ପ୍ରକାଶିତ
Revelation
Introduction from this edition
The Revelation to Saint John
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ
ଲେଖକ
ପ୍ରେରିତ ଯୋହନ ନିଜେ ଦୂତଙ୍କ ମାଧ୍ୟମରେ ପ୍ରଭୁ କହିଥିବା ବିଷୟକୁ ଲେଖିଛନ୍ତି ବୋଲି ପ୍ରକାଶ କରନ୍ତି। ପ୍ରଥମ ଶତାବ୍ଦୀର ଲେଖକମାନେ ଶହୀଦ ଯଷ୍ଟିନ ଶହୀଦ, ଇରାନିଉସ, ହିପୋଲିଟାସ, ତର୍ତୁଲୀନ, ଆଲେକ୍ଜାଣ୍ଡ୍ରିଆର କ୍ଲେମେଣ୍ଟ୍ ଏବଂ ମରିଟୋରିଆନ୍ ଏହି ସମସ୍ତଙ୍କ ମତ ଅନୁସାରେ ପ୍ରକାଶିତ ବାକ୍ୟର ଲେଖକ ଯୋହନ ଅଟନ୍ତି। ପ୍ରକାଶିତ ବାକ୍ୟ “ଦୈବବାଣୀ” ଭାବରେ ଲିଖିତ, ଯିହୁଦୀମାନଙ୍କର ଏକ ସାହିତ୍ୟ ପରି ଯାହା ତାଡ଼ନା ମଧ୍ୟରେ ଯାଉଥିବା ଲୋକମାନଙ୍କୁ ଆଶା ଦେବାକୁ ଆକୃତି ଚିହ୍ନ ବ୍ୟବହାର କରେ (ଈଶ୍ବରଙ୍କ ସର୍ବଶେଷ ବିଜୟ)।
ସମୟ ଓ ସ୍ଥାନ
ପ୍ରାୟ 95-96 ଖ୍ରୀଷ୍ଟାବ୍ଦ ମଧ୍ୟରେ ଲେଖାଯାଇଅଛି।
ଯୋହନ ପ୍ରକାଶ କରନ୍ତି ଯେ ଯେତେବେଳେ ସେ ଭାବବାଣୀ ପାଇଲେ ସେତେବେଳେ ସେ ଏଜିୟାନ୍ ସମୁଦ୍ରର ପାତ୍ମ ନାମକ ଦ୍ୱୀପରେ ଥିଲେ (ପ୍ରକା. 1:9)।
ପ୍ରାପକ
ଯୋହନ କହିଲେ ଯେ ଏସିଆ ମହାଦେଶରେ ଥିବା ସପ୍ତ ମଣ୍ଡଳୀ ନିକଟକୁ ଏହି ପତ୍ର ଲେଖୁଅଛନ୍ତି (ପ୍ରକା. 1:4)।
ଉଦ୍ଦେଶ୍ୟ
ପ୍ରକାଶିତ ବାକ୍ୟର ଉଦ୍ଦେଶ୍ୟ ଯୀଶୁ ଖ୍ରୀଷ୍ଟଙ୍କୁ (ପ୍ରକା. 1:1), ତାହାଙ୍କ ବ୍ୟକ୍ତିତ୍ଵ, ତାହାଙ୍କ ଶକ୍ତି ଏବଂ ଅବିଳମ୍ବରେ ଯାହା ନିଶ୍ଚୟ ଘଟିବ ସେହି ବିଷୟରେ ତାହାଙ୍କର ଦାସମାନଙ୍କୁ ପ୍ରକାଶ କରିବା ଥିଲା। ଜଗତ ସମାପ୍ତ ହେବ ଏବଂ ବିଚାର ନିଶ୍ଚିତ ବୋଲି ଏହାର ଶେଷ ଚେତାବନୀ ଥିଲା। ଯେଉଁମାନେ ଆପଣା ଆପଣା ବସ୍ତ୍ରକୁ ପବିତ୍ର ରଖିଥିଲେ ସେମାନଙ୍କର ମହିମାର ଅପେକ୍ଷା ଏବଂ ସ୍ୱର୍ଗର ଏକ ଛୋଟ ଦୃଶ୍ୟ ଏହା ଆମ୍ଭମାନଙ୍କୁ ଦିଏ। ମହାବିପଦ ସହିତ ଏହାର ସମସ୍ତ ଦୁଃଖ ଅବସ୍ଥାକୁ ଏବଂ ଶେଷ ଅଗ୍ନି ଯାହା ସମସ୍ତ ଅବିଶ୍ଵାସୀମାନେ ଅନନ୍ତକାଳ ନିମନ୍ତେ ସମ୍ମୁଖୀନ ହେବେ ତାହା ପ୍ରକାଶିତ ବାକ୍ୟ ଆମ୍ଭମାନଙ୍କୁ ପ୍ରକାଶ କରେ। ଏହି ପୁସ୍ତକ ଶୟତାନ ଏବଂ ତାହାଙ୍କର ଦୂତମାନଙ୍କର ପତନ ବିଷୟକୁ ପୁନରାବୃତ୍ତି କରେ।
ବିଷୟବସ୍ତୁ
ପ୍ରକାଶ
ରୂପରେଖା
1. ଖ୍ରୀଷ୍ଟଙ୍କର ପ୍ରକାଶନ ଓ ଯୀଶୁଙ୍କ ସାକ୍ଷ୍ୟ — 1:1-8
2. ଯେଉଁ ବିଷୟ ଗୁଡ଼ିକ ତୁମ୍ଭେ ଦେଖିଅଛ — 1:9-20
3. ସ୍ଥାନୀୟ ସପ୍ତ ମଣ୍ଡଳୀ — 2:1-3:22
4. ଯେଉଁ ବିଷୟ ଗୁଡ଼ିକ ଘଟିବାକୁ ଯାଉଛି — 4:1-22:5
5. ପ୍ରଭୁଙ୍କର ଶେଷ ଚେତାବନୀ ଏବଂ ପ୍ରେରିତଙ୍କ ଶେଷ ପ୍ରାର୍ଥନା — 22:6-21
ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-10-25.