ଯିହିଜିକଲ
Ezekiel
Introduction from this edition
ଯିହିଜିକଲ ଭବିଷ୍ୟଦ୍ବକ୍ତାଙ୍କ ପୁସ୍ତକ
ଲେଖକ
ଏହି ପୁସ୍ତକ ଯିହିଜିକଲ ବୂଷିଙ୍କରର ପୁତ୍ରଙ୍କୁ ଦର୍ଶାଏ। ଯିଏ ଜଣେ ଯାଜକ ଏବଂ ଭବିଷ୍ୟଦ୍ବକ୍ତା ଥିଲେ। ସେ ଯିରୂଶାଲମର ଏକ ଯାଜକୀୟ ପରିବାରରେ ବଡ଼ ହୋଇଥିଲେ ଏବଂ ନିର୍ବାସନ ସମୟରେ ଯିହୁଦୀ ଲୋକମାନଙ୍କ ସହିତ ବାବିଲରେ ଥିଲେ। ଯିହିଜିକଲଙ୍କର ଯାଜକୀୟ ବଂଶାବଳୀ ତାହାଙ୍କର ସେବାକାର୍ଯ୍ୟ ମାଧ୍ୟମରେ ଦୀପ୍ତିମାନ ହୁଏ, ସେ ନିଜେ ଅନେକ ସମୟରେ ମନ୍ଦିର, ଯାଜକତା, ପରମେଶ୍ୱରଙ୍କ ମହିମା, ଏବଂ ଉତ୍ସର୍ଗୀକୃତ ପ୍ରଣାଳୀ ପରି ବିଷୟଗୁଡ଼ିକ ଉପରେ ଚିନ୍ତିତ ଥିଲେ।
ସମୟ ଓ ସ୍ଥାନ
ପ୍ରାୟ 593-570 ଖ୍ରୀଷ୍ଟପୂର୍ବ।
ଏହି ପୁସ୍ତକ ଯିହିଜିକଲ ବାବିଲଠାରୁ ଲେଖିଥିଲେ କିନ୍ତୁ ତାହାଙ୍କର ଭାବବାଣୀଗୁଡ଼ିକ ଇସ୍ରାଏଲ, ମିସର ଏବଂ ଅନେକ ପଡ଼ୋଶୀ ଦେଶଗୁଡ଼ିକ ପ୍ରତି ଥିଲା।
ପ୍ରାପକ
ଯେଉଁ ଇସ୍ରାଏଲ ଲୋକମାନେ ବାବିଲର ନିର୍ବାସନ ଏବଂ ଇସ୍ରାଏଲରେ ଥିଲେ ଏବଂ ବାଇବଲର ପରବର୍ତ୍ତୀ ପାଠକମାନେ।
ଉଦ୍ଦେଶ୍ୟ
ଯିହିଜିକଲ ତାହାଙ୍କ ପିଢ଼ିକୁ ସେବା କଲେ ଯିଏ ଉଭୟ ବହୁତ ପାପୀ ଏବଂ ସମ୍ପୂର୍ଣ୍ଣ ରୂପେ ଆଶାଶୂନ୍ୟ ଥିଲେ। ତାହାଙ୍କ ଭାବବାଣୀ ସେବାକାର୍ଯ୍ୟ ଦ୍ଵାରା ସେ ସେମାନଙ୍କୁ ପାପରୁ ତତ୍କ୍ଷଣାତ୍ ଅନୁତାପ କରି ଭବିଷ୍ୟତରେ ଦୃଢ଼ ବିଶ୍ୱାସ କରିବାକୁ ପ୍ରେରିତ କରିଥିଲେ। ସେ ଶିକ୍ଷା ଦେଲେ ଯେ ପରମେଶ୍ୱର ମନୁଷ୍ୟ ବାର୍ତ୍ତାବାହକ ମାଧ୍ୟମରେ କାର୍ଯ୍ୟ କରନ୍ତି, ତଥାପି ପରମେଶ୍ୱରଙ୍କ ସାର୍ବଭୌମତ୍ଵକୁ ଲୋକମାନେ ସ୍ୱୀକାର କରିବା ଆବଶ୍ୟକ ଅଟେ, ପରମେଶ୍ୱରଙ୍କ ବାକ୍ୟ କେବେ ହେଁ ଅସଫଳ ହୁଏ ନାହିଁ, ପରମେଶ୍ୱର ବିଦ୍ୟମାନ ଅଟନ୍ତି ଏବଂ ଯେକୌଣସି ସ୍ଥାନରେ ଉପାସନା କରାଯାଇ ପାରିବେ। ଆମ୍ଭେମାନେ ଯେବେ ଅନ୍ଧକାର ଏବଂ ନିରାଶ ସମୟରେ ରହୁ ସେତେବେଳେ ଆମ୍ଭେମାନେ ପରମେଶ୍ୱରଙ୍କୁ ସ୍ମରଣ କରିବା ଆବଶ୍ୟକ, ଆମ୍ଭମାନଙ୍କର ଜୀବନକୁ ପରୀକ୍ଷା କରିବାକୁ ଏବଂ ଏକମାତ୍ର ସତ୍ୟ ପରମେଶ୍ୱରଙ୍କ ସହିତ ନିଜକୁ ରଖିବାକୁ ଆମ୍ଭମାନଙ୍କୁ ଯିହିଜିକଲ ପୁସ୍ତକ ସ୍ମରଣ କରାଏ।
ବିଷୟବସ୍ତୁ
ପରମେଶ୍ୱରଙ୍କ ମହିମା
ରୂପରେଖା
1. ଯିହିଜିକଲଙ୍କ ଆହ୍ୱାନ — 1:1-3:27
2. ଯିରୂଶାଲମ, ଯିହୁଦା ଏବଂ ମନ୍ଦିର ବିରୁଦ୍ଧରେ ଭବିଷ୍ୟଦ୍ବାଣୀ — 4:1-24:27
3. ଦେଶଗୁଡ଼ିକ ବିରୁଦ୍ଧରେ ଭବିଷ୍ୟଦ୍ବାଣୀ — 25:1-32:32
4. ଇସ୍ରାଏଲ ଲୋକଙ୍କ ବିଷୟରେ ଭବିଷ୍ୟଦ୍ବାଣୀ — 33:1-39:29
5. ପୁନଃସ୍ଥାପନର ଦର୍ଶନ — 40:1-48:35
ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-10-25.