Skip to content
BibleKenya

ସିଫନୀୟ

Zephaniah

Introduction from this edition

ସିଫନୀୟ ଭବିଷ୍ୟଦ୍‍ବକ୍ତାଙ୍କ ପୁସ୍ତକ

ଲେଖକ

ସିଫନୀୟ 1:1ରେ ଲେଖକ ନିଜେ ନିଜ ବିଷୟରେ “ହିଜକୀୟଙ୍କ ବୃଦ୍ଧ ପ୍ରପୌତ୍ର, ଅମରୀୟଙ୍କ ପ୍ରପୌତ୍ର, ଗଦଲୀୟଙ୍କ ପୌତ୍ର, କୂଶୀଙ୍କ ପୁତ୍ର ସଫନୀୟ” ବୋଲି ପ୍ରକାଶ କରନ୍ତି। ସିଫନୀୟ ନାମର ଅର୍ଥ “ପରମେଶ୍ୱର ପ୍ରତିରକ୍ଷକ” ଉଲ୍ଲେଖନୀୟ ଭାବରେ ଯିରିମୀୟରେ ଜଣେ ଯାଜକ (21:1; 29:25, 29; 37:3; 52:24), କିନ୍ତୁ ସିଫନୀୟଙ୍କ ବିଷୟରେ ସେମିତି କିଛି ନାହିଁ। ଅନେକ ସମୟରେ ଏହା ଦାବି କାରାଯାଏ ଯେ ସିଫନୀୟଙ୍କର ରାଜକୀୟ ପୃଷ୍ଠଭୂମି ଥିଲା। ସିଫନୀୟ ହେଉଛନ୍ତି ପ୍ରଥମ ଲେଖକ ଭବିଷ୍ୟଦ୍‍ବକ୍ତା ଯିଏ ଯିହୁଦା ବିରୁଦ୍ଧରେ ଭବିଷ୍ୟଦ୍‍ବାଣୀ ଯିଶାଇୟ ଏବଂ ମୀଖାଙ୍କ ସମୟରେ କରିଥିଲେ।

ସମୟ ଓ ସ୍ଥାନ

ପ୍ରାୟ 640-607 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି।

ସିଫନୀୟ ପୁସ୍ତକ ପ୍ରକାଶ କରେ ଯେ ସିଫନୀୟ ଯିହୁଦାର ରାଜା ଯୋଶୀୟଙ୍କ ରାଜତ୍ଵରେ ଭବିଷ୍ୟଦ୍‍ବାଣୀ କରିଥିଲେ (ସିଫ. 1:1)।

ପ୍ରାପକ

ଯିହୁଦାର ଦକ୍ଷିଣ ରାଜ୍ୟର ଲୋକ ଏବଂ ସାଧାରଣ ଭାବରେ ସମସ୍ତ ପରମେଶ୍ୱରଙ୍କ ଲୋକମାନେ।

ଉଦ୍ଦେଶ୍ୟ

ସିଫନୀୟଙ୍କର ବିଚାର ଏବଂ ପ୍ରୋତ୍ସାହନର ବାର୍ତ୍ତା ତିନୋଟି ଗୁରୁତ୍ଵପୂର୍ଣ୍ଣ ଶିକ୍ଷାଗୁଡ଼ିକୁ ଅନ୍ତର୍ଭୁକ୍ତ କରେ, ସମସ୍ତ ଦେଶ ଉପରେ ପରମେଶ୍ୱରଙ୍କର ସାର୍ବଭୌମତ୍ଵ ଅଧିକାର ରହିଛି, ବିଚାର ଦିନରେ ଦୁଷ୍ଟ ଦଣ୍ଡ ପାଇବ ଓ ଧାର୍ମିକ ନିର୍ଦ୍ଦୋଷ ହେବ, ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କରନ୍ତି ଯେଉଁମାନେ ମନପରିବର୍ତ୍ତନ କରି ତାହାଙ୍କଠାରେ ଭରସା ରଖନ୍ତି।

ବିଷୟବସ୍ତୁ

ପ୍ରଭୁଙ୍କ ମହାନ ଦିନ

ରୂପରେଖା

1. ବିନାଶ ନିମନ୍ତେ ଆସୁଥିବା ପ୍ରଭୁଙ୍କ ମହାନ ଦିନ — 1:1-18

2. ଆଶାର ମଧ୍ୟବର୍ତ୍ତୀ — 2:1-3

3. ଦେଶଗୁଡ଼ିକ ଉପରେ ବିନାଶ — 2:4-15

4. ଯିରୂଶାଲମ ଉପରେ ବିନାଶ — 3:1-7

5. ଆଶାର ପ୍ରତ୍ୟାବର୍ତ୍ତନ — 3:8-20

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.