Desiya Bible
ଜିସାୟ୍ 28
ଜିରୁସାଲାମର୍ ପାଇଁ ବିଚାର୍ନା
ଇପ୍ର୍ଇମ୍ କୁରୁପ୍ନାସ୍ ଅଇଜାଇସି ! ଆର୍ ଆସିର୍ବାଦ୍ ଅଙ୍ଗୁର୍ ରସ୍ କାଇବା ନେତାମନର୍ ମୁଣ୍ଡେ ପୁଲର୍ ମୁକୁଟ୍ ପାରା ନସ୍ଟ ଅଇ ଜାଇସି । ସେମନର୍ ଗରବ୍ ମୁଣ୍ଡର୍ ବାସ୍ନା, ମାତର୍ ସେତେଇ ସେମନ୍ ଅଙ୍ଗୁର୍ ରସ୍ କାଇକରି ସଇଲାଇ ଆଚତ୍, ସେମନ୍ ଅବିସାପର୍ ଲକ୍!
ସବୁବେଲର୍ ମାପ୍ରୁର୍ ଗଟେକ୍ ବପୁରଇବା ଲକ୍ ଆରି ବପୁକାରିଆ ଆଚେ , ଜେକି କାରାପାକ୍ନା ମାର୍ଲା ପାରା ଆରି ପାନି ଆଇଲା ପାରା ଆରି ବେସି ପାନି ପବନ୍ ପାରା ଆସି ଦେସ୍ସାରା କେଲି ଜାଇସି ।
ଇପ୍ରଇମର ଅଙ୍ଗୁର୍ ରସ୍ କାଇ ମାତ୍ବା ଲକ୍ମନ୍ ପାଇବା ମୁକୁଟ୍ ପାଦ୍ ତଲେ ପାକାଇ ଚକ୍ଟି ଦେଇସି;
ଆରି , ପଲ୍ପଲ୍ବା ମରୁବାଲି ବୁଇଁର୍ ମୁଣ୍ଡେ ରଇବା ତାର୍ ସୁନ୍ଦର୍ ଜାଉଁଲି ଜାଇ ରଇବା ପୁଲ୍ ପାରା ଅଇସି, କାରାଦିନର୍ ସୁକିଜାଇ ରଇବା ପଲ୍ ପାରା ଅଇସି ; ଜନ୍ ଲକ୍ ମନ୍ ଦେକ୍ବା ଦାପ୍ରେ ଆରି ଆତେ ଦାର୍ଲା ଦାପ୍ରେ କାଇ ଦେଇସି ।
ଗଟେକ୍ ଦିନ୍ ଆଇସି ସବୁର୍ଟାନୁ ବପୁରଇବା ସବୁବେଲର୍ ମାପ୍ରୁର୍ ଲଗେ ବଁଚି ରଇଲା ଲକ୍ମନର୍ ପାଇଁ ସୁନ୍ଦର୍ ମୁକୁଟ୍ ଆରି ବେସି ବାସ୍ନା ପୁଲ୍ ପାରା ଅଇସି।
ଆରି ଜନ୍ ଲକ୍ମନ୍ ବିଚାର୍ କାରିଆ ବାବ୍ରେ କାମ୍ କର୍ବାକେ ବସିଆଚତ୍ ସେମନ୍କେ ବିଚାର୍ କର୍ବା ଆତ୍ମା ଆରି ଜନ୍ ଲକ୍ମନ୍ ନଅଁରର୍ ଗେଟ୍ଲଗେ ଜୁଇଦ୍ କରି ବାଉଡି ଉଟି ଆଇବାଇ , ଆରି ସେମନର୍ପାଇଁ ବପୁ ଦେବାଇ ।
ମାତୁଆଲ୍ମନର୍ ପାଇଁ ବବିସତ୍ କାତା
