Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଗୀତସଂହିତା 87

ଯିରୂଶାଲମର ପ୍ରଶଂସା

ଗୀତ; କୋରହ-ସନ୍ତାନଗଣର ଗୀତ।

ତାହାଙ୍କ ଭିତ୍ତିମୂଳ ପବିତ୍ର ପର୍ବତ ଉପରେ ସ୍ଥାପିତ।

ସଦାପ୍ରଭୁ ଯାକୁବର ସମସ୍ତ ବାସସ୍ଥାନ ଅପେକ୍ଷା

ସିୟୋନର ଦ୍ୱାରସମୂହକୁ ଅଧିକ ସ୍ନେହ କରନ୍ତି।

ହେ ପରମେଶ୍ୱରଙ୍କ ନଗରୀ, ତୁମ୍ଭ ବିଷୟରେ ନାନାବିଧ ଗୌରବର କଥା କଥିତ ଅଛି। [ସେଲା]

ମୋʼ ଜାଣିବା ଲୋକଙ୍କ ତୁଲ୍ୟ ମୁଁ ରାହବ ଓ ବାବିଲକୁ ଉଲ୍ଲେଖ କରିବି;

ପଲେଷ୍ଟୀୟା, ସୋର ଓ କୂଶକୁ ଦେଖ;

“ଏହି ଜଣ ସେଠାରେ ଜାତ ହେଲା।”

ଆହୁରି, ସିୟୋନ ବିଷୟରେ କୁହାଯିବ, “ଏଜଣ ଓ ସେଜଣ ତହିଁ ମଧ୍ୟରେ ଜାତ ହେଲେ;”

ପୁଣି, ସର୍ବୋପରିସ୍ଥ ସ୍ୱୟଂ ତାହା ସୁସ୍ଥିର କରିବେ।

ସଦାପ୍ରଭୁ ଗୋଷ୍ଠୀବର୍ଗର ନାମ ଲେଖିବା ସମୟରେ,

“ଏଜଣ ସେଠାରେ ଜାତ ହେଲା” ବୋଲି ଗଣନା କରିବେ। [ସେଲା]

ଗାୟକ ଓ ନର୍ତ୍ତକମାନେ କହିବେ,

“ମୋହର ସବୁ ଝର ତୁମ୍ଭଠାରେ ଅଛି।”

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.