Skip to content
BibleKenya

ମାର୍କ

Mark

Introduction from this edition

The Gospel according to Mark

ମାର୍କ ଲିଖିତ ସୁସମାଚାର

ଲେଖକ

ପ୍ରଥମ ଶତାବ୍ଦୀ ମଣ୍ଡଳୀର ପ୍ରାଚୀନମାନେ ସର୍ବସମ୍ମତି ଭାବରେ ସହମତ ଥିଲେ ଯେ ଯୋହନ ମାର୍କ ଏହି ପୁସ୍ତକକୁ ଲେଖିଥିଲେ। ଯୋହନ ମାର୍କ ନାମଟି ନୂତନ ନିୟମରେ ଦଶ ଥର ଉଲ୍ଲେଖ କରାଯାଇଅଛି (ପ୍ରେରିତ 12:12, 25; 13:5, 13; 15:37, 39; କଲ. 4:10; 2 ତୀମ. 4:11; ଫିଲି. 24; 1 ପିତ. 5:13)। ଏହି ପଦଗୁଡ଼ିକ ଦର୍ଶାଏ ଯେ ମାର୍କ ବର୍ଣ୍ଣବ୍ବାଙ୍କର ସମ୍ପର୍କୀୟ ବ୍ୟକ୍ତି ଥିଲେ (କଲସୀୟ 4:10) ମାର୍କଙ୍କ ମାତାଙ୍କ ନାମ ମରୀୟମ ଥିଲା, ଯିରୂଶାଲମ ସହରରେ ସେ ଜଣେ ଧନୀ ଓ ସମ୍ମାନ ପ୍ରାପ୍ତ ମହିଳା ଥିଲେ ଏବଂ ସେମାନଙ୍କର ଗୃହ ପ୍ରଥମ ମଣ୍ଡଳୀ ନିମନ୍ତେ ସମବେତ ସ୍ଥଳୀ ଥିଲା (ପ୍ରେରି. 12:12)। ଯୋହନ ମାର୍କ ବର୍ଣ୍ଣବ୍ବା ଏବଂ ପାଉଲଙ୍କ ସହିତ ପ୍ରଥମ ମିଶନାରୀ ଯାତ୍ରା ସମୟରେ ଏକତ୍ର ଥିଲେ (ପ୍ରେରି. 12:25; 13:5)। ବାଇବଲର ସୂଚନା ଅନୁସାରେ ଏବଂ ପ୍ରଥମ ଶତାବ୍ଦୀର ପ୍ରାଚୀନମାନଙ୍କ ସାକ୍ଷ୍ୟ ଅନୁସାରେ ପିତର ଏବଂ ମାର୍କଙ୍କର ଘନିଷ୍ଟ ସମ୍ପର୍କ ଥିଲା (1 ପିତ. 5:13)। ସେ ପିତରଙ୍କର ପ୍ରଚାରର ଅନୁବାଦକ ଥିଲେ, ସମ୍ଭବତଃ ପିତରଙ୍କର ପ୍ରତ୍ୟକ୍ଷଦର୍ଶୀ ସାକ୍ଷ୍ୟ ମାର୍କଙ୍କ ସୁସମାଚାର ନିମନ୍ତେ ପ୍ରାଥମିକ ସ୍ରୋତ ହୋଇଥିବ।

ସମୟ ଓ ସ୍ଥାନ

ପ୍ରାୟ 50-60 ଖ୍ରୀଷ୍ଟାବ୍ଦ ମଧ୍ୟରେ ଲେଖାଯାଇଅଛି।

ମଣ୍ଡଳୀର ଅନେକ ପ୍ରାଚୀନମାନଙ୍କ (ଇରାନିଅଶ, ଆଲେକ୍‌ଜାଣ୍ଡ୍ରିଆର କ୍ଲେମେଣ୍ଟ୍ ଏବଂ ଅନ୍ୟମାନଙ୍କ) ଅନୁସାରେ ମାର୍କ ସୁସମାଚାର ରୋମ ସହରରେ ଲେଖାଯାଇ ଥାଇପାରେ। ପ୍ରଥମ ଶତାବ୍ଦୀର ମଣ୍ଡଳୀ ଅନୁସାରେ ଏହି ସୁସମାଚାର ପିତରଙ୍କ ମୃତ୍ୟୁ ପରେ ଲେଖାଯାଇଥିଲା (67-68 ଖ୍ରୀଷ୍ଟାବ୍ଦ)।