ମାତର୍ ଏମନ୍ ଅଙ୍ଗୁର୍ ରସ୍କେ ବେସି ଲାଲ୍ସା ଅଇଲା ଆଚତ୍ ଆରି ମାତି କରି ତେରେପେତେ ଅଇ ଜାଇ ଆଚତ୍; ଜାଜକ୍ ଆରି ବବିସତ୍ ବକ୍ତାମନ୍ ବେସି ଅଙ୍ଗୁର୍ ରସ୍ କାଇବାକେ କିଲିବିଲି ଅଇଲାନି, ମାତି କରି ତେରେପେତେ ଅଇ ଜାଇ ଆଚତ୍; ସେମନ୍ ଦର୍ସନ୍ ଦେକ୍ବାକେ କିଲିବିଲି ଅଇବାଇ, ବିଚାର୍ କର୍ବା ତେଇ ଗେବ୍ରି ଜିବାଇ । କାଇକେ ବଇଲେ ଟେବୁଲ୍ ମନ୍କେ ବାତି କରି ପାକାଇ ଆଚତ୍ ଗଟେକ୍ ମିସା ପରିଚଲ୍ ଜାଗା ନାଇଁ ।
ସେ କାକେ ଗିଆନ୍ ସିକାଇସି ? ସେ କାକେ ସୁବ୍କବର୍ ବୁଜାଇ ଦେଇସି ? ନୁଆଁ ଲକ୍ମନ୍କେ କି ପୁର୍ନା ଲକ୍ମନ୍କେ ? କାଇକେବଇଲେ ଏଟା ଅଇଲାନି ବିଦି ଉପ୍ରେ ବିଦି, ବିଦି ଉପ୍ରେ ବିଦି, ଦାଡିକେ ଦାଡି, ଦାଡିକେ ଦାଡି; ଇତି କଣ୍ଡେକ୍ ତେଇ କଣ୍ଡେକ୍ ।
ନାଉଁକେ ମାତର୍ ଅଲ୍ଗା ଦେସର୍ ଟଣ୍ଡ୍ସଙ୍ଗେ ଆରି ବିନ୍ ବାସା ସଙ୍ଗ୍ ଏ ଲକ୍ମନ୍କେ କାତା କଇସି;
ସେ ସେମନ୍କେ କଇଲା, ଏ ପୁଣ୍ଡ୍ବାଟା, ତମେ ତାକି ଗାଲା ଲକ୍ମନ୍କେ ପୁଣ୍ଡ୍ବାକେ ଦିଆସ୍, ଆରି ଏଟା ଅଇଲାନି ବିସ୍ରାମ୍ ପାଇବାଟା; ମାତର୍ ସେ ଲକ୍ମନ୍ ସୁନ୍ବାକେ ମନ୍ ନ କରତ୍ ।
ଲକ୍ମନ୍ ଜେନ୍ତାରି କି ଆର୍ତରେକ୍ ଜାଇ ଅଦର୍ବାଇ ଆରି ସଇତାନର୍ ପାନ୍ଦେ ବାନ୍ଦି ଅଇ ରଇବାଇ ଆରି ତେରେପେତେ ଅଇବାଇ, ସେଟାର୍ ପାଇଁ ସବୁବେଲର୍ ମାପ୍ରୁର୍ ବାକିଅ ବିଦି ଉପ୍ରେ ବିଦି ଉପ୍ରେ ବିଦି; ଦାଡିକେ ଦାଡି ଦାଡିକେ ଡାଡି; ଇତି କଣ୍ଡେକ୍ ତେଇ କଣ୍ଡେକ୍ ଅଇସି ।
ସିଅନର୍ କନର୍ ପାକ୍ନା
ଜିରୁସାଲମ୍ ତେଇ ବାସା ଅଇଲା ସାସନ୍ କରୁମନ୍କେ ନିନ୍ଦା କର୍ବା ଲକ୍ମନ୍, ତମେ ସବୁବେଲର୍ ମାପ୍ରୁର୍ ବାକିଅ ସୁନା;
ତମେ କଇ ଆଚାସ୍, ଆମେ ମରନ୍ ସଙ୍ଗ୍ ନିଅମ୍ କରି ଆଚୁ ଆରି ପାତାଲ୍ ପୁର୍ ସଙ୍ଗ୍ ଆମର୍ ସନ୍ଦି ଆଚେ; ଏଟାର୍ ପାଇଁ ପାନିପବନ୍ ପାରା ଅଇ କର୍ଡା ସଙ୍ଗ୍ ମାର୍ବା ବେଲେ ସେ ଆମର୍ ସଙ୍ଗେ ନ ଆସେ; କାଇକେବଇଲେ ମିଚ୍କେ ଆମେ ସଇବା ଜାଗା କରି ଆଚୁ ଆରି ସତ୍ ନ ରଇଲା ତେଇ ଆମେ ନିଜେ ଲୁଚାଇ ଆଚୁ;
