ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ
ପ୍ରଥମ ବଂଶାବଳୀ 4
ଯିହୁଦାଙ୍କ ବଂଶଧର
ଯିହୁଦାର ସନ୍ତାନଗଣ ପେରସ, ହିଷ୍ରୋଣ, କର୍ମି, ହୂର ଓ ଶୋବଲ୍। ପୁଣି, ଶୋବଲ୍ର ସନ୍ତାନ ରାୟା ଯହତ୍କୁ ଜାତ କଲା; ପୁଣି, ଯହତ୍ ଅହୂମୟ ଓ ଲହଦକୁ ଜାତ କଲା। ଏମାନେ ସରାୟୀୟ ଗୋଷ୍ଠୀ। ଐଟମ୍ର ପିତାର ସନ୍ତାନ ଯିଷ୍ରିୟେଲ ଓ ଯିଶ୍ମା ଓ ଯିଦ୍ବଶ; ଏମାନଙ୍କ ଭଗିନୀର ନାମ ହତ୍ସଲିଲ୍-ପୋନୀ ଥିଲା। ଆଉ ଗଦୋରର ପିତା ପନୂୟେଲ ଓ ହୂଶଃର ପିତା ଏସର୍; ଏମାନେ ବେଥଲିହିମର ପିତା ଇଫ୍ରାଥାର ଜ୍ୟେଷ୍ଠ ପୁତ୍ର ହୂରର ସନ୍ତାନ। ପୁଣି, ତକୋୟର ପିତା ଅସ୍ହୂରର ହିଲା ଓ ନାରା ନାମ୍ନୀ ଦୁଇ ଭାର୍ଯ୍ୟା ଥିଲେ। ନାରା ତାହାର ଔରସରେ ଅହୁଷମକୁ, ହେଫରକୁ, ତୈମିନିକୁ ଓ ଅହସ୍ତରିକୁ ପ୍ରସବ କଲା। ଏମାନେ ନାରାର ସନ୍ତାନ। ଆଉ ହିଲାର ସନ୍ତାନ ସେରତ୍, ୟସ୍ହାର1 ଓ ଇତ୍ନନ୍। ପୁଣି, ହକ୍କୋସ୍ ଆନୂବକୁ, ସୋବେବାକୁ ଓ ହାରୁମ୍ର ପୁତ୍ର ଅହହେଲର ଗୋଷ୍ଠୀକୁ ଜାତ କଲା। ପୁଣି, ଯାବେଷ୍ ଆପଣା ଭ୍ରାତୃଗଣ ଅପେକ୍ଷା ଅଧିକ ସମ୍ଭ୍ରାନ୍ତ ଥିଲା; ତାହାର ମାତା ତାହାର ନାମ ଯାବେଷ୍ ରଖିଥିଲା, କାରଣ ସେ କହିଥିଲା, “ଆମ୍ଭେ ଦୁଃଖରେ ଏହାକୁ ପ୍ରସବ କଲୁ।” ମାତ୍ର ଏହି ଯାବେଷ୍ ଇସ୍ରାଏଲର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରି କହିଲା, “ଆହା, ଏହା ଯେପରି ଆମ୍ଭ ଦୁଃଖର କାରଣ ନ ହୁଏ, ଏଥିପାଇଁ ତୁମ୍ଭେ ଆମ୍ଭକୁ ନିତାନ୍ତ ଆଶୀର୍ବାଦ କର, ଆମ୍ଭ ସୀମା ବୃଦ୍ଧି କର, ତୁମ୍ଭ ହସ୍ତ ଆମ୍ଭର ସହାୟ ହେଉ, ପୁଣି, ତୁମ୍ଭେ ଆମ୍ଭକୁ ମନ୍ଦରୁ ରକ୍ଷା କର।” ତହିଁରେ ପରମେଶ୍ୱର