Skip to content
BibleKenya

ଫିଲୀମୋନ

Philemon

Introduction from this edition

The Epistle of Paul to Philemon

ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର

ଲେଖକ

ଫିଲୀମୋନ ପୁସ୍ତକର ଲେଖକ ପ୍ରେରିତ ପାଉଲ ଅଟନ୍ତି (ଫିଲୀ. 1:1)। ଏହି ପତ୍ରରେ ପାଉଲ ଫିଲୀମୋନଙ୍କୁ କହନ୍ତି ଯେ ସେ ଅନୀସିମଙ୍କୁ ତାହାଙ୍କ ପାଖକୁ ପୁଣି ପଠାଉଛନ୍ତି ଏବଂ (କଲ. 4:9), କଲସୀୟ ମଣ୍ଡଳୀକୁ ତୁଖିକଙ୍କ (କଲସୀୟ ମଣ୍ଡଳୀକୁ ପତ୍ର ଆଣୁଥିବା ବ୍ୟକ୍ତି) ସହିତ ଆସୁଥିବା ବ୍ୟକ୍ତି ଅନୀସିମ ଥିଲେ। ଏହି ପତ୍ର ପାଉଲ ନିଜ ହସ୍ତରେ ଲେଖିଥିଲେ ଯାହା ତାହାଙ୍କ ନିମନ୍ତେ ଏହି ପତ୍ରର ଗୁରୁତ୍ଵପୂର୍ଣ୍ଣତା ପ୍ରକାଶ କରେ।

ସମୟ ଓ ସ୍ଥାନ

ପ୍ରାୟ 60 ଖ୍ରୀଷ୍ଟାବ୍ଦ ମଧ୍ୟରେ ଲେଖାଯାଇଅଛି।

ପାଉଲ ଫିଲୀମୋନଙ୍କୁ ରୋମରୁ ଏହି ପତ୍ର ଲେଖିଥିଲେ, ଲେଖିବା ସମୟରେ ସେ କାରାଗାରରେ ଥିଲେ।

ପ୍ରାପକ

ପାଉଲ ଏହି ପତ୍ର ଫିଲୀମୋନ, ଆପ୍ପିୟା, ଆର୍ଖିପ୍ପ ଏବଂ ଆର୍ଖିପ୍ପଙ୍କ ଘରେ ଏକତ୍ର ହେଉଥିବା ମଣ୍ଡଳୀକୁ ଲେଖିଥିଲେ। ପତ୍ରର ବିଷୟବସ୍ତୁରୁ ଏହା ସ୍ପଷ୍ଟ ହୁଏ ଯେ ପତ୍ରର ପ୍ରାଥମିକ ପ୍ରାପକ ଫିଲୀମୋନ ଥିଲେ।

ଉଦ୍ଦେଶ୍ୟ

ଅନୀସିମ ଫିଲୀମୋନଙ୍କୁ (ଫିଲୀମୋନଙ୍କର ଅନୀସିମ ଦାସ ଥିଲେ ଯିଏ ଚୋରି କରି ପଳେଇ ଯାଇଥିଲେ) ଦଣ୍ଡ ନ ଦେଇ ପୁଣି ଗ୍ରହଣ କରନ୍ତୁ ବୋଲି ପାଉଲ ଏହି ପତ୍ର ତାହାଙ୍କୁ ଲେଖିଥିଲେ (ଫିଲୀ. 10-12, 17)। ଫିଲୀମୋନ ଅନୀସିମଙ୍କୁ ଏକ ଦାସ ସଦୃଶ ବ୍ୟବହାର ନ କରି ଏକ ଭାଇ ସଦୃଶ ବ୍ୟବହାର କରନ୍ତୁ ବୋଲି ପାଉଲ ଇଚ୍ଛା ପ୍ରକାଶ କରନ୍ତି (ଫିଲୀ. 15-16)। ଅନୀସିମ ବର୍ତ୍ତମାନ ମଧ୍ୟ ଫିଲୀମୋନଙ୍କର ହିଁ ଥିଲେ ଏବଂ ଅନୀସିମଙ୍କ ଫେରିବା ରାସ୍ତାକୁ ପାଉଲ ସରଳ କରନ୍ତୁ ବୋଲି ପାଉଲ ଉଲ୍ଲେଖ କରନ୍ତି। ପାଉଲଙ୍କ ସାକ୍ଷ୍ୟ ଦ୍ଵାରା ଅନୀସିମ ଏକ ଖ୍ରୀଷ୍ଟିୟାନ ହୋଇଥିଲେ (ଫିଲୀ. 1:10)।

ବିଷୟବସ୍ତୁ

କ୍ଷମା

ରୂପରେଖା

1. ଅଭିବାଦନ — 1:1-3

2. କୃତଜ୍ଞତା ଜ୍ଞାପନ — 1:4-7

3. ଅନୀସିମଙ୍କ ନିମନ୍ତେ ମଧ୍ୟସ୍ଥ — 1:8-22

4. ଶେଷବାଣୀ — 1:23-25

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.