ଏଟାର୍ ପାଇଁ ମାପ୍ରୁ ପର୍ମେସର୍ ସବୁବେଲର୍ ମାପ୍ରୁ ଏ କାତା କଇଲାନି, ଦେକା, ମୁଇ କୁନାଦି କର୍ବାକେ ସିଅନ୍ ତେଇ ଗଟେକ୍ ପାକ୍ନା ସେଟା ପରିକିଆ ସିଦ୍ ଅଇଲା ପାକ୍ନା, ସେଟାକେ ବେସି ଦାମ୍କିଆ ଗଟେକ୍ ଡାଟ୍ କୁନାଦି ତିଆର୍ କରି ଆଚି; ଜେ ବିସ୍ବାସ୍ କର୍ସି ସେ ମନ୍ ଉନା କରି ରଇସି ।
ଆରି, ନିଆଇ ବିଚାର୍ କର୍ବାକେ ଡର୍ ଆରି ଦରମ୍ କର୍ବା ଲକ୍କେ ଅଲୁମ୍ ସଙ୍ଗ୍ ନାପ୍ବି; ଆରି, କାରାପାକ୍ନା ଅଦ୍ରି ପାପର୍ ଜାଗାକେ ବିନାସ୍ କର୍ସି ଆରି ସସିର୍ ପାନି ଲୁଚ୍ବା ଜାଗାକେ ବାଙ୍ଗାଇ ଦେଇସି ।
ଆରି, ମରନ୍ ସଙ୍ଗ୍ ତମର୍ ନିଅମ୍ ଦୁର୍ ଅଇସି ଆରି ପାତାଲ୍ ପୁର୍ ସଙ୍ଗ୍ ତମର୍ ସନ୍ଦି ସବୁବେଲେର୍ ପାଇଁ ନ ରଏ; ପାନିପବନ୍ ଆଇଲେ ତମେ ବୁଡି ବିନସ୍ଟ ଅଇ ଜାଇସା । ସେଟା ଜେତେକ୍ ତର ଆଇସି, ସେତ୍କି ତର୍ ତମ୍କେ ତେରେପେତେ କର୍ସି; କାଇକେବଇଲେ ସାକାଲ୍କେ ସାକାଲ୍ ଆରି ଦିନ୍ ରାତି କସ୍ଟ ଅଇବାର୍ ଅଇସି; ଲକ୍ମନ୍ ଜାଗର୍ତା ରଇବାକେ କଇଲା କାତା ସୁନ୍ବାକେ ଡର୍ବାଇ । କାଇକେ ବଇଲେ ନିଜ୍କେ ଡାଙ୍ଗ୍ଡାଙ୍ଗା ଅଇ ସବାକେ ନର୍ ଜାତିର୍ ସଇବା ଜାଗା ସାନ୍ଟା ଅଇସି ଆରି ନିଜ୍କେ ଡାବାଇ ଅଇବାକେ ରାଗୁ ମିସା ସାନ୍ ଅଇସି । ସବୁବେଲର୍ ମାପ୍ରୁ, ଜେନ୍ତାର୍କି ପରାସିମ ଡଙ୍ଗର୍ ତେଇ ଉଟ୍ସି, ଗିବିଅନ୍ର ତଲର୍ ଜାଗା ତେଇ ସେ ସେନ୍ତାରି ରିସା ଅଇସି; ତାର୍ପଚେ ତାର୍ କାମ୍ ଅଲ୍ଗା ଦେସର୍ କାମ୍ ସିଦ୍ ଅଇସି ଆରି ନିଜର୍ ବେବାର୍ ଆରି କାବାଅଇ ଜିବା ବେବାର୍ପାନି ପୁରାପୁରୁନ୍ କର୍ସି । ଏଟାର୍ ପାଇଁ ତମେ ନିନ୍ଦା ପାଇବା ଲକ୍ମନର୍ ପାରା ଉଆ ନାଇ, ପଚ୍କେ ତମର୍ ବାନ୍ଦ୍ଲାଟା ଡାଟ୍ ଅଇସି; କାଇକେବଇଲେ ମାପ୍ରୁ, ସବୁବେଲର୍ ମାପ୍ରୁର୍ ଟଣ୍ଡେ ଅନି ଏ ପୁର୍ତିବିକେ କୁରୁପ୍ ନାସ୍ କର୍ବା ବିସଇରେ ଆମେ ସୁନି ଆଚୁ ।
