ସତିଅର୍ ବାଟ୍
ଏବ୍ରି 5
ଜିଉଦିମନର୍ ଜେତ୍କି ବଡ୍ ପୁଜାରିମନ୍ ତାକର୍ ନିଜର୍ ଲକ୍ମନର୍ତେଇଅନି ବାଚାଇଅଇବାଇ । ତାକର୍ବାଟେଅନି ପାପ୍ କେମା କର୍ବା ବଲି ଆରି ସର୍ପିଦେବା ବଲି, ଦେଇକରି ପର୍ମେସର୍କେ ସେବା କର୍ବାଇ । ଜେଡେବେଲେ ତାର୍ ସଙ୍ଗାରିମନ୍ ନାଜାନିକରି ରଇବାଇ, ଆରି ବୁଲ୍ କାମ୍ କରିରଇବାଇ, ସେ ସେମନର୍ ସଙ୍ଗ୍ ଦୟାଦରମ୍ ଦେକାଇକରି ରଇପାର୍ସି । କାଇକେବଇଲେ ତାର୍ ଜିବନେ ମିସା ବେସି ବୁଲ୍ ରଇସି । ଆରି ତାକେ ମିସା ବେସି ବୁଲ୍ ରଇଲାକେ ସେ ଅବ୍କା ବିନ୍ ଲକର୍ ପାପର୍ ପାଇ ବଲି ଦେଲେ ନଏଁ, ମାତର୍ ନିଜର୍ ପାପର୍ଲାଗି ମିସା ବଲି ସର୍ପିଦେବାକେ ପଡ୍ସି । କେ ମିସା ନିଜେ ବାଚିଅଇକରି ବଡ୍ପୁଜାରିର୍ ବେସି ସନ୍ମାନ୍ ପାଇବା ପଦ୍ ପାଇ ନାପାରେ । ମାତର୍ ଗଟେକ୍ ଲକ୍ ପର୍ମେସର୍ ଡାକ୍ଲା ଇସାବେସେ ବଡ୍ ପୁଜାରିର୍ ପଦ୍ ପାଇଅଇସି । ଜେନ୍ତାରି କି କେତେ କେତେ ବରସ୍ ପୁର୍ବେ ଆରଣ୍କେ ବାଚିରଇଲା ।
ସେନ୍ତାରିସେ କିରିସ୍ଟ ବଡ୍ ପୁଜାରିର୍ ସନ୍ମାନ୍ ପାଇବାକେ ନିଜ୍କେ ବଡ୍ କରେ ନାଇ । ମାତର୍ ପର୍ମେସର୍ସେ ତାକେ ବାଚ୍ଲା । ତାର୍ ବାଦୁଲେ ସେ ତାକେ କଇଲା,
“ତୁଇ ମର୍ ପଅ,
ଆଜି ମୁଇ ତର୍ ବାବା ଅଇଲିଆଚି ।”
ଆରି ଗଟେକ୍ ଜାଗାଇ ମିସା ସେ କଇଲା,
“ତୁଇ ପୁଜାରି ପଦ୍ ପାଇକରି
ମଲ୍କିସେଦକର୍ କୁଟୁମ୍ ପାରା
କାଲ୍ କାଲ୍ ଜୁଗ୍ ଜୁଗ୍ ପୁଜାରି ଅଇ ରଇସୁ ।” 1
ଜିସୁ ଏ ଜଗତେ ରଇଲାବେଲେ, ସେ ଆକ୍ମାରି କାନ୍ଦିକରି ଆରି ଆଁସୁ ଜରାଇକରି କାନ୍ଦି ପର୍ମେସର୍କେ ପାର୍ତନା କରିଲାଗିରଇଲା । ମରନେଅନି ତାକେ ରକିଆ କର୍ବାକେ ପର୍ମେସର୍କେ ବପୁଆଚେ ବଲି ସେ ଜାନିକରି ଏନ୍ତାରି କଲା । ସେ ନିଜେ ଦୟାଦରମ୍ ଦେକାଇଲାକେ ଆରି ପର୍ମେସରର୍ କାତା ମାନ୍ଲାକେ, ପର୍ମେସର୍ ତାର୍ ପାର୍ତନା ସୁନ୍ଲା । ଜିସୁ ପର୍ମେସରର୍ ପଅ ଅଇରଇଲେ ମିସା, ସେ ଦୁକ୍ କସ୍ଟ ପାଇରଇଲାର୍ ଲାଗି, ତାର୍ କାତା ମାନ୍ବାକେ ସିକ୍ଲା । ସେ ପର୍ମେସରର୍ କାତା ମାନ୍ଲାକେ ପୁରାପୁରୁନ୍ ସିଦ୍ ଅଇଲା । ତାକେ ବିସ୍ବାସ୍ କର୍ବା ଲକ୍ମନ୍କେ କେବେ ନ ସାର୍ବା ମୁକ୍ତି ଦେବା ଲକ୍ ଅଇଲା । ସେଟାର୍ ପାଇ ତାକେ ପର୍ମେସର୍ ମଲ୍କିସେଦକ୍ ପୁଜାରିର୍ ପାରା ବଡ୍ ପୁଜାରି କରି ବାଚ୍ଲା ।
ବିସ୍ବାସ୍ ନ ଆଜାଇବାକେ ଜାଗ୍ରତ୍
ଏ ବିସଇ ଆରି ଅଦିକ୍ ତମ୍କେ ଜାନାଇବି ବଲି ମୁଇ ମନ୍ କଲିନି । ମାତର୍ ତମେ ଦାପ୍ରେ ବୁଜି ନାପାରାସ୍କେ ବୁଜାଇବାକେ କସ୍ଟ ଆଚେ । 2ତମେ ବିସ୍ବାସ୍ କରି ବେସିଦିନ୍ ଅଇଗାଲା ଆଚେ ।
ଆରି ଏବେ ତମେ ତମର୍ ସଙ୍ଗାରିମନ୍କେ ସିକାଇବାର୍ ରଇଲା । ମାତର୍ ପର୍ମେସରର୍ ପର୍ତୁମ୍ ସିକିଆ ତମ୍କେ ଏବେ ସିକାଇବାକେ ଲକର୍ ଲଡାଆଚେ । ତମେ ଗଟେକ୍ ଦୁଦ୍ କାଇବା ପିଲାର୍ପାରା ଆଚାସ୍ । କାଇକେବଇଲେ ଆଁଟ୍ଟା ମନ୍ କାତ୍ରି ନାପାରାସ୍ । ଜେ ଦୁଦ୍ କାଇବାର୍ ଆଚେ, ସେ ଏବେ ମିସା ପିଲାସେ । ସେନ୍ତାରି ଲକ୍ମନ୍ ଟିକ୍ ଆରି ବୁଲ୍ ଚଲାଚଲ୍ତି କର୍ବାଟା ଚିନି ନାପାର୍ଲାଇନି । ଚାବି ଚାବି କାଇବା କାଦି ବଡ୍ ଲକ୍ମନର୍ପାଇ । ସେମନ୍ ନିକ ଆରି କାରାପ୍ ଚିନ୍ବାକେ, ନିଜ୍କେ ଅବିଆସ୍ କରାଇ ଆଚତ୍ ।
Source notes (2)
- Cross-reference ମାତିଉ ୨୬:୩୬-୪୬; ମାର୍କ ୧୪:୩୨-୪୨; ଲୁକ୍ ୨୨:୩୯-୪୬
- Cross-reference ୧ମ କରନ୍ତିୟ ୩:୨
ସତିଅର୍ ବାଟ୍. Copyright © 2020 The Word for the World International. Licensed under CC BY 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY 4.0 · SourceEdition imported 2026-10-25.