Biblica® Open Odia Contemporary Bible
ପ୍ରଥମ କରିନ୍ଥୀୟ 13
ଯଦି ମୁଁ ମନୁଷ୍ୟମାନଙ୍କ ଓ ସ୍ଵର୍ଗଦୂତମାନଙ୍କ ଭାଷାରେ କଥା କହେ, କିନ୍ତୁ ମୋର ପ୍ରେମ ନ ଥାଏ, ତେବେ ମୁଁ କେବଳ ଗୋଟିଏ ଉଚ୍ଚନାଦ କରୁଥିବା ପିଟା ଘଣ୍ଟା କିମ୍ବା ଝମ୍ ଝମ୍ ଶଦ୍ଦ କରୁଥିବା ଝାଞ୍ଜ ସଦୃଶ। ଯଦି ମୋର ଭାବବାଣୀ କହିବା ଶକ୍ତି ଥାଏ ଏବଂ ମୁଁ ସମସ୍ତ ନିଗୂଢ଼ତତ୍ତ୍ୱ ଓ ସମସ୍ତ ଜ୍ଞାନରେ ପାରଦର୍ଶିତା ଲାଭ କରିପାରେ, ପୁଣି ଯଦି ପର୍ବତକୁ ସ୍ଥାନାନ୍ତରିତ କରିବା ଭଳି ମୋର ବିଶ୍ୱାସ ଥାଏ, କିନ୍ତୁ ମୋର ପ୍ରେମ ନ ଥାଏ, ତେବେ ମୁଁ କିଛି ହିଁ ନୁହେଁ। ଯଦି ମୁଁ ମୋର ସର୍ବସ୍ଵ ଦରିଦ୍ରମାନଙ୍କୁ ଦାନ କରେ ଏବଂ ଅଗ୍ନିରେ ଦଗ୍ଧ ହେବାକୁ ମୋର ଶରୀରକୁ ସମର୍ପଣ କରିଦିଏ, କିନ୍ତୁ ମୋର ପ୍ରେମ ନ ଥାଏ, ତେବେ ମୋର କୌଣସି ଲାଭ ନାହିଁ।
ପ୍ରେମ ଧୈର୍ଯ୍ୟଶୀଳ, ପ୍ରେମ ଦୟାଳୁ। ପ୍ରେମ ଈର୍ଷା କରେ ନାହିଁ, ଆତ୍ମବଡ଼ିମା କରେ ନାହିଁ, ପ୍ରେମ ଅହଂକାରୀ ନୁହେଁ। ପ୍ରେମ ଅଶିଷ୍ଚ ନୁହେଁ, ସ୍ୱାର୍ଥନ୍ୱେଷୀ ନୁହେଁ, ସହଜରେ କ୍ରୋଧାନ୍ୱିତ ହୁଏ ନାହିଁ, ଏବଂ ଅନ୍ୟାୟର ହିସାବ ରଖେ ନାହିଁ। ପ୍ରେମ ଅଧର୍ମରେ ଆନନ୍ଦ ଲାଭ କରେ ନାହିଁ କିନ୍ତୁ ସତ୍ୟରେ ଆନନ୍ଦୋଲ୍ଲାସ କରେ। ପ୍ରେମ ସର୍ବଦା ରକ୍ଷା କରେ, ସର୍ବଦା ବିଶ୍ୱାସ କରେ, ସର୍ବଦା ଆଶା ରଖିଥାଏ, ସର୍ବଦା ସବୁ ସହ୍ୟ କରେ।
ପ୍ରେମ କେବେହେଲେ ଶେଷ ହୁଏ ନାହିଁ। କିନ୍ତୁ ଯଦି ଭାବବାଣୀ ଥାଏ, ତାହାର ସମାପ୍ତି ଘଟିବ; ଯଦି ଅଜଣା ଭାଷା ଥାଏ, ତାହାର ଅବସାନ ହେବ; ଯଦି ଜ୍ଞାନ ଥାଏ, ତାହା ଲୋପ ପାଇବ। କାରଣ ଆମେ ଆଂଶିକଭାବେ ଜାଣୁ ଓ ଆଂଶିକଭାବେ ଭାବବାଣୀ କହୁ, କିନ୍ତୁ ସଂପୂର୍ଣ୍ଣ ବିଷୟ ଆସିଲେ, ଆଂଶିକ ବିଷୟ ବିଲୁପ୍ତ ହେବ। ମୁଁ ଶିଶୁ ଥିଲାବେଳେ, ଶିଶୁ ପରି କଥା କହୁଥିଲି, ଶିଶୁ ପରି ଚିନ୍ତା କରୁଥିଲି, ଶିଶୁ ପରି ବିଚାରବିବେଚନା କରୁଥିଲି। ବୟସପ୍ରାପ୍ତ ହେଲାପରେ, ମୁଁ ଶିଶୁସୁଲଭ ଆଚରଣ ପରିତ୍ୟାଗ କଲି। ଏବେ ଆମେ ଦର୍ପଣରେ ଅସ୍ପଷ୍ଟଭାବେ ଦେଖୁଅଛୁ; କିନ୍ତୁ ସେତେବେଳେ ପ୍ରତ୍ୟକ୍ଷଭାବେ ଦେଖିବା। ଏବେ ମୁଁ ଆଂଶିକଭାବେ ଜାଣୁଅଛି; କିନ୍ତୁ ସେତେବେଳେ ମୁଁ ସମ୍ପୁର୍ଣ୍ଣ ଭାବରେ ଯେପରି ପରିଚିତ, ସେହିପରି ମୁଁ ସମ୍ପୁର୍ଣ୍ଣ ଭାବରେ ଜାଣିବି।
ଏହି ତିନିଗୋଟି ବିଷୟ ସ୍ଥାୟୀ: ବିଶ୍ୱାସ, ଭରସା ଓ ପ୍ରେମ। କିନ୍ତୁ ଏଥିମଧ୍ୟରୁ ପ୍ରେମ ସବୁଠୁ ଶ୍ରେଷ୍ଠ।
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.