ମାପ୍ରୁର୍ ଗିଆନ୍
ତମେ ନିକ ସଙ୍ଗ୍ କାନ୍ ଡେରି କରି ଆମର୍ କାତା ସୁନା ଆରି ଆମର୍ ବାକିଅକେ ନାମା । ଗଟେକ୍ ଚାସି କାଇଟାଆଲେ ବୁନ୍ବାକେ ସବୁଦିନ୍ ଅଲ୍ ନ ବୁଲାଏ କି? ସେ ସାର୍ ତିଆର୍ କରି ଡେଲ୍କା ନ ବିଲାଏ କି ? ଗଟେକ୍ ଚାସି ବୁନ୍କେ ବଲିକରି ଦିନ୍ ରାତି କସିଲାଗି ରଇସି କି? ସେ ଚାସି ସର୍ତେ ନିବ୍ଡାଇ ସାରାଇଲା ପଚେ କାଲା ଜିରା ବିଚି ନ ଦେଏ ଆରି ଚାରାମାଲି ନ ବୁନେ ଆରି ଦାଡିଦାଡି କରି ଗଅମ୍, କେଡ୍ଜନା ଆରି ଜନା, ସାମାନ୍ ସଙ୍ଗେ ନ ରପେ କି ? କାଇକେବଇଲେ ତାର୍ ପର୍ମେସର୍ ତାକେ ସମାନ୍ ବେଲାଇ କାମ୍ କର୍ବାକେ ଆଦେସ୍ ଦେଇସି ଆରି ତାକେ ସିକାଇସି । କାଇକେବଇଲେ କାଲିଆ ଜିରାକେ ଗଟେକ୍ ଲାଗନ୍ କାଣ୍ଡା ସଙ୍ଗ୍ ନ କାଟତ୍, କି ଜିରା ଜଡାଇବାକେ ସଗଡ୍ ଚକ୍ ନ ବୁଲାଅତ୍; ମାତର୍ ତାକେ ଜଡାଇବାକେ ଗଟେକ୍ ଡାଙ୍ଗ୍ ସଙ୍ଗ୍ ନଇଲେ ଜାଟି ସଙ୍ଗ୍ ମାରି କରି ଜଡାଇବାଇ । ରୁଟି କର୍ବା ଗଁକେ, ଚକ୍ ସଙ୍ଗ୍ ଜଡାଇବାଇ ମାତର୍ ସେଟା ପୁରାପୁରୁନ୍ ଗୁଣ୍ଡ୍ କର୍ବାକେ ନ ବୁଲାଅତ୍ କି ଗଡାମନ୍ ବୁଲ୍ଲା ବେଲେ ବିଚି ଅଇସି ମାତର୍ ସେଟା ଗୁଣ୍ଡ୍ଗୁଣ୍ଡା ନ ଅଏ । ଏଟା ସବୁବେଲର୍ ମାପ୍ରୁ ପର୍ମେସରର୍ ଲଗେ ଅନି ଅଇସି, ତାର୍ ଜଜ୍ନା କାବାଅଇ ଜିବା ପାରା ଆରି ଗିଆନ୍ରେ ବଡ୍ ।
Desiya Bible. Copyright © The Word for the World International. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.