ଦ୍ୱିତୀୟ ରାଜାବଳୀ
2 Kings
Introduction from this edition
ରାଜାବଳୀର ଦ୍ୱିତୀୟ ପୁସ୍ତକ
ଲେଖକ
ପ୍ରଥମ ଏବଂ ଦ୍ୱିତୀୟ ରାଜାବଳୀ ପୁସ୍ତକଗୁଡ଼ିକ ମୂଳତଃ ଗୋଟିଏ ପୁସ୍ତକ ଥିଲେ। ଯିହୁଦୀ ପରମ୍ପରା ଯିରିମୀୟଙ୍କୁ ଦ୍ୱିତୀୟ ରାଜାବଳୀ ପୁସ୍ତକର ଲେଖକ ଭାବରେ ପ୍ରାଧାନ୍ୟତା ଦିଅନ୍ତି। ବର୍ତ୍ତମାନ ବାଇବଲର ବିଦ୍ଵାନମାନେ ଏହାକୁ ଏକ ଅନାମ ଲେଖକଙ୍କ ସମୂହର କାର୍ଯ୍ୟ ମନେ କରନ୍ତି। ଦ୍ୱିତୀୟ ରାଜାବଳୀ ପୁସ୍ତକ ଦ୍ୱିତୀୟ ବିବରଣୀରେ ବିଷୟ ବସ୍ତୁକୁ ଅନୁକରଣ କରେ: ପରମେଶ୍ୱରଙ୍କ ପ୍ରତି ଆଜ୍ଞାଧୀନତା ରହିବା ଆଶୀର୍ବାଦର କାରଣ ଅଟେ ଏବଂ ଅବାଧ୍ୟତା ଅଭିଶାପ ଆଣେ।
ସମୟ ଓ ସ୍ଥାନ
ପ୍ରାୟ 590-538 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି।
ପ୍ରଥମ ମନ୍ଦିରର ଅବସ୍ଥିତ ଥିବା ସମୟରେ ଏହି ପୁସ୍ତକ ଲେଖାଯାଇଥିଲା (ପ୍ର.ରା. 8:8)।
ପ୍ରାପକ
ଇସ୍ରାଏଲର ଲୋକ ଏବଂ ବାଇବଲର ପ୍ରତ୍ୟେକ ପାଠକମାନେ।
ଉଦ୍ଦେଶ୍ୟ
ଦ୍ୱିତୀୟ ରାଜାବଳୀ ପୁସ୍ତକ ପ୍ରଥମ ରାଜାବଳୀ ପୁସ୍ତକର ପରବର୍ତ୍ତୀ ପୁସ୍ତକ ଅଟେ। ଏହା ବିଭାଜିତ ରାଜ୍ୟ ଇସ୍ରାଏଲ ଏବଂ ଯିହୁଦା ବିଷୟରେ ବର୍ଣ୍ଣନା କରେ। ଦ୍ୱିତୀୟ ରାଜାବଳୀ ପୁସ୍ତକର ସମାପ୍ତି ଇସ୍ରାଏଲ ଏବଂ ଯିହୁଦା ଲୋକମାନଙ୍କର ଅଶୂର ଏବଂ ବାବିଲକୁ ନିର୍ବାସନ ସହ ଯଥାକ୍ରମେ ହୁଏ।
ବିଷୟବସ୍ତୁ
ବିସ୍ତାର
ରୂପରେଖା
1. ଇଲୀଶାୟଙ୍କର ସେବାକାର୍ଯ୍ୟ — 1:1-8:29
2. ଆହାବଙ୍କ ବଂଶର ଶେଷ — 9:1-11:21
3. ଯୋୟାଶ୍ଙ୍କ ଠାରୁ ଇସ୍ରାଏଲର ସମାପ୍ତି ପର୍ଯ୍ୟନ୍ତ — 12:1-17:41
4. ହିଜକୀୟଙ୍କ ଠାରୁ ଯିହୁଦାର ସମାପ୍ତି — 18:1-25:30
ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-10-25.