ପ୍ରାପକ

ପ୍ରମାଣ ଗୁଡ଼ିକ ଅନୁସାରେ ଏହି ସୁସମାଚାର ସାଧାରଣ ଭାବରେ ଅଣଯିହୁଦୀମାନଙ୍କ ନିମନ୍ତେ ଏବଂ ନିର୍ଦ୍ଧିଷ୍ଟ ଭାବରେ ରୋମୀୟ ଶ୍ରୋତାମାନଙ୍କ ନିମନ୍ତେ ଲେଖାଯାଇ ଥିଲା। ହୁଏତ, ଏହି କାରଣରୁ ଯୀଶୁଙ୍କ ବଂଶର କ୍ରମ ଅନ୍ତର୍ଭୁକ୍ତ କରାଯାଇ ନାହିଁ କାରଣ ଅଣଯିହୁଦୀ ପାଠକମାନଙ୍କ ନିମନ୍ତେ ଏହାର ଅଧିକ ଆବଶ୍ୟକ ନ ଥିଲା।

ଉଦ୍ଦେଶ୍ୟ

ମାର୍କ ପୁସ୍ତକର ପାଠକମାନେ ରୋମ ସହରର ଅଧିକାଂଶ ରୋମୀୟ ଖ୍ରୀଷ୍ଟିୟାନମାନେ ଥିଲେ, ଯେଉଁମାନଙ୍କୁ 67-68 ଖ୍ରୀଷ୍ଟାବ୍ଦରେ, ନିରୋ ରାଜାଙ୍କ ରାଜତ୍ଵରେ ଅତ୍ୟାଚାର ଏବଂ ହତ୍ୟା କରାଯାଇଥିଲା। ସେପରି କଷ୍ଟପୂର୍ଣ୍ଣ ପରିବେଶରେ ଖ୍ରୀଷ୍ଟିୟାନମାନଙ୍କୁ ଉତ୍ସାହ ଦେବା ନିମନ୍ତେ ମାର୍କ ଏହି ସୁସମାଚାର ଲେଖିଥିଲେ। ଯୀଶୁଙ୍କୁ ଏହି ସୁସମାଚାରରେ ଦୁଃଖଭୋଗକାରୀ ଦାସ ଭାବେ ଚିତ୍ରଣ କରାଯାଇଅଛି। (ଯିଶା. 53)

ବିଷୟବସ୍ତୁ

ଯୀଶୁ, ଦୁଃଖଭୋଗକାରୀ ଦାସ

ରୂପରେଖା

1. ମରୁଭୂମିରେ ଯୀଶୁ ସେବାକାର୍ଯ୍ୟ ନିମନ୍ତେ ପ୍ରସ୍ତୁତ — 1:1-13

2. ଗାଲିଲୀ ପ୍ରଦେଶରେ ଏବଂ ଏହାର ଚାରିଆଡ଼େ ଯୀଶୁଙ୍କର ସେବାକାର୍ଯ୍ୟ — 1:14-8:30

3. ଯୀଶୁଙ୍କର ଦର୍ଶନ: ଦୁଃଖଭୋଗ ଏବଂ ମୃତ୍ୟୁ — 8:31-10:52

4. ଯିରୂଶାଲମ ସହରରେ ଯୀଶୁଙ୍କର ସେବାକାର୍ଯ୍ୟ — 11:1-13:37

5. କ୍ରୁଶାର୍ପଣର ବିବରଣ — 14:1-15:47

6. ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ଏବଂ ଦର୍ଶନ — 16:1-20

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.