Skip to content
BibleKenya

ଯାକୁବ

James

Introduction from this edition

The General Epistle of James

ଯାକୁବଙ୍କ ପତ୍ର

ଲେଖକ

ଏହି ପତ୍ରର ଲେଖକ ଯାକୁବ ଅଟନ୍ତି (ଯାକୁ. 1:1), ଯିଏ ଯିରୂଶାଲମ ମଣ୍ଡଳୀର ନେତା ଏବଂ ସେ ଯୀଶୁଙ୍କର ଭାଇ ଥିଲେ। ଯାକୁବ ଯୀଶୁଙ୍କର ଭାଇମାନଙ୍କ ମଧ୍ୟରୁ ଜଣେ ଥିଲେ, ସମ୍ଭବତଃ, ସମସ୍ତଙ୍କଠାରୁ ବୟସରେ ବଡ଼ ଥିଲେ ଯେହେତୁ ମାଥିଉ 13:55 ରେ ତାହାଙ୍କର ନାମ ଶୀର୍ଷରେ ଉଲ୍ଲେଖିତ। ପ୍ରଥମରେ ଯାକୁବ ଯୀଶୁଙ୍କୁ ବିଶ୍ଵାସ କରୁ ନ ଥିଲେ ଏପରି ସେ ତାହାଙ୍କର ସେବାକାର୍ଯ୍ୟ ଯଥାର୍ଥତା ଦେଖାଇବା ନିମନ୍ତେ ଦାବି କରିଥିଲେ ଏବଂ ତାହାଙ୍କର ଉଦ୍ଦେଶ୍ୟକୁ ଭୁଲ ବୁଝିଥିଲେ। (ଯୋହନ 7:25) ପରବର୍ତ୍ତୀ ସମୟରେ ସେ ମଣ୍ଡଳୀର ଜଣେ ମୁଖ୍ୟ ବ୍ୟକ୍ତି ଭାବରେ ପରିଚିତ ହେଲେ। ପୁନରୁତ୍ଥାନ ପରେ ଯୀଶୁ ଦର୍ଶନ ଦେଇଥିବା ଲୋକମାନଙ୍କ ମଧ୍ୟରୁ ସେ ଜଣେ ଥିଲେ (1 କର. 15:7), ପାଉଲ ତାହାଙ୍କୁ ମଣ୍ଡଳୀର ସ୍ତମ୍ଭ ବୋଲି ପ୍ରକାଶ କରନ୍ତି (ଗାଲା. 2:9)।

ସମୟ ଓ ସ୍ଥାନ

ପ୍ରାୟ 40-50 ଖ୍ରୀଷ୍ଟାବ୍ଦ ମଧ୍ୟରେ ଲେଖାଯାଇଅଛି।

50 ଖ୍ରୀଷ୍ଟାବ୍ଦରେ ଯିରୂଶାଲମ ପ୍ରଶାସନିକ ପରିଷଦ ପୂର୍ବରୁ ଏବଂ 70 ଖ୍ରୀଷ୍ଟାବ୍ଦରେ ମନ୍ଦିର ଧ୍ୱଂସ ହେବା ପୂର୍ବରୁ ଲେଖାଯାଇଅଛି।

ପ୍ରାପକ

ସମ୍ଭବତଃ, ଯିହୁଦା ଏବଂ ଶମରୀୟା ପ୍ରଦେଶରେ ଛିନ୍ନଭିନ୍ନ ହୋଇଥିବା ଯିହୁଦୀ ବିଶ୍ଵାସୀମାନେ ପ୍ରାପକ ଥିଲେ। ଏହା ଯାକୁବଙ୍କର ଦ୍ୱାଦଶ ଗୋଷ୍ଠୀଙ୍କୁ ପ୍ରାରମ୍ଭିକ ଅଭିବାଦନ ଉପରେ ଆଧାରିତ ଅଟେ। ଯାକୁବଙ୍କ ମୂଳ ଶ୍ରୋତାମାନଙ୍କ ସ୍ଥାନ ବିଷୟରେ ଏହି ପଦରୁ ପ୍ରମାଣିତ ହୁଏ।