ତାହାର ନିବେଦିତ ବିଷୟ ତାହାକୁ ପ୍ରଦାନ କଲେ। ଶୂହାର ଭ୍ରାତା କଲୂବ ମହୀରକୁ ଜାତ କଲା, ସେ ଇଷ୍ଟୋନ୍ର ପିତା। ଇଷ୍ଟୋନ୍ ବେଥ୍-ରାଫା ଓ ପାସେହକୁ, ଆଉ ଈରନାହସର ପିତା ତହିନ୍ନକୁ ଜାତ କଲା। ଏମାନେ ରେକାର ଲୋକ। କନସର ପୁତ୍ର ଅତ୍ନୀୟେଲର ଓ ସରାୟ; ଅତ୍ନୀୟେଲର ପୁତ୍ରମାନେ; ହଥତ୍। ମିୟୋନୋଥୟ ଅଫ୍ରାକୁ ଜାତ କଲା; ପୁଣି, ସରାୟ ଗିହରଷୀୟମାନଙ୍କ ପିତା ଯୋୟାବକୁ ଜାତ କଲା; ଏମାନେ ଶିଳ୍ପକାର ଥିଲେ। ଆଉ ଯିଫୁନ୍ନିର ପୁତ୍ର କାଲେବଙ୍କର ସନ୍ତାନଗଣ; ଈରୁ, ଏଲା ଓ ନୟମ; ଆଉ ଏଲାର ସନ୍ତାନଗଣ ଓ କନସ। ଯିହଲିଲେର ପୁତ୍ରଗଣ; ସୀଫ୍, ସୀଫା, ତୀରିୟ ଓ ଅସାରେଲ। ଆଉ, ଏଜ୍ରାର ପୁତ୍ରଗଣ; ଯେଥର, ମେରଦ୍, ଏଫର ଓ ଯାଲୋନ୍ (ମେରଦ୍ର) ଭାର୍ଯ୍ୟା ମରୀୟମ, ଶମ୍ମୟ ଓ ଇଷ୍ଟିମୋୟର ପିତା ଯିଶ୍ବହକୁ ପ୍ରସବ କଲା। ଆଉ ତାହାର ଯିହୁଦୀୟା ଭାର୍ଯ୍ୟା, ଗଦୋରର ପିତା ଯେରଦକୁ, ସୋଖୋର ପିତା ହେବରକୁ ଓ ସାନୋହର ପିତା ଯିକୂଥୀୟେଲକୁ ପ୍ରସବ କଲା। ମାତ୍ର ସେମାନେ ଫାରୋର କନ୍ୟା ବିଥିୟାର ସନ୍ତାନ ଥିଲେ, ମେରଦ୍ ତାହାକୁ ବିବାହ କରିଥିଲା। ନହମର ଭଗିନୀ, ହୋଦୀୟର ଭାର୍ଯ୍ୟାର ସନ୍ତାନ ଗର୍ମୀୟ କିୟୀଲାର ପିତା ଓ ମାଖାଥୀୟ ଇଷ୍ଟିମୋୟ। ଆଉ, ଶିମୋନର ସନ୍ତାନ ଅମ୍ନୋନ, ରିଣ୍ଣ, ବିନ୍ହାନନ୍ ଓ ତୀଲୋନ୍। ଆଉ ଈଶୀର ସନ୍ତାନ ସୋହେତ୍ ଓ ବିନ୍-ସୋହେତ୍। ଯିହୁଦାର ପୁତ୍ର ଶେଲାର ପୁତ୍ରଗଣ; ଲେକାର ପିତା ଏର ଓ ମାରେଶାର ପିତା ଲାଦା, ଆଉ ବେଥ୍-ଅସବେୟର ବଂଶଜାତ କ୍ଷୌମବସ୍ତ୍ର-ପ୍ରସ୍ତୁତକାରୀ ସକଳ ଗୋଷ୍ଠୀ; ପୁଣି, ଯୋକୀମ୍, କୋଷେବାର ଲୋକମାନେ, ଯୋୟାଶ୍, ସାରଫ୍ ନାମକ ମୋୟାବର ଶାସନକର୍ତ୍ତା ଓ ଯାଶୂବିଲେହମ୍। ଏହା ଲିଖିତ ବିବରଣୀ ଅଟେ। ଏମାନେ କୁମ୍ଭକାର, ନତାୟିମ ଓ ଗଦେରାରେ ବାସ କଲେ; ସେମାନେ ସେଠାରେ ରାଜା ସଙ୍ଗେ ତାହାର କାର୍ଯ୍ୟ ସକାଶେ ବାସ କଲେ।
