Skip to content
BibleKenya

ଗଣନା ପୁସ୍ତକ

Numbers

Introduction from this edition

ଗଣନା ପୁସ୍ତକ

ଲେଖକ

ବିଶ୍ଵବ୍ୟାପି ଯିହୁଦୀ ଓ ଖ୍ରୀଷ୍ଟିୟାନ ପରମ୍ପରା ଏହି ପୁସ୍ତକର ଲେଖକ ମୋଶା ବୋଲି ଉପସ୍ଥାପନ କରନ୍ତି। ଏହି ପୁସ୍ତକରେ ଅନେକ ସଂଖ୍ୟାଗତ ବିଷୟ, ଲୋକ ସଂଖ୍ୟା ଗଣନା, ଆଦିବାସୀ ଏବଂ ଯାଜକୀୟ ଅଙ୍କ ଏବଂ ଅନ୍ୟ ସଂଖ୍ୟା ତଥ୍ୟ ରହିଅଛି। ଏହି ପୁସ୍ତକରେ ଅଠତିରିଶି ବର୍ଷର ବିବରଣ ରହିଅଛି ଯାହା ପ୍ରସ୍ଥାନ ପରେ ଦ୍ୱିତୀୟ ବର୍ଷଠାରୁ ଚାଳିଶି ବର୍ଷ ପରେ, ଯେବେ ଏକ ନୂତନ ପିଢ଼ି ପ୍ରତିଜ୍ଞାର ଦେଶରେ ପ୍ରବେଶ କରିବାକୁ ଉଦ୍ୟତ ଥିଲା। ଏହାଛଡ଼ା, ପ୍ରସ୍ଥାନ ପରେ, ପୁସ୍ତକ କେବଳ ଦ୍ୱିତୀୟ ବର୍ଷ ଏବଂ ଚାଳିଶିତମ ବର୍ଷର ବିଶେଷତଃ ଘଟଣାଗୁଡ଼ିକର ସବିଶେଷ ତଥ୍ୟ ପ୍ରଦାନ କରେ ଏବଂ ଅଠତିରିଶି ବର୍ଷ ମରୁପ୍ରାନ୍ତରରେ ଅଧିକ ସମୟ କାଟିଥିବା ବିଷୟରେ ନୀରବ ଅଟେ।

ସମୟ ଓ ସ୍ଥାନ

ପ୍ରାୟ 1446-1405 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି।

ଇସ୍ରାଏଲ ଲୋକମାନେ ମିସରରୁ ପ୍ରସ୍ଥାନ କରି, ସୀନୟ ପର୍ବତରେ ଛାଉଣି କରି ବାସ କରିବାର (1:1) ଦ୍ୱିତୀୟ ବର୍ଷଠାରୁ ଏହି ପୁସ୍ତକର ଘଟଣାଗୁଡ଼ିକ ଆରମ୍ଭ ହୁଏ।

ପ୍ରାପକ

ଇସ୍ରାଏଲ ଲୋକମାନେ ପ୍ରତିଜ୍ଞାର ଦେଶକୁ ନିଜର ଯାତ୍ରା ବିଷୟରେ ଲିପିବଦ୍ଧ କରନ୍ତୁ ବୋଲି ଗଣନା ପୁସ୍ତକ ସେମାନଙ୍କୁ ଲେଖାଯାଇଥିଲା କିନ୍ତୁ ଏହା ବାଇବଲର ଭବିଷ୍ୟତର ସମସ୍ତ ପାଠକମାନଙ୍କୁ ମଧ୍ୟ ସ୍ମରଣ କରାଏ ଯେ ସ୍ୱର୍ଗ ଅଭିମୁଖେ ଆମ୍ଭମାନଙ୍କ ଯାତ୍ରାରେ, ପରମେଶ୍ୱର ଆମ୍ଭମାନଙ୍କ ସହିତ ଅଛନ୍ତି।

ଉଦ୍ଦେଶ୍ୟ

ଯେବେ ଦ୍ୱିତୀୟ ପିଢ଼ି ପ୍ରତିଜ୍ଞା ଦେଶରେ ପ୍ରବେଶ କରିବାକୁ ଉଦ୍ୟତ ଥିଲା ସେତେବେଳେ ପରମେଶ୍ୱରଙ୍କ ପ୍ରତିଜ୍ଞା ଦେଶକୁ ବିଶ୍ୱାସ ଦ୍ଵାରା ଅଧିକାର କରିବା ନିମନ୍ତେ (ଗଣନା 33:2) ମୋଶା ସେହି ପିଢ଼ିକୁ ଉତ୍ସାହିତ କରିବାକୁ ଗଣନା ପୁସ୍ତକ ଲେଖିଥିଲେ। ଆଉ ମଧ୍ୟ, ଇସ୍ରାଏଲ ଦେଶ ନିମନ୍ତେ ପରମେଶ୍ୱରଙ୍କ ନିଃସର୍ତ୍ତ ବିଶ୍ଵସ୍ତତାକୁ ଗଣନା ପୁସ୍ତକ ପ୍ରକାଶ କରେ। ଯେବେ ପ୍ରଥମ ପିଢ଼ି ନିୟମର ଆଶୀର୍ବାଦକୁ ପ୍ରତ୍ୟାଖ୍ୟାନ କରେ, ପରମେଶ୍ୱର ନିୟମ ପ୍ରତି ବିଶ୍ୱସ୍ତ ରୁହନ୍ତି। ସେମାନଙ୍କର ଅନେକ ଅଭିଯୋଗ ଏବଂ ବିଦ୍ରୋହାଚରଣ ସତ୍ତ୍ୱେ, ସେ ଇସ୍ରାଏଲ ଦେଶକୁ ଆଶୀର୍ବାଦ କରନ୍ତି ଏବଂ ତାହାଙ୍କର ପ୍ରତିଜ୍ଞାତ ଦେଶର ପ୍ରତିଜ୍ଞାକୁ ଦ୍ୱିତୀୟ ପିଢ଼ିରେ ପୂରଣ କରନ୍ତି।

ବିଷୟବସ୍ତୁ

ଯାତ୍ରା

ରୂପରେଖା

1. ପ୍ରତିଜ୍ଞାତ ଦେଶକୁ ଯିବା ପାଇଁ ପ୍ରସ୍ତୁତିକରଣ — 1:1-10:10

2. ସୀନୟ ପ୍ରାନ୍ତଠାରୁ କାଦେଶ ନଗରକୁ ଯାତ୍ରା — 10:11-12:16

3. ବିଦ୍ରୋହାଚରଣର ପରିଣାମ ବିଳମ୍ବ — 13:1-20:13

4. କାଦେଶ ନଗରଠାରୁ ମୋୟାବକୁ ଯାତ୍ରା — 20:14-22:1

5. ପ୍ରତିଜ୍ଞାତ ଦେଶକୁ ଅଧିକାର କରିବା ନିମନ୍ତେ ଇସ୍ରାଏଲ ଲୋକମାନେ ମୋୟାବରେ ପ୍ରତ୍ୟାଶାରେ ଅଛନ୍ତି — 22:2-32:42

6. ବିବିଧ ବିଷୟବସ୍ତୁ ସମ୍ପର୍କିତ ପରିଶିଷ୍ଟ ଗୁଡ଼ିକ — 33:1-36:13

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.