Skip to content
BibleKenya

ଦାନିୟେଲ

Daniel

Introduction from this edition

ଦାନିୟେଲଙ୍କ ପୁସ୍ତକ

ଲେଖକ

ଏହି ପୁସ୍ତକ ଲେଖକଙ୍କ ନାମରେ ନାମାଙ୍କିତ ଅଟେ, ଦାନିୟେଲ ପୁସ୍ତକ ବାବିଲରେ ଇସ୍ରାଏଲରୁ ଏକ ଯିହୁଦୀ ଭାବରେ ତାହାଙ୍କ ସମୟର ଉତ୍ପନ୍ନ ଅଟେ। “ଦାନିୟେଲ” ଅର୍ଥ “ପରମେଶ୍ୱର ମୋର ବିଚାରକ।” ଏହି ପୁସ୍ତକ ଅନେକ ବାକ୍ୟାଂଶ ଗୁଡ଼ିକରେ, ଯେପରି 9:2; 10:2 ସୂଚିତ କରେ ଯେ ଦାନିୟେଲ ଏହାର ଲେଖକ ଅଟନ୍ତି। ବାବିଲର ରାଜଧାନୀରେ ଦାନିୟେଲ ତାହାଙ୍କ ସମୟରେ ଯିହୁଦୀ ନିର୍ବାସନ ଲୋକଙ୍କ ନିମନ୍ତେ ଭାବବାଣୀ ଏବଂ ଅନୁଭବଗୁଡ଼ିକୁ ଲିପିବଦ୍ଧ କରିଥିଲେ ଯେଉଁଠାରେ ରାଜାଙ୍କ ପ୍ରତି ତାହାଙ୍କ ସେବା ତାହାଙ୍କୁ ସମ୍ପ୍ରଦାୟର ଉଚ୍ଚସ୍ତର ପ୍ରବେଶ ଅଧିକାରର ସୁବିଧା ଦେଇଥିଲା। ଗୋଟିଏ ଅନ୍ୟ ଦେଶ ଏବଂ ସଂସ୍କୃତିରେ ତାହାଙ୍କର ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତତା ତାହାଙ୍କୁ ବାଇବଲର ସମସ୍ତ ଲୋକମାନଙ୍କଠାରୁ ଭିନ୍ନ କରେ।

ସମୟ ଓ ସ୍ଥାନ

ପ୍ରାୟ 605-530 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି।

ପ୍ରାପକ

ବାବିଲରେ ଥିବା ଯିହୁଦୀ ନିର୍ବାସିତ ଲୋକମାନେ ଏବଂ ବାଇବଲର ପରବର୍ତ୍ତୀ ସମସ୍ତ ପାଠକ।

ଉଦ୍ଦେଶ୍ୟ

ଦାନିୟେଲ ପୁସ୍ତକ ଭବିଷ୍ୟଦ୍‍ବକ୍ତା ଦାନିୟେଲଙ୍କର କାର୍ଯ୍ୟ, ଭାବବାଣୀ ଏବଂ ଦର୍ଶନଗୁଡ଼ିକୁ ଲିପିବଦ୍ଧ କରେ। ଏହି ପୁସ୍ତକ ଶିକ୍ଷା ଦିଏ ଯେ ପରମେଶ୍ୱର ତାହାଙ୍କ ଅନୁଗାମୀମାନଙ୍କ ପ୍ରତି ବିଶ୍ୱସ୍ତ ଅଟନ୍ତି। ପ୍ରଲୋଭନ ଏବଂ ବଳ ପ୍ରୟୋଗ ସତ୍ତ୍ୱେ, ବିଶ୍ଵାସୀମାନେ ଦୁନିଆରେ ନିଜ ନିଜର ଦାୟିତ୍ଵଗୁଡ଼ିକୁ ପାଳନ କରିବା ସମୟରେ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ରହିବା ଆବଶ୍ୟକ ଅଟେ।

ବିଷୟବସ୍ତୁ

ପରମେଶ୍ୱରଙ୍କ ସାର୍ବଭୌମତ୍ଵ

ରୂପରେଖା

1. ଦାନିୟେଲ ମହାନ ସ୍ୱପ୍ନର ଅର୍ଥ କରନ୍ତି — 1:1-2:49

2. ଶଦ୍ରକ୍‍, ମୈଶକ୍‍, ଅବେଦ୍‍ନଗୋ ଅଗ୍ନିକୁଣ୍ଡରୁ ଉଦ୍ଧାର ପ୍ରାପ୍ତ ହେଲେ — 3:1-30

3. ନବୂଖଦ୍‍ନିତ୍ସରଙ୍କ ସ୍ୱପ୍ନ — 4:1-37

4. ଉଡ଼ନ୍ତା ଆଙ୍ଗୁଳିର ଲେଖନୀ ଏବଂ ଦାନିୟେଲଙ୍କ ଧ୍ୱଂସ ବିଷୟରେ ଭାବବାଣୀ କରନ୍ତି — 5:1-31

5. ଦାନିୟେଲ ସିଂହ ଗର୍ତ୍ତରେ — 6:1-28

6. ଚାରି ପଶୁ ଗୁଡ଼ିକର ଦର୍ଶନ — 7:1-28

7. ଛେଳି, ମେଣ୍ଢା ଓ ଛୋଟ ଶିଙ୍ଗର ଦର୍ଶନ — 8:1-27

8. 70 ବର୍ଷରେ ଦାନିୟେଲଙ୍କର ପ୍ରାର୍ଥନାର ଉତ୍ତର — 9:1-27

9. ଦାନିୟେଲଙ୍କ ଶେଷ ମହାଯୁଦ୍ଧ ବିଷୟରେ ଦର୍ଶନ — 10:1-12:13

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.