ଶିମୀୟୋନଙ୍କ ବଂଶଧର
ଶିମୀୟୋନର ସନ୍ତାନ ନମୂୟେଲ ଓ ଯାମୀନ୍, ଯାରୀବ, ସେରହ, ଶୌଲ; ତାହାର ପୁତ୍ର ଶଲ୍ଲୁମ୍, ତାହାର ପୁତ୍ର ମିବ୍ସମ୍, ତାହାର ପୁତ୍ର ମିଶ୍ମା। ପୁଣି, ମିଶ୍ମାର ସନ୍ତାନ ହମୁୟେଲ, ତାହାର ସନ୍ତାନ ସକ୍କୁର, ତାହାର ପୁତ୍ର ଶିମୀୟି। ଆଉ, ଶିମୀୟିର ଷୋଳ ପୁତ୍ର ଓ ଛଅ କନ୍ୟା ଥିଲେ; ମାତ୍ର ତାହାର ଭ୍ରାତୃଗଣର ଅନେକ ସନ୍ତାନ ନ ଥିଲେ, କିଅବା ସେମାନଙ୍କର ଗୋଷ୍ଠୀ ଯିହୁଦା-ସନ୍ତାନଗଣ ତୁଲ୍ୟ ବୃଦ୍ଧି ପାଇଲେ ନାହିଁ। ଆଉ, ସେମାନେ ବେର୍ଶେବାରେ, ମୋଲାଦାରେ, ହତ୍ସର-ଶୁୟାଲ୍ରେ, ବିଲ୍ହାରେ, ଏତ୍ସମ୍ରେ, ତୋଲଦରେ, ବଥୂୟେଲରେ, ହର୍ମାରେ, ସିକ୍ଲଗ୍ରେ, ବେଥ୍-ମର୍କାବୋତ୍ରେ, ହତ୍ସର୍-ସୂଷୀମ୍ରେ, ବେଥ୍-ବିରୀରେ ଓ ଶାରୟିମ୍ରେ ବାସ କଲେ। ଦାଉଦଙ୍କର ରାଜତ୍ୱ ପର୍ଯ୍ୟନ୍ତ ଏସବୁ ନଗର ସେମାନଙ୍କର ଥିଲା। ଆଉ, ଗ୍ରାମସୁଦ୍ଧା ଐଟମ୍, ଐନ୍, ରିମ୍ମୋନ୍, ତୋଖେନ୍ ଓ ଆଶନ୍, ଏହି ପାଞ୍ଚ ନଗର; ପୁଣି, ବାଲ୍ ପର୍ଯ୍ୟନ୍ତ ଏହି ନଗରର ଚତୁର୍ଦ୍ଦିଗସ୍ଥ ସମସ୍ତ ଗ୍ରାମ ସେମାନଙ୍କର ଥିଲା। ଏହିସବୁ ସେମାନଙ୍କର ନିବାସ ସ୍ଥାନ ଓ ସେମାନଙ୍କ ନିଜର ବଂଶାବଳୀ ଅଛି।
ଆଉ, ମଶୋବବ୍, ଯମ୍ଲେକ ଓ ଅମତ୍ସୀୟର ପୁତ୍ର ଯୋଶ ଓ ଯୋୟେଲ, ପୁଣି, ଅସୀୟେଲର ପ୍ରପୌତ୍ର ସରାୟର ପୌତ୍ର ଯୋଶିବିୟର ପୁତ୍ର ଯେହୂ; ଇଲୀୟୋଐନୟ, ଯାକୋବା, ଯିଶୋହାୟ, ଅସାୟ, ଅଦୀୟେଲ, ଯିଶୀମିୟେଲ ଓ ବନାୟ; ଆଉ, ଶମୟୀୟର ଅତି ବୃଦ୍ଧ ପ୍ରପୌତ୍ର ଶିମ୍ରିର