ଉଦ୍ଦେଶ୍ୟ

ଯାକୁବଙ୍କ ଉଦ୍ଦେଶ୍ୟ (ଯାକୁ. 1:2-4) ରେ ପ୍ରକାଶିତ। ହେ ମୋହର ଭାଇମାନେ, ତୁମ୍ଭେମାନେ ଯେତେବେଳେ ନାନା ପ୍ରକାର ପରୀକ୍ଷାରେ ପରୀକ୍ଷିତ ହୁଅ, ସେତେବେଳେ ତାହା ବିଶେଷ ଆନନ୍ଦର ବିଷୟ ବୋଲି ମନେ କର; କାରଣ ପରୀକ୍ଷାସିଦ୍ଧ ବିଶ୍ୱାସ ଯେ ସହିଷ୍ଣୁତା ଉତ୍ପନ୍ନ କରେ, ଏହା ତ ଜାଣିଅଛ। ତାହାଙ୍କର ଏହି ପ୍ରାରମ୍ଭିକ ବାକ୍ୟରୁ ଏହା ସ୍ପଷ୍ଟ ହୁଏ ଯେ ଯାକୁବଙ୍କ ପାଠକମାନେ ନାନା ପ୍ରକାର ପରୀକ୍ଷାରେ ପରୀକ୍ଷିତ ହେଉଥିଲେ। ସେମାନଙ୍କର ନାନା ପ୍ରକାର ପରୀକ୍ଷାରେ ଆନନ୍ଦ ପ୍ରାପ୍ତ କରିବା ନିମନ୍ତେ ଈଶ୍ବରଙ୍କଠାରୁ ଜ୍ଞାନ ଲାଭ କରିବାକୁ ଯାକୁବ ସେମାନଙ୍କୁ ଆହ୍ୱାନ କରନ୍ତି (ଯାକୁ. 1:5)। ଯାକୁବଙ୍କ ପ୍ରାପକମାନଙ୍କ ମଧ୍ୟରୁ ଅନେକ ବିଶ୍ଵାସୀମାନେ ବିଶ୍ୱାସରୁ ଦୂରକୁ ଚାଲିଯାଇଥିଲେ। ଏବଂ ଯାକୁବ ସେମାନଙ୍କୁ ଜଗତ ସହିତ ବନ୍ଧୁତା କରିବା ବିଷୟରେ ଚେତାବନୀ ଦିଅନ୍ତି (ଯାକୁ. 4:4), ଯାକୁବ ବିଶ୍ଵାସୀମାନଙ୍କୁ ନମ୍ର ହେବା ନିମନ୍ତେ ନିର୍ଦ୍ଦେଶ ଦିଅନ୍ତି ଯାହା ଫଳରେ ଈଶ୍ବର ସେମାନଙ୍କୁ ଉନ୍ନତ କରିବେ। ଈଶ୍ବରଙ୍କ ସମ୍ମୁଖରେ ନମ୍ର ହେବା ଜ୍ଞାନର ମାର୍ଗ ଅଟେ ବୋଲି ଯାକୁବ ସେମାନଙ୍କୁ ଶିକ୍ଷା ଦିଅନ୍ତି (ଯାକୁ. 4:8-10)।

ବିଷୟବସ୍ତୁ

ପ୍ରକୃତ ବିଶ୍ଵାସ

ରୂପରେଖା

1. ପ୍ରକୃତ ଧର୍ମ ବିଷୟରେ ଯାକୁବଙ୍କ ଉପଦେଶ — 1:1-27

2. ସତ୍ୟ ବିଶ୍ଵାସ କାର୍ଯ୍ୟ ଦ୍ଵାରା ପ୍ରକାଶିତ — 2:1-3:12

3. ସତ୍ୟ ଜ୍ଞାନ ଈଶ୍ବରଙ୍କଠାରୁ ଆସେ — 3:13-5:20

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.