Skip to content
BibleKenya

Desiya Bible

ଜିସାୟ୍‌ 48

ଇସ୍‌ରାଏଲର୍ ଲକ୍ ମନ୍‌ବାଉଡାଇବାଟା

ଏ ଇସ୍‌ରାଏଲର୍ ନାଉଁରେ ଡାକ୍‌ପୁଟା ଆରି ଜିଉଦା ଦେସର୍ ପାନି ଜଲାଇ ଅନି ଜାତ୍ ଅଇ ରଇବା ଜାକୁବ୍ ବଁସ୍ , ତମେ ଏ କାତା ସୁନା ; ତମେ ସବୁବେଲର୍ ମାପ୍‌ରୁର୍ ନାଉଁରେ ରାନ୍ ପାକାଇ ଆଚାସ୍ ଆରି ଇସ୍‌ରାଏଲର୍ ପର୍‌ମେସରର୍‌ ନାଉଁରେ ପାର୍‌ତନା କଲାସ୍‌ନି, ମାତର୍ ସତ୍‌ ବାବ୍‌ରେ କି ଦରମ୍ ସଙ୍ଗେ ନାଇଁ। କାଇକେ ବଇଲେ ସେମନ୍ ତମ୍‌କେ ସୁକଲ୍ ନଅଁରର୍ ଲକ୍‌ ବଲିକରି ଡାକ୍‌ପୁଟା କର୍‌ବାଇ ଆରି ଇସ୍‌ରାଏଲର୍ ପର୍‌ମେସରର୍ ଉପ୍‌ରେ ଆସା କର୍‌ବାଇ; ତାର୍‌ ନାଉଁରେ ସବୁର୍‌ ତେଇଅନି ବଡ୍ ସବୁବେଲର୍ ମାପ୍‌ରୁ । ମୁଇ ପୁରୁବ୍ କାଲେ ଅନି ପୁରୁବ୍‌କାଲର୍ କାତାକେ ଆଗ୍‌ତୁ ଅନି ଜାନାଇଲିନି ; ଉଁ ସେଟା ମର୍ ଟଣ୍ଡେ ଅନି ବାରଇଲା ଆରି ସେଟାକେ ମୁଇ ଜାନାଇଲି ; ମୁଇ ସେଟା କଲି ଆରି ସେ ଚକିତ୍ କାମ୍ ସବୁଜାକ ଗଟ୍‌ଲା । ତମେ ଅମାନିଆଁମନ୍, ତମର୍ ଟଟ୍‌ରି ଲୁଆର୍ ନାଲା ପାରା ଆରି ତମର୍ କାପାଲ୍ ପିତଲ୍ ପାରା ବଲିକରି ଆମେ ଜାନ୍‌ଲୁ । ସେଟାର୍‌ପାଇଁ ମୁଇ ଆଗର୍ କାଲେ ଅନି ତମର୍‌ ପାଇଁ ବଲିକରି ସେଟାକେ ଜାନାଇଲି; ସେଟା ଗଟ୍‌ବା ଆଗ୍‌ତୁ ତମ୍‌କେ ଜାନାଇଲୁ; ନଇଲେ ଏବେ ତମେ କଇତାସ୍, ଆମର୍ ଦେବ୍‌ତା ଏଟା କଲାଆଚେ, ଆମର୍ ତିଆର୍ କରି ରଇବା ଆରି ଚଁଚେ ଡାଲି ରଇବା ମୁର୍‌ତି ଏଟା ଆଦେସ୍ ଦେଲା ଆଚେ । ତମେ ସୁନି ଆଚାସ୍; ଏଟା ସବୁଜାକ ଦେକା ଆରି ତମେ କାଇ ସେଟାକେ ଜାନାଇ ନାପାରାସ୍‌ ? ସେ ସମଏଁ ଅନି ଆମେ ତମ୍‌କେ ନୁଆଁ ବିସୟ୍ , କଇବାକେ ଗାଲେ, ତମେ ନାଜାନି ରଇବା ବିସୟ୍‌କେ ଦେକାଇ ଆଚି । ସେ ସବୁ ଆଗର୍ କାଲେ ଅନି ନାଇଁ , ମାତର୍ ଏବେ ସୁସ୍‌ଟି ଅଇଲାର୍ ଏ ଦିନେ ଅନି ଆଗ୍‌ତୁ ତମେ ସେଟାକେ ସୁନାସ୍ ନାଇଁ ; ନଇଲେ ଏବେ ଦେକା, ଆମେ ସେଟା ସବୁଜାକ ଜାନ୍‌ଲୁ ବଲିକରି ତମେ କଇତାସ୍‌ । ସତଇ ତମେ ସୁନାସ୍‌ନାଇଁ;ତମେ ଜାନାସ୍ ନାଇଁ ;ଆଗ୍‌ତୁ ଅନି ତମର୍‌ କାନ୍ କୁଲା ନ ରଇଲା ; କାଇକେ ବଇଲେ ତମେ ବେସି ବିସ୍‌ବାସେ ବିସ୍ ଦେଲାସ୍ ଆରି ତମର୍ ମନ୍ ବିତ୍‌ରେ ଅନି କାରାପ୍ କାମ୍ କର୍‌ବା ଲକ୍ ବଲିକରି ଉଡ୍‌ରା ଅଇ ରଇଲାସ୍ , ସେଟା ମୁଇ ଜାନ୍‌ଲି । ଜେନ୍‌ତିକି ଲକ୍‌ମନ୍ ମର୍ ନାଉଁ ଦାରିକରି ଦନିଅବାଦ୍ କର୍‌ବାଇ, ମୁଇ ମର୍ ରିସାକେ ଉନା କରିଆଚି ; ମୁଇଁ ଆରି ରିସା ନ ଅଇନି ଆରି ତମ୍‌କେ କୁରୁପ୍‌ନାସ୍ ନ କରିନି । ଦେକା, ମୁଇ ତକେ ପରିଚଲ୍ କରିଆଚି ମାତର୍ ରୁପା ପାରା ନଏ; ମୁଇ ତମ୍‌କେ ଜଇ ଲାଗାଇବା ଜାଗ୍‌ନି ଲଗେ ଜେନ୍ତାରି ରୁପାକେ ପାକାଇ ପରିଚଲ୍ ଅଇସି ସେନ୍ତାରି ତମ୍‌କେ ପାପ୍ ଦୁନିଆଇ ଅନି ବାର୍‌କରାଇ ଆନ୍‌ଲି ଆଚି । ମୁଇଁ ଜନ୍‌ଟା କଲିନି ସେଟା ମର୍ ନିଜର୍ ପାଇଁ କରି ଆଚି ମୁଇ ମର୍ ନିଜର୍ ନାଉଁକେ କାରାପ୍ କର୍‌ବାକେ ନ ଦେଇ କି ମୁଇ ମର୍ ମଇମାକେ ବିନ୍ ଲକ୍‌କେ ନ ଦେଇ ।

