10:1-28:27
3. ହିଜକୀୟ ଠାରୁ ଯିହୁଦାର ଶେଷ — 29:1-36:23
ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-10-25.