Skip to content
BibleKenya

ପ୍ରଥମ ଶାମୁୟେଲ

1 Samuel

Introduction from this edition

ଶାମୁୟେଲଙ୍କ ପ୍ରଥମ ପୁସ୍ତକ

ଲେଖକ

ଏହି ପୁସ୍ତକରେ ଲେଖକଙ୍କ ବିଷୟରେ ସ୍ପଷ୍ଟ ସୂଚନା ନାହିଁ। ସମ୍ଭବତଃ, ଶାମୁୟେଲ ଲେଖିଥାଇ ପାରନ୍ତି ଏବଂ ସେ ପ୍ରଥମ ଶାମୁୟେଲ 1:1-24:22 ନିମନ୍ତେ, ନିଶ୍ଚିତ ଭାବରେ ସୂଚନା ପ୍ରଦାନ କରିଛନ୍ତି, ଯାହା ତାହାଙ୍କ ଜୀବନ ଏବଂ ତାହାଙ୍କ ମୃତ୍ୟୁ ପର୍ଯ୍ୟନ୍ତ କାର୍ଯ୍ୟ ନିର୍ବାହ ପନ୍ଥାର ଏକ ଜୀବନୀ ଅଟେ। ଏହା ଅତ୍ୟଧିକ ସମ୍ଭବ ଯେ ଭବିଷ୍ୟଦ୍‍ବକ୍ତା ଶାମୁୟେଲ ଏହି ପୁସ୍ତକର ଏକ ଭାଗ ଲେଖିଛନ୍ତି। ପ୍ରଥମ ଶାମୁୟେଲ ପାଇଁ ଅନ୍ୟ ସାମ୍ଭାବିକ ସାହାଯ୍ୟକାରୀମାନେ ହେଲେ, ଭବିଷ୍ୟଦ୍‍ବକ୍ତା/ଐତିହାସିକ ନାଥନ ଏବଂ ଗାଦ୍‍ (ପ୍ର.ବଂ. 29:29)।

ସମୟ ଓ ସ୍ଥାନ

ପ୍ରାୟ 1050-722 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି।

ଲେଖକ ଏହି ପୁସ୍ତକୁ ଯିହୁଦା ଏବଂ ଇସ୍ରାଏଲର ବିଭାଜନ ପରେ ଲେଖିଛନ୍ତି, କାରଣ ଯିହୁଦା ଓ ଇସ୍ରାଏଲକୁ ପୃଥକ ଭାବେ ଅନେକ ପଦଗୁଡ଼ିକର ଉଲ୍ଲେଖ କରାଯାଇଅଛି (ପ୍ର.ଶା. 11:8; 17:52; 18:16; ଦ୍ଵି.ଶା. 5:5; 11:11; 12:8; 19:42-43; 24:1, 9)।

ପ୍ରାପକ

ଏହି ପୁସ୍ତକର ମୂଳ ପ୍ରାପକମାନେ ହେଲେ, ଯିହୁଦା ଏବଂ ଇସ୍ରାଏଲର ବିଭାଜିତ ରାଜତନ୍ତ୍ରର ସଦସ୍ୟ, ଯେଉଁମାନଙ୍କୁ ଦାଉଦଙ୍କର ରାଜତ୍ଵର ବିଧିମାନ୍ୟତା ଏବଂ ଉଦ୍ଦେଶ୍ୟ ଉପରେ ଏକ ଐଶ୍ଵରିକ ପରିପ୍ରେକ୍ଷଣ ଆବଶ୍ୟକତା ଥିଲା।

ଉଦ୍ଦେଶ୍ୟ

ଯେପରି କିଣାନ ଦେଶରେ ଇସ୍ରାଏଲ, ବିଚାରକର୍ତ୍ତାମାନଙ୍କ ଶାସନଠାରୁ, ରାଜାମାନଙ୍କ ଅଧୀନରେ ଏକ ଏକୀକୃତ ଦେଶ ହୁଏ, ଏହାର ଇତିହାସକୁ ପ୍ରଥମ ଶାମୁୟେଲ ଲିପିବଦ୍ଧ କରେ। ଶାମୁୟେଲ ଶେଷ ବିଚାରକର୍ତ୍ତା ଭାବରେ ଦୃଶ୍ୟମାନ ହୁଅନ୍ତି ଏବଂ ସେ ପ୍ରଥମ ଦୁଇ ରାଜା ଯଥା, ଶାଉଲ ଏବଂ ଦାଉଦଙ୍କୁ ଅଭିଷେକ କରନ୍ତି।

ବିଷୟବସ୍ତୁ

ଅବସ୍ଥାନ୍ତର

ରୂପରେଖା

ଶାମୁୟେଲଙ୍କର ଜୀବନୀ ଓ ସେବାକାର୍ଯ୍ୟ — 1:1-8:22

2. ଇସ୍ରାଏଲର ପ୍ରଥମ ରାଜା ଭାବରେ ଶାଉଲଙ୍କ ଜୀବନୀ — 9:1-12:25

3. ରାଜା ଭାବରେ ଶାଉଲଙ୍କର ବିଫଳତା — 13:1-15:35

4. ଦାଉଦଙ୍କ ଜୀବନୀ — 16:1-20:42

5. ଇସ୍ରାଏଲର ରାଜା ଭାବରେ ଦାଉଦଙ୍କର ଅନୁଭୂତି — 21:1-31:13

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.