ଇସ୍‌ରାଏଲ୍‌କେ ପର୍‌ମେସରର୍‌ ଡାକ୍‌ରା

ଏ ଜାକୁବ୍‌, ଏ ମର୍ ଇସ୍‌ରାଏଲର୍ ଲକ୍‌ମନ୍, ମର୍ ବାକିଅକେ ମନ୍‌ଦିଆନ୍ ଦିଆସ୍; ମୁଇ ସେ, ମୁଇ ଆରାମ୍, ଆରି ମୁଇ ଆକା ସାରାସାରି; ଆରି ମର୍ ଆତ୍ ପୁର୍‌ତିବିର୍ ମୁଲ୍ ମୁଣ୍ଡା ତିଆର୍ କଲିଆଚି ଆରି ମର୍ ଉଜା ଆତ୍ ଆକାସ୍ ମଣ୍ଡଲ୍‌ ଜାକ ଲାମି ଆଚେ ମୁଇ ସେମନ୍‌କେ ଡାକ୍‌ଲେ ସରି, ଗଟେକ୍ ଲଗେ ରୁଣ୍ଡ୍ ଅଇକରି ଟିଆ ଅଇବାଇ । ତମେ ସବୁଲକ୍ ଗଟେକ୍‌ ତେଇ ରୁଣ୍ଡ୍ ଅଇ କରି ସୁନା ; ସେମନର୍ ବିତ୍‌ରେ ଅନି କେ ଏଟାମନ୍‌କେ ଜାନାଇଲା ଆଚେ ? ସବୁବେଲର୍ ମାପ୍‌ରୁ ତାକେ ଆଲାଦ୍ କଲାଆଚେ ; ସେ ବାବିଲ୍‌ଗଡ୍ ତାର୍ ମନ୍‌କଲା ଗଡାକେ ସିଦ୍ କର୍‌ସି ଆରି କଲ୍‌ଦିଅ ମନର୍ ଉପ୍‌ରେ ତାର୍ ଆତ୍ ରଇସି । ମୁଇ, ମୁଇ ଆକା ବାକିଅ କଇଲି ଆଚି; ଉଁ ଆମେ ତାକେ ଡାକ୍‌ଲୁ ଆଚି ; ଆମେ ତାକେ ଆନି ଆଚି , ଆରି ସେ ନିଜର୍ କାମେ, ନିଜର୍ ନିଜେ ସିଦ୍ ଅଇସି । ତମେ ସବୁଲକ୍ ଆମର୍ ଲଗେ ଆସିକରି ଏ କାତା ସୁନା; ମୁଇ ପର୍‌ତୁମେ ଅନି ଲୁଚାଇଲା କାତା କଇ ନାଇଁ ଏଟା ଅଇବା ବେଲେ ଅନି ଇତି ମୁଇ ଆଚି ; ଆରି ଏବେ ମାପ୍‌ରୁ, ସବୁବେଲର୍ ମାପ୍‌ରୁ ମକେ ଆରି ତାର୍ ଜିବନ୍‌କେ ଡାକ୍‌ଲା ଆଚେ ।

