Skip to content
BibleKenya

ହବକ୍କୂକ

Habakkuk

Introduction from this edition

ହବକ୍କୂକ ଭବିଷ୍ୟଦ୍‍ବକ୍ତାଙ୍କ ପୁସ୍ତକ

ଲେଖକ

ହବ. 1:1 ହବକ୍କୂକ ପୁସ୍ତକକୁ ଭବିଷ୍ୟଦ୍‍ବକ୍ତା ହବକ୍କୂକଙ୍କର ଏକ ଦୈବବାଣୀ ଭାବରେ ପ୍ରକାଶ କରେ। ହବକ୍କୂକଙ୍କ ନାମ ଛଡା ଆମ୍ଭେମାନେ ତାହାଙ୍କ ବିଷୟରେ ମୌଳିକ ଭାବରେ ଅଜ୍ଞାତ ଅଟୁ। ସେ “ଭବିଷ୍ୟଦ୍‍ବକ୍ତା ହବକ୍କୂକ” ଭାବେ ପରିଚିତ ଥିଲେ ତେଣୁ ତାହାଙ୍କ ବିଷୟରେ ଅଧିକ ସୂଚନାର କୌଣସି ଆବଶ୍ୟକତା ନ ଥିଲା।

ସମୟ ଓ ସ୍ଥାନ

ପ୍ରାୟ 612-605 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି।

ସମ୍ଭବତଃ, ଦକ୍ଷିଣ ରାଜ୍ୟରେ ଯିହୁଦାର ପତନ ପୂର୍ବରୁ ହବକ୍କୂକ ଏହି ପୁସ୍ତକ ଲେଖିଥାଇ ପାରନ୍ତି।

ପ୍ରାପକ

ଯିହୁଦାର ଦକ୍ଷିଣ ରାଜ୍ୟର ଲୋକ ଏବଂ ସାଧାରଣ ଭାବରେ ସମସ୍ତ ପରମେଶ୍ୱରଙ୍କ ଲୋକମାନେ।

ଉଦ୍ଦେଶ୍ୟ

ହବକ୍କୂକ ବୁଝିପାରୁ ନ ଥିଲେ ଯେ କାହିଁକି ପରମେଶ୍ୱର ନିଜ ଲୋକମାନଙ୍କୁ ଶତ୍ରୁ ହସ୍ତରେ ଦୁଖଃ ଭୋଗ କରିବାକୁ ଅନୁମତି ଦେଉଥିଲେ। ପରମେଶ୍ୱର ଉତ୍ତର ଦିଅନ୍ତି ଏବଂ ହବକ୍କୂକଙ୍କର ବିଶ୍ୱାସ ପୁନଃସ୍ଥାପିତ ହୁଏ। ଏହି ପୁସ୍ତକ ପ୍ରକାଶ କରେ ଯେ ସଦାପ୍ରଭୁ ନିଜ ଲୋକମାନଙ୍କର ରକ୍ଷାକର୍ତ୍ତା, ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କରନ୍ତି ସେ ସେମାନଙ୍କୁ ରକ୍ଷା କରିବେ ଏବଂ ସଦାପ୍ରଭୁ ଯିହୁଦାର ସର୍ବଶକ୍ତିମାନ ଯୋଦ୍ଧା ଯିଏ ଅନ୍ୟାୟ ବାବିଲର ଲୋକମାନଙ୍କର ଦିନେ ବିଚାର କରିବେ। ହବକ୍କୂକ ପୁସ୍ତକ ଆମ୍ଭମାନଙ୍କୁ ଗର୍ବରେ ଫୁଲିଥିବା ଲୋକ ସରଳ ହେବାର ଚିତ୍ର ପ୍ରଦାନ କରେ; ଯେତେବେଳେ ଧାର୍ମିକ ଲୋକ ଆପଣା ବିଶ୍ୱାସ ଦ୍ୱାରା ବଞ୍ଚେ (2:4)।

ବିଷୟବସ୍ତୁ

ସର୍ବଶକ୍ତିମାନ ପରମେଶ୍ୱରଙ୍କଠାରେ ବିଶ୍ୱାସ କରିବା।

ରୂପରେଖା

1. ହବକ୍କୂକଙ୍କ ଅଭିଯୋଗ — 1:1-2:20

2. ହବକ୍କୂକଙ୍କ ପ୍ରାର୍ଥନା — 3:1-19

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.