Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ପ୍ରଥମ ବଂଶାବଳୀ 3

ଦାଉଦଙ୍କ ବଂଶଧର

ଦାଉଦଙ୍କର ଏହି ପୁତ୍ରମାନେ ହିବ୍ରୋଣରେ ଜାତ ହୋଇଥିଲେ;

ଜ୍ୟେଷ୍ଠ ପୁତ୍ର ଅମ୍ନୋନ, ସେ ଯିଷ୍ରିୟେଲୀୟା ଅହୀନୋୟମ୍‍ଠାରୁ ଜାତ;

ଦ୍ୱିତୀୟ ଦାନିୟେଲ, ସେ କର୍ମିଲୀୟା ଅବୀଗଲଠାରୁ ଜାତ;

ତୃତୀୟ ଅବଶାଲୋମ, ସେ ଗଶୂରର ରାଜା ତଲ୍ମୟର କନ୍ୟା ମାଖାର ପୁତ୍ର;

ଚତୁର୍ଥ ଅଦୋନୀୟ, ସେ ହଗୀତର ପୁତ୍ର;

ପଞ୍ଚମ ଶଫଟୀୟ, ସେ ଅବିଟଲଠାରୁ ଜାତ;

ଷଷ୍ଠ ଯିତ୍ରୀୟମ, ସେ ଦାଉଦଙ୍କର ଭାର୍ଯ୍ୟା ଇଗ୍ଲାଠାରୁ ଜାତ।

ହିବ୍ରୋଣରେ ଦାଉଦଙ୍କର ଛଅ ପୁତ୍ର ଜାତ ହେଲେ ଓ ସେଠାରେ ସେ ସାତ ବର୍ଷ ଛଅ ମାସ ରାଜ୍ୟ କଲେ; ପୁଣି, ସେ ଯିରୂଶାଲମରେ ତେତିଶ ବର୍ଷ ରାଜ୍ୟ କଲେ। ଯିରୂଶାଲମରେ ତାଙ୍କର ଏହି ପୁତ୍ରମାନେ ଜାତ ହୋଇଥିଲେ, ଯଥା, ଶିମୀୟ, ଶୋବବ୍‍, ନାଥନ ଓ ଶଲୋମନ, ଏହି ଚାରି ଜଣ ଅମ୍ମୀୟେଲର କନ୍ୟା ବତ୍‍ଶୂୟାଠାରୁ ଜାତ; ଆହୁରି

ୟିଭର ଓ ଇଲୀଶାମା ଓ ଇଲୀଫେଲଟ୍‍;

ନୋଗହ ଓ ନେଫଗ୍‍ ଓ ଯାଫୀୟ;

ଇଲୀଶାମା ଓ ଇଲୀୟାଦା ଓ ଇଲୀଫେଲଟ୍‍, ଏହି ନଅ ଜଣ।

ଏସମସ୍ତେ ଦାଉଦଙ୍କର ପୁତ୍ର; ଏମାନେ ଉପପତ୍ନୀଗଣର ସନ୍ତାନମାନଙ୍କଠାରୁ ଭିନ୍ନ; ଆଉ ତାମର ଏମାନଙ୍କର ଭଗିନୀ ଥିଲା।

ପୁଣି, ଶଲୋମନଙ୍କର ପୁତ୍ର ରିହବୀୟାମ,

ତାଙ୍କର ପୁତ୍ର ଅବୀୟ,

ତାହାର ପୁତ୍ର ଆସା,

ତାହାର ପୁତ୍ର ଯିହୋଶାଫଟ୍‍;

ତାହାର ପୁତ୍ର ଯୋରାମ୍‍,

ତାହାର ପୁତ୍ର ଅହସୀୟ,

ତାହାର ପୁତ୍ର ଯୋୟାଶ୍‍;

ତାହାର ପୁତ୍ର ଅମତ୍‍ସୀୟ,

ତାହାର ପୁତ୍ର ଅସରୀୟ,

ତାହାର ପୁତ୍ର ଯୋଥମ୍‍;

ତାହାର ପୁତ୍ର ଆହସ୍‌,

ତାହାର ପୁତ୍ର ହିଜକୀୟ,

ତାହାର ପୁତ୍ର ମନଃଶି;

ତାହାର ପୁତ୍ର ଆମୋନ୍‍,

ତାହାର ପୁତ୍ର ଯୋଶୀୟ।

ଯୋଶୀୟର ପୁତ୍ରଗଣ, ଯଥା, ପ୍ରଥମଜାତ ଯୋହାନନ୍‍, ଦ୍ୱିତୀୟ ଯିହୋୟାକୀମ୍‍, ତୃତୀୟ ସିଦିକୀୟ, ଚତୁର୍ଥ ଶଲ୍ଲୁମ୍‍। ପୁଣି, ଯିହୋୟାକୀମ୍‍ର ସନ୍ତାନଗଣ; ତାହାର ପୁତ୍ର ଯିକନୀୟ, ତାହାର ପୁତ୍ର ସିଦିକୀୟ। ବନ୍ଦୀ ଯିକନୀୟର ସନ୍ତାନଗଣ; ତାହାର ପୁତ୍ର ଶଲ୍ଟୀୟେଲ, ମଲ୍‍କୀରାମ୍‍, ପଦାୟ, ଶିନତ୍ସର, ଯିକମୀୟ, ହୋଶାମା ଓ ନଦବିୟ। ପଦାୟର ପୁତ୍ର ଯିରୁବ୍ବାବିଲ୍‍ ଓ ଶିମୀୟି; ପୁଣି, ସରୁ ଯିରୁବ୍ବାବିଲ୍‍ର ସନ୍ତାନ ମଶୁଲ୍ଲମ୍‍ ଓ ହନାନୀୟ ଓ ଶଲୋମୀତ୍‍ ସେମାନଙ୍କର ଭଗିନୀ ଥିଲା। ଆଉ ହଶୂବା, ଓହେଲ୍‍, ବେରିଖୀୟ, ହସଦୀୟ ଓ ଯୁଶବ-ହେଷଦ୍‍, ଏହି ପାଞ୍ଚ ଜଣ। ଆଉ ହନାନୀୟର ସନ୍ତାନ ପ୍ଲଟୀୟ ଓ ଯିଶାୟାହ; ରଫାୟର ପୁତ୍ରଗଣ, ଅର୍ଣ୍ଣନର ପୁତ୍ରଗଣ, ଓବଦୀୟର ପୁତ୍ରଗଣ, ଶଖନୀୟର ପୁତ୍ରଗଣ। ଶଖନୀୟର ପୁତ୍ରଗଣ; ଶମୟୀୟ; ଶମୟୀୟର ପୁତ୍ରଗଣ; ହଟୂଶ୍‍, ଯିଗାଲ, ବାରୀହ, ନିୟରୀୟ ଓ ଶାଫଟ୍‍, ଛଅ ଜଣ। ନିୟରୀୟର ସନ୍ତାନ ଇଲୀୟୋଐନୟ, ହିଜକୀୟ ଓ ଅସ୍ରୀକାମ, ଏହି ତିନି ଜଣ। ପୁଣି, ଇଲୀୟୋଐନୟର ପୁତ୍ର ହୋଦବୀୟ, ଇଲୀୟାଶୀବ, ପ୍ଲାୟ, ଅକ୍କୂବ, ଯୋହାନନ୍‍, ଦଲୟିୟ ଓ ଅନାନି, ଏହି ସାତ ଜଣ।

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.