ତାର୍ ଲକ୍‌ମନର୍ ପାଇଁ ସବୁବେଲର୍ ମାପ୍‌ରର୍ ଜଜ୍‌ନା

ସବୁବେଲର୍ ମାପ୍‌ରୁ ତମର୍ ମୁକ୍‌ତି କାରିଆ, ଇସ୍‌ରାଏଲ୍ ଦେସର୍ ସୁକଲ୍ ସବୁବେଲର୍ ମାପ୍‌ରୁ, ଏ କାତା କଇଲାନି ; ମୁଇ ସବୁବେଲର୍ ମାପ୍‌ରୁ, ତମର୍ ପର୍‌ମେସର୍, ତମ୍‌କେ କାମ୍‌କେ ଆଇବା ସିକିଆ ସିକାଇବି, ତମେ ଜନ୍‌ବାଟ୍‌ ବାଟେ ମନ୍ କର୍‌ସା ସେବାଟେ ତମ୍‌କେ ଜିବାକେ ଦେବି । ଜଦି ତମେ ମର୍‌ କାତାକେ ମନ୍‌ଦିଆନ୍ ଦେଇତାସ୍ ବଇଲେ ! ତମର୍ ପାଇଁ ଆସିର୍‌ବାଦ୍ ଗାଡ୍ ବଇ ଜାଇତା ଜନ୍‌ଟାକି କେବେ ମିସା ନ ଆଁଟେ ! ଆରି ତମର୍ ଦରମ୍ ସମ୍‌ଦୁରର୍ ଲଉଡିପାରା ଅଇତା; ତମର୍ କୁଲ୍ ମିସା ବାଲି ପାରା ବେସି ଅଇତାଇ ,ଆରି ତମର୍ ବନିକେ ଜନମ୍ ଅଇଲା ପିଲାମନ୍‌କେ ବାଲି ପାରା ଅଇତାଇ, ଆରି ମର୍ ଲଗେ ଅନି ସେମନ୍‌କେ ଦୁର୍ ନ କର୍‌ତି କି ବିନସ୍‌ଟ ନ କର୍‌ତି । ତମେ ବାବିଲ୍ ଗଡେ ଅନି ଉଟି ଜାଆ, କଲ୍‌ଦିଅ ମନର୍ ବିତ୍‌ରେ ଅନି ପାଲାଇଲା ଲକ୍‌କେ ଦେକିକରି ଗିତ୍ ଗାଇଲା ପାରା ଆଉଲି ଅଇକରି ପର୍‌ଚାର୍ କରି ଜାନାଆ , ପୁର୍‌ତିବିର୍ ସନ୍ଦି ଜାକ ଏଟାକେ ଜାନାଆ ;ତମେ କୁଆ, ସବୁବେଲର୍ ମାପ୍‌ରୁ ଆମର୍ ଦାସ୍ ଜାକୁବ୍‌କେ ଉଦାର୍ କଲା ଆଚେ ବଲିକରି । ଆରି,ସେ ବାଲିପଟା ବାଟେ ଇଣ୍ଡିଜିବାବେଲେ ସେମନ୍‌କେ ସସ୍ ଲାଗ୍‌ଲାକେ, ସେମନ୍ ପାନି କାଅତ୍‌ ବଲିକରି ପାକ୍‌ନ୍ ଟାନେ ଅନି ପାନି ବାର୍ କରାଇଲା , ଆରି ସେ ପାକ୍‌ନାକେ ମାରି ପୁଟାଇଲାକେ , ସେ ପାକାନେ ଅନି ପାନି ବାରଇଲା । ସବୁବେଲର୍ ମାପ୍‌ରୁ କଇଲାନି,କାରାପ୍‌ ଲକ୍‌ମନ୍‌କେ କେବେ ମିସା ସାନ୍‌ତି ନ ମିଲେ ।

Desiya Bible. Copyright © The Word for the World International. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.