Skip to content
BibleKenya

କଲସୀୟ

Colossians

Introduction from this edition

The Epistle of Paul the Apostle to the Colossians

କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର

ଲେଖକ

କଲସୀୟ ପତ୍ର ପାଉଲଙ୍କର ଏକ ପ୍ରମାଣିକ ପତ୍ର ଅଟେ (କଲ. 1:1)। ଆଦ୍ୟ ମଣ୍ଡଳୀରେ, ଯେଉଁମାନେ ଲେଖକଙ୍କ ବିଷୟରେ ମତ ଦେଉଥିଲେ, ସେମାନେ ପାଉଲ ଏହି ପତ୍ରର ଲେଖକ ଅଟନ୍ତି ବୋଲି ମତ ପ୍ରକାଶ କରନ୍ତି। କଲସୀୟ ସହରର ମଣ୍ଡଳୀ ପାଉଲ ନିଜେ ସ୍ଥାପନ କରି ନ ଥିଲେ। ପାଉଲଙ୍କର ଜଣେ ସହକର୍ମୀ ସମ୍ଭବତଃ, ଏପାଫ୍ରା ଯିଏ ପ୍ରଥମେ କଲସୀୟରେ ସୁସମାଚାର ପ୍ରଚାର କରିଥିଲେ (କଲ. 4:12,13)। କଲସୀୟ ମଣ୍ଡଳୀକୁ ଭଣ୍ଡ ଶିକ୍ଷକମାନେ ଏକ ଅପରିଚିତ ନୂତନ ଶିକ୍ଷା ସହ ପ୍ରବେଶ କରିଥିଲେ। ସେମାନେ ସର୍ବେଶ୍ଵରବାଦୀ ଦର୍ଶନଶାସ୍ତ୍ର ଏବଂ ଯିହୁଦୀମାନଙ୍କ ଦର୍ଶନଶାସ୍ତ୍ରକୁ ଖ୍ରୀଷ୍ଟ-ଧର୍ମ ସହ ମିଶ୍ରଣ କରୁଥିଲେ। ଖ୍ରୀଷ୍ଟ ସମସ୍ତ ବିଷୟଗୁଡ଼ିକ ଉପରେ ମହାନ ବୋଲି ଦେଖାଇ ପାଉଲ ସେହି ଭଣ୍ଡ ଶିକ୍ଷାକୁ ବିରୋଧ କଲେ। ନୂତନ ନିୟମରେ କଲସୀୟ ପତ୍ରକୁ ଖ୍ରୀଷ୍ଟ କେନ୍ଦ୍ରିତ ପତ୍ର ବୋଲି କୁହାଯାଏ। ଏହି ପତ୍ର ଯୀଶୁ ଖ୍ରୀଷ୍ଟ ଯେ ସମସ୍ତ ବିଷୟର ମୁଖ୍ୟ ଅଟନ୍ତି ତାହା ପ୍ରକାଶ କରେ।

ସମୟ ଓ ସ୍ଥାନ

ପ୍ରାୟ 60 ଖ୍ରୀଷ୍ଟାବ୍ଦ ମଧ୍ୟରେ ଲେଖାଯାଇଅଛି।

ଏହି ପୁସ୍ତକ ରୋମରେ ପାଉଲ ନିଜର ପ୍ରଥମ କାରାବାସ ସମୟରେ ଲେଖିଥାଇପାରନ୍ତି।

ପ୍ରାପକ

ପାଉଲ ଏହି ପତ୍ରକୁ କଲସୀୟ ମଣ୍ଡଳୀକୁ ଲେଖିଛନ୍ତି, ଯେପରି 1:1-2 ପଦ ପ୍ରକାଶ କରେ “କଲସୀୟ ସହରରେ ଥିବା ସାଧୁ ଓ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସୀ ଭ୍ରାତୃବୃନ୍ଦଙ୍କ”, ଏହି ମଣ୍ଡଳୀ ଏଫିସୀୟଠାରୁ ଏକ ଶହ ମାଇଲ୍ ଦୂରରେ, ଲାଇକସ୍ ଉପତ୍ୟକାରେ ଥିଲା। ପ୍ରେରିତ ପାଉଲ ଏହି ମଣ୍ଡଳୀକୁ କେବେ ଯାଇ ନ ଥିଲେ (କଲ. 1:4; 2:1)।

ଉଦ୍ଦେଶ୍ୟ

କଲସୀୟ ମଣ୍ଡଳୀରେ ଦିଆଯାଉ ଥିବା ଭୁଲ ଶିକ୍ଷାର ବିପଦ ବିଷୟରେ ପରାମର୍ଶ ଦେବାକୁ, ଏହାକୁ ଦୃଢତାର ସହିତ ବିରୋଧ କରିବାକୁ, ଏବଂ ସମସ୍ତ ସୃଷ୍ଟି ଉପରେ ଖ୍ରୀଷ୍ଟଙ୍କର ପ୍ରାଧାନ୍ୟ ଅଛି ବୋଲି ସର୍ବଦା ବିଶ୍ଵାସ କରିବାକୁ (କଲ. 1:15; 3:4), ନିଜର ପାଠକମାନଙ୍କୁ ସୃଷ୍ଟିର ଆଧିପତ୍ୟ ଖ୍ରୀଷ୍ଟଙ୍କ ଦୃଷ୍ଟିରେ ଜୀବନଯାପନ କରିବାକୁ ଉତ୍ସାହିତ କରିବା ନିମନ୍ତେ (କଲ. 3:5; 4:6) ଏବଂ ଭଣ୍ଡ ଶିକ୍ଷକମାନଙ୍କର ଭୁଲ ଶିକ୍ଷାକୁ ବିରୋଧ କରି ବିଶ୍ୱାସରେ ସ୍ଥିର ରହି ଏକ ଖ୍ରୀଷ୍ଟୀୟ ଜୀବନଯାପନ କରିବାକୁ ପାଉଲ ବିଶ୍ଵାସୀମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଏହି ପତ୍ର ଲେଖିଥିଲେ (କଲ. 2:2-5)।

ବିଷୟବସ୍ତୁ

ଖ୍ରୀଷ୍ଟଙ୍କର ଆଧିପତ୍ୟ

ରୂପରେଖା

1. ପାଉଲଙ୍କ ଅଭିବାଦନ ଏବଂ ପ୍ରାର୍ଥନା — 1:1-14

2. ଖ୍ରୀଷ୍ଟଙ୍କ ବ୍ୟକ୍ତିତ୍ଵ ଉପରେ ପାଉଲଙ୍କ ଶିକ୍ଷା — 1:15-23

3. ଈଶ୍ବରଙ୍କ ଯୋଜନା ଓ ଉଦ୍ଦେଶ୍ୟରେ ପାଉଲ — 1:24-2:5

4. ଭୁଲ ଶିକ୍ଷା ବିଷୟରେ ସଚେତନତା — 2:6-15

5. ଭଣ୍ଡ ଶିକ୍ଷା ବିରୁଦ୍ଧରେ ଚେତାବନୀ — 2:16-3:4

6. ଖ୍ରୀଷ୍ଟଙ୍କଠାରେ ନୂତନ ମନୁଷ୍ୟ ବିଷୟରେ ବର୍ଣ୍ଣନା — 3:5-25

7. ପ୍ରଶଂସା ଏବଂ ନମସ୍କାର — 4:1-18

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.