Skip to content
BibleKenya

ଲୂକ

Luke

Introduction from this edition

The Gospel according to Luke

ଲୂକ ଲିଖିତ ସୁସମାଚାର

ଲେଖକ

ପ୍ରାଚୀନ ଲେଖକମାନେ ବିଶ୍ଵାସ କରନ୍ତି ଯେ ଏହି ପୁସ୍ତକର ଲେଖକ ବୈଦ୍ୟ ଲୂକ ଅଟନ୍ତି, ଏବଂ ଲୂକ ଏଠାରେ ଦ୍ୱିତୀୟ ପିଢ଼ିର ଖ୍ରୀଷ୍ଟିୟାନ ଭାବରେ ପ୍ରତୀତ ହୁଅନ୍ତି। ପାରମ୍ପରିକ ଭାବରେ ସେ ଜଣେ ଅଣଯିହୁଦୀ ଅଟନ୍ତି, ପ୍ରଧାନତଃ, ସେ ସୁସମାଚାର ପ୍ରଚାରକ ଥିଲେ, ଏବଂ ସୁସମାଚାର ଏବଂ ପ୍ରେରିତ ପୁସ୍ତକ ଲେଖିଥିଲେ, ପୁଣି ସେ ପ୍ରେରିତ ପାଉଲଙ୍କ ସହିତ ମିଶନାରୀ ଯାତ୍ରାରେ ସଙ୍ଗରେ ଥିଲେ (କଲ. 4:14; 2 ତୀମ. 4:11; ଫିଲି. 1:24)।

ସମୟ ଓ ସ୍ଥାନ

ପ୍ରାୟ 60-80 ଖ୍ରୀଷ୍ଟାବ୍ଦ ମଧ୍ୟରେ ଲେଖାଯାଇଅଛି।

ଲୂକ କାଇସରିୟାରେ ଲେଖା ଆରମ୍ଭ କଲେ ଏବଂ ରୋମରେ ତାହା ଶେଷ କଲେ। ଲେଖାର ମୁଖ୍ୟ ସ୍ଥାନଗୁଡ଼ିକ ସମ୍ଭବତଃ, ବେଥଲିହିମ, ଗାଲିଲୀ, ଯିହୂଦା ଏବଂ ଯିରୂଶାଲମ ହେଇପାରେ।

ପ୍ରାପକ

ଏହି ପୁସ୍ତକ ଥୀୟଫିଲଙ୍କୁ ଲେଖାଯାଇଅଛି, ଯାହାର ଅର୍ଥ “ଈଶ୍ବରଙ୍କ ପ୍ରେମୀ।” ଥୀୟଫିଲ ପୂର୍ବରୁ ଜଣେ ଖ୍ରୀଷ୍ଟିୟାନ ଥିଲେ କିମ୍ବା ଖ୍ରୀଷ୍ଟିୟାନ ହେବାକୁ ଯାଉଥିଲେ ତାହା ସମ୍ପୂର୍ଣ୍ଣ ଅଜ୍ଞାତ। କିନ୍ତୁ ଲୂକ ତାହାଙ୍କୁ ଉତ୍କୃଷ୍ଟ ଜ୍ଞାନୀ ବୋଲି (ଲୂକ 1:3) ପ୍ରକାଶ କରନ୍ତି ଯାହା ହୁଏତ, ପ୍ରସ୍ତାବ କରିପାରେ ଯେ ସେ ଜଣେ ରୋମୀୟ ପଦାଧିକାରୀ ଥିଲେ। ଅନେକ ପ୍ରମାଣ ଗୁଡ଼ିକ ଅଛି ଯାହା ଅଣଯିହୁଦୀ ଶ୍ରୋତାମାନଙ୍କୁ ସୂଚାଏ। ମନୁଷ୍ୟ ସନ୍ତାନ ଏବଂ ଈଶ୍ଵରଙ୍କ ରାଜ୍ୟ ପରି ଅଭିବ୍ୟକ୍ତିଗୁଡ଼ିକ ଉପରେ ତାହାଙ୍କର ମୁଖ୍ୟ କେନ୍ଦ୍ରବିନ୍ଦୁ ଥିଲା (ଲୂକ 5:24, 19:10, 17:20, 21, 13:18)।

ଉଦ୍ଦେଶ୍ୟ

ଯୀଶୁଙ୍କ ଜୀବନର ବର୍ଣ୍ଣନା, ଯୀଶୁଙ୍କୁ ଲୂକ ମନୁଷ୍ୟ ସନ୍ତାନ ବୋଲି ଉପସ୍ଥାପନ କରନ୍ତି, ଦିଆଯାଇ ଥିବା ଶିକ୍ଷା ସମ୍ପୂର୍ଣ୍ଣ ଭାବେ ଥୀୟଫିଲ ବୁଝି ପାରନ୍ତୁ ବୋଲି ସେ ଏହା ତାହାଙ୍କୁ ଲେଖିଥିଲେ (ଲୂକ. 1:4)। ଯୀଶୁଙ୍କୁ ଅନୁସରଣ କରୁଥିବା ଲୋକମାନଙ୍କ ବିଷୟରେ କୌଣସି ବିଧ୍ଵଂସ କିମ୍ବା ଖଳ ନାହିଁ ବୋଲି ଥୀୟଫିଲଙ୍କୁ ଶିକ୍ଷା ଦେବା ନିମନ୍ତେ ଲୂକ ଅତ୍ୟାଚାର ସମୟରେ ଖ୍ରୀଷ୍ଟିୟାନମାନଙ୍କର ଏକ ପ୍ରତିରକ୍ଷା ଲେଖୁଥିଲେ।

ବିଷୟବସ୍ତୁ

ଯୀଶୁ ଏକ ସିଦ୍ଧ ପୁରୁଷ

ରୂପରେଖା

1. ଯୀଶୁଙ୍କ ଜନ୍ମ ଏବଂ ପ୍ରାରମ୍ଭିକ ଜୀବନ — 1:5-2:52

2. ଯୀଶୁଙ୍କ ସେବାକାର୍ଯ୍ୟର ଆରମ୍ଭ — 3:1-4:13

3. ଯୀଶୁ ପରିତ୍ରାଣର କର୍ତ୍ତା — 4:14-9:50

4. ଯୀଶୁଙ୍କ କ୍ରୁଶ ଅଭିମୁଖେ ଯାତ୍ରା — 9:51-19:27

5. ଯୀଶୁଙ୍କ ଯିରୂଶାଲମ ସହରରେ ବିଜୟୀ ପ୍ରବେଶ, କ୍ରୁଶାର୍ପିତ ଏବଂ ପୁନରୁତ୍ଥାନ — 19:28-24:53

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.