ବୃଦ୍ଧ ପ୍ରପୌତ୍ର ଯିଦାୟର ପ୍ରପୌତ୍ର ଆଲୋନର ପୌତ୍ର ଶିଫିୟିର ପୁତ୍ର ସୀଷଃ; ଏହି ଯେଉଁ ବ୍ୟକ୍ତିମାନଙ୍କ ନାମ ବ୍ୟକ୍ତ ହେଲା, ସେମାନେ ଆପଣା ଆପଣା ଗୋଷ୍ଠୀର ଅଧ୍ୟକ୍ଷ ଥିଲେ ଓ ସେମାନଙ୍କ ପିତୃବଂଶ ଅତିଶୟ ବୃଦ୍ଧି ପାଇଲେ। ପୁଣି, ସେମାନେ ଆପଣାମାନଙ୍କ ପଶୁପଲ ପାଇଁ ଚରାସ୍ଥାନ ଅନ୍ୱେଷଣ କରିବାକୁ ଗଦୋରର ପ୍ରବେଶ ସ୍ଥାନ, ଅର୍ଥାତ୍, ଉପତ୍ୟକାର ପୂର୍ବ ପାର୍ଶ୍ୱ ପର୍ଯ୍ୟନ୍ତ ଗଲେ। ତହିଁରେ ସେମାନେ ପ୍ରଚୁର ଓ ଉତ୍ତମ ଚରାସ୍ଥାନ ପାଇଲେ, ଆଉ ଦେଶ ପ୍ରଶସ୍ତ ଓ ଶାନ୍ତ ଓ ନିର୍ବିରୋଧ ଥିଲା; କାରଣ ହାମବଂଶୀୟ ଲୋକମାନେ ପୂର୍ବରେ ସେହି ସ୍ଥାନରେ ବାସ କରୁଥିଲେ। ପୁଣି, ଏହି ଯେଉଁ ବ୍ୟକ୍ତିମାନଙ୍କ ନାମ ଲିଖିତ ହେଲା, ସେମାନେ ଯିହୁଦାର ରାଜା ହିଜକୀୟର ସମୟରେ ଆସି ସେହି ଲୋକମାନଙ୍କ ତମ୍ବୁ ଓ ସେଠାରେ ପ୍ରାପ୍ତ ମିୟନୀୟମାନଙ୍କୁ ଆଘାତ କରି ସମ୍ପୂର୍ଣ୍ଣ ରୂପେ ବିନାଶ କଲେ, (ତାହା ଆଜି ପର୍ଯ୍ୟନ୍ତ ସେପରି ଅଛି), ଆଉ ସେମାନଙ୍କ ବଦଳେ ବାସ କଲେ; କାରଣ ସେଠାରେ ସେମାନଙ୍କ ପଶୁପଲ ପାଇଁ ଚରାସ୍ଥାନ ଥିଲା। ଆଉ, ସେମାନଙ୍କର କେତେକ ଲୋକ, ଅର୍ଥାତ୍, ଶିମୀୟୋନର ସନ୍ତାନଗଣ ମଧ୍ୟରୁ ପାଞ୍ଚ ଶହ ଜଣ ଈଶୀର ସନ୍ତାନ ପ୍ଲଟୀୟକୁ ଓ ନିୟରୀୟକୁ ଓ ରଫାୟକୁ ଓ ଉଷୀୟେଲକୁ ସେନାପତି କରି ସେୟୀର ପର୍ବତକୁ ଗଲେ। ପୁଣି, ସେମାନେ ଅମାଲେକୀୟ ପଳାତକ ଅବଶିଷ୍ଟ ଲୋକମାନଙ୍କୁ ଆଘାତ କରି ସେଠାରେ ବାସ କଲେ, ଆଜି ପର୍ଯ୍ୟନ୍ତ ସେମାନେ ସେଠାରେ ଅଛନ୍ତି।
Source notes (1)
- Footnote ୟସ୍ହାର କିମ୍ବା ସୋହର
ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-10-25.