ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ
ଗୀତସଂହିତା 3
ପ୍ରଭାତକାଳୀନ ପ୍ରାର୍ଥନା
ଦାଉଦଙ୍କର ଆପଣା ପୁତ୍ର ଅବଶାଲୋମ ନିକଟରୁ ପଳାୟନକାଳୀନ ଗୀତ।
ହେ ସଦାପ୍ରଭୋ, ମୋହର ବିପକ୍ଷମାନେ କିପରି ବଢ଼ିଅଛନ୍ତି।
ମୋʼ ବିରୁଦ୍ଧରେ ଉତ୍ଥିତ ଲୋକ ଅନେକ।
ଅନେକେ ମୋʼ ପ୍ରାଣ ବିଷୟରେ କହନ୍ତି, ପରମେଶ୍ୱରଙ୍କ
ନିକଟରେ ତାହା ପାଇଁ ପରିତ୍ରାଣ1 ନାହିଁ। [ସେଲା]
ମାତ୍ର ହେ ସଦାପ୍ରଭୋ, ତୁମ୍ଭେ ମୋʼ ଚତୁର୍ଦ୍ଦିଗରେ ଢାଲ ସ୍ୱରୂପ;
ମୋହର ଗୌରବ ଓ ମୋʼ ମସ୍ତକ ଉଠାଇବା କର୍ତ୍ତା ଅଟ।
ମୁଁ ଆପଣା ରବରେ ସଦାପ୍ରଭୁଙ୍କୁ ଡାକେ,
ପୁଣି, ସେ ଆପଣା ପବିତ୍ର ପର୍ବତରୁ ମୋତେ ଉତ୍ତର ଦିଅନ୍ତି। [ସେଲା]
ମୁଁ ଶୟନ କରି ନିଦ୍ରାଗତ ହେଲି; ମୁଁ ଜାଗ୍ରତ ହେଲି;
କାରଣ ସଦାପ୍ରଭୁ ମୋତେ ରକ୍ଷା କରନ୍ତି।
ମୁଁ ଆପଣା ପ୍ରତିକୂଳରେ ପରିବେଷ୍ଟିତ
ଅୟୁତ ଅୟୁତ ଲୋକଙ୍କୁ ଭୟ କରିବି ନାହିଁ।
ହେ ସଦାପ୍ରଭୋ, ଉଠ; ହେ ମୋହର ପରମେଶ୍ୱର, ମୋତେ ପରିତ୍ରାଣ କର।
କାରଣ ତୁମ୍ଭେ ମୋହର ଶତ୍ରୁ ସମସ୍ତଙ୍କ କଳହାଡ଼ରେ ଆଘାତ କରିଅଛ;
ତୁମ୍ଭେ ଦୁଷ୍ଟମାନଙ୍କ ଦନ୍ତ ଭାଙ୍ଗି ପକାଇଅଛ।
ପରିତ୍ରାଣ2 ସଦାପ୍ରଭୁଙ୍କର ଅଧିକାର;
ତୁମ୍ଭ ଲୋକମାନଙ୍କ ଉପରେ ତୁମ୍ଭର ଆଶୀର୍ବାଦ ବର୍ତ୍ତୁ। [ସେଲା]
Source notes (2)
- Footnote ପରିତ୍ରାଣ କିମ୍ବା ସାହାଯ୍ୟ
- Footnote ପରିତ୍ରାଣ କିମ୍ବା ବିଜୟ
ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-10-25.