ଗାଲାତୀୟ
Galatians
Introduction from this edition
The Epistle of Paul the Apostle to the Galatians
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
ଲେଖକ
ଏହି ପତ୍ରର ଲେଖକ ପ୍ରେରିତ ପାଉଲ ଅଟନ୍ତି, ଏହା ଆଦ୍ୟ ମଣ୍ଡଳୀର ସର୍ବସମ୍ମତି ମତ ଥିଲା। ଏସିଆ ମହାଦେଶକୁ ପାଉଲଙ୍କ ପ୍ରଥମ ମିଶନାରୀ ଯାତ୍ରାରେ ସେ ଦକ୍ଷିଣ ଗାଲାତୀୟ ମଣ୍ଡଳୀଗଣକୁ ପ୍ରାରମ୍ଭ କରିବାରେ ସାମିଲ ହୋଇ ସେହି ମଣ୍ଡଳୀଗଣକୁ ଏହି ପତ୍ର ଲେଖିଥିଲେ। କରିନ୍ଥୀୟ ଏବଂ ରୋମ ସଦୃଶ ଗାଲାତୀୟ ଏକ ସହର ନ ଥିଲା, ମାତ୍ର ଏହା ଏକ ରୋମ ପ୍ରଦେଶ ଥିଲା ଯେଉଁଠାରେ ଅନେକ ସହର ଏବଂ ଅନେକ ମଣ୍ଡଳୀଗୁଡ଼ିକ ଥିଲା। ଯେଉଁ ଗାଲାତୀୟ ବିଶ୍ଵାସୀମାନଙ୍କୁ ପାଉଲ ପତ୍ର ଲେଖିଥିଲେ ସେମାନେ ପାଉଲଙ୍କ ଦ୍ଵାରା ସୁସମାଚାର ଶୁଣି ଖ୍ରୀଷ୍ଟଙ୍କର ଅନୁଗାମୀ ହୋଇଥିଲେ।
ସମୟ ଓ ସ୍ଥାନ
ପ୍ରାୟ 48 ଖ୍ରୀଷ୍ଟାବ୍ଦ ମଧ୍ୟରେ ଲେଖାଯାଇଅଛି।
ପାଉଲ ସମ୍ଭବତଃ ଏହି ପତ୍ରକୁ ଆନ୍ତିୟଖିଆରେ ଗାଲାତୀୟ ମଣ୍ଡଳୀକୁ ଲେଖିଛନ୍ତି, ଯେହେତୁ ଏହା ତାହାଙ୍କର ମୁଖ୍ୟ ନିବାସ ଥିଲା।
ପ୍ରାପକ
ଗାଲାତୀୟ ପତ୍ର ଗାଲାତୀୟ ପ୍ରଦେଶର ମଣ୍ଡଳୀଗୁଡ଼ିକରେ ଥିବା ବିଶ୍ଵାସୀମାନଙ୍କୁ ଲେଖାଯାଇ ଥିଲା (ଗାଲା. 1:1-2)।
ଉଦ୍ଦେଶ୍ୟ
ଏହି ପତ୍ର ଲେଖିବାର ଉଦ୍ଦେଶ୍ୟ ଯିହୁଦୀମାନଙ୍କର ଭୁଲ ସୁସମାଚାରକୁ ଖଣ୍ଡନ କରିବା ଥିଲା, ଯେଉଁ ସୁସମାଚାରରେ ଯିହୁଦୀମାନେ ଅନୁଭବ କଲେ ଯେ ପରିତ୍ରାଣ ପାଇବା ନିମନ୍ତେ ସୁନ୍ନତ ବିଧି ଅତ୍ୟାବଶ୍ୟକ ଅଟେ ଏବଂ ଗାଲାତୀୟ ବିଶ୍ଵାସୀମାନଙ୍କୁ ସେମାନଙ୍କର ପରିତ୍ରାଣ ପ୍ରକୃତ ଆଧାର ବିଷୟରେ ସ୍ମରଣ କରାଇବା ଥିଲା। ପାଉଲ ନିଜର ପ୍ରେରିତ ପଦର ଅଧିକାର ସ୍ପଷ୍ଟ ଭାବରେ ପ୍ରତିରକ୍ଷା କରିଥିଲେ ଏବଂ ସେ ପ୍ରଚାର କରୁଥିବା ସୁସମାଚାରର ସତ୍ୟତାକୁ ପ୍ରମାଣିତ କରିଥିଲେ। ଏହା କେବଳ ଅନୁଗ୍ରହରେ ବିଶ୍ଵାସ ଦ୍ଵାରା ହିଁ ମନୁଷ୍ୟମାନେ ଧାର୍ମିକ ଗଣିତ ହେବେ ଏବଂ କେବଳ ବିଶ୍ଵାସ ଦ୍ଵାରା ସେମାନେ ଆତ୍ମାଙ୍କ ସ୍ଵାଧୀନତାରେ ନୂତନ ଜୀବନଯାପନ କରିବେ।
ବିଷୟବସ୍ତୁ
ଖ୍ରୀଷ