ଯିରି.
Jeremiah
Introduction from this edition
ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କ ପୁସ୍ତକ
ଲେଖକ
ଯିରିମୀୟ, ତାହାଙ୍କ ଲେଖକ ବାରୂକ ସହିତ। ଯିରିମୀୟ ଯିଏ ଉଭୟ ଜଣେ ଯାଜକ ଓ ଭବିଷ୍ୟଦ୍ବକ୍ତା ଭାବେ ସେବା କଲେ, ସେ ହିଲ୍କୀୟଙ୍କ ପୁତ୍ର ଥିଲେ (ଦ୍ଵି. ରା. 22:8 ମହାଯାଜକ ନୁହେଁ କିନ୍ତୁ ସେ ଏକ ଛୋଟ ଗ୍ରାମ ଅନାଥୋତ୍ ନିବାସୀ ଅଟନ୍ତି (ଯିରି.1:1)। ସେ ବାରୂକ ନାମକ ଏକ ଲେଖକଙ୍କ ଦ୍ଵାରା ସେବାକାର୍ଯ୍ୟରେ ନିଯୋଜିତ ହୋଇଥିଲେ, ଯାହାଙ୍କୁ ସେ ଲେଖିବାକୁ ନିର୍ଦ୍ଦେଶ ଦେଉଥିଲେ ଏବଂ ଯିଏ ଭବିଷ୍ୟଦ୍ବକ୍ତାଙ୍କର ବାକ୍ୟଗୁଡ଼ିକୁ ସଂକଳନ କରି, ସେଗୁଡ଼ିକୁ ନକଲ କରି ସୁରକ୍ଷିତ ରଖିଥିଲେ (ଯିରି. 36:4,32; 45:1)। ଯିରିମୀୟ ଏକ ବିଳାପର ଭବିଷ୍ୟଦ୍ବକ୍ତା ଭାବରେ ପରିଚିତ ଅଟନ୍ତି (ଯିରି. 9:1; 13:17; 14:17), ଆକ୍ରମଣକାରୀ ବାବିଲମାନଙ୍କ ଦ୍ଵାରା ହସ୍ତକ୍ଷେପ ହେବାର ଭବିଷ୍ୟଦ୍ବାଣୀ ହେତୁ ସେ ଏକ ସଂଘର୍ଷମୟ ଜୀବନ ବାସ କରୁଥିଲେ।
ସମୟ ଓ ସ୍ଥାନ
ପ୍ରାୟ 626-570 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି।
ଏହା ସମ୍ଭବତଃ, ବାବିଲ ନିର୍ବାସନ ସମୟରେ ସମ୍ପୂର୍ଣ୍ଣ କରାଯାଇଅଛି, ଯଦିଓ, କିଛି ଲୋକ ବିଶ୍ୱାସ କରନ୍ତି ଯେ ପୁସ୍ତକର ସମ୍ପାଦନ ପରବର୍ତ୍ତୀ ସମୟରେ ମଧ୍ୟ ହୋଇଥିଲା।
ପ୍ରାପକ
ଯିହୁଦା ଏବଂ ଯିରୂଶାଲମର ଲୋକ ଏବଂ ବାଇବଲର ପରବର୍ତ୍ତୀ ସମସ୍ତ ପାଠକମାନେ।
ଉଦ୍ଦେଶ୍ୟ
ଯେବେ ଖ୍ରୀଷ୍ଟ ଜଗତକୁ ଆସିବେ ସେତେବେଳେ ପରମେଶ୍ୱର ଆପଣା ଲୋକମାନଙ୍କ ସହିତ ନୂତନ ନିୟମ ସ୍ଥାପିତ କରିବାକୁ ଅଭିପ୍ରେତ ସ୍ପଷ୍ଟ କ୍ଷଣିକ ଦୃଷ୍ଟିକୁ ଯିରିମୀୟ ପୁସ୍ତକ ଆମ୍ଭମାନଙ୍କୁ ପ୍ରଦାନ କରେ। ଏହି ନୂତନ ନିୟମ ପରମେଶ୍ୱରଙ୍କ ଲୋକମାନଙ୍କୁ ପୁନଃସ୍ଥାପନ କରିବାରେ ମାଧ୍ୟମ ହେବ, ଯେପରି ସେ ଆପଣା ନିୟମକୁ ସେମାନଙ୍କ ମଧ୍ୟରେ, ପ୍ରସ୍ତର ଫଳକରେ ନୁହେଁ, ମାତ୍ର ମାଂସମୟ ହୃଦୟରୂପ ଫଳକରେ ଲେଖିବେ। ଯଦି ଯିହୁଦା ପ୍ରଦେଶ ଅନୁତାପ କରେ ନାହିଁ ତେବେ ବିନାଶ ନିଶ୍ଚିତ ଭାବରେ ଆସିବ ବୋଲି ଶେଷ ଭବିଷ୍ୟଦ୍ବାଣୀସବୁ ଯିରିମୀୟ ଲିପିବଦ୍ଧ କରି ସେମାନଙ୍କୁ ସତର୍କ କରନ୍ତି। ପରମେଶ୍ୱରଙ୍କ ନିକଟକୁ ଫେରି ଆସିବାକୁ ଯିରିମୀୟ ସେମାନଙ୍କୁ ଆହ୍ୱାନ କରନ୍ତି। ତତ୍ ସଙ୍ଗେ ସଙ୍ଗେ ଯିରିମୀୟ ଯିହୁଦାର ପ୍ରତିମା ପୂଜା ଏବଂ ଅନୈତିକତା ହେତୁ ଅବଶ୍ୟମ୍ଭାବି ବିନାଶକୁ ମଧ୍ୟ ଦେଖନ୍ତି।
ବିଷୟବସ୍ତୁ
ବିଚାର
ରୂପରେଖା
1. ପରମେଶ୍ୱରଙ୍କ ଦ୍ଵାରା ଯିରିମୀୟଙ୍କ ଆହ୍ୱାନ — 1:1-19
2. ଯିହୁଦାକୁ ସତର୍କ — 2:1-35:19
3. ଯିରିମୀୟଙ୍କ ଦୁଃଖଭୋଗ — 36:1-38:28
4. ଯିରୂଶାଲମର ପତନ ଓ ପରିଣାମ — 39:1-45:5
5. ଦେଶଗୁଡ଼ିକ ବିଷୟରେ ଭବିଷ୍ୟଦ୍ବାଣୀ — 46:1-51:64
6. ଐତିହାସିକ ପରିଶିଷ୍ଟ — 52:1-34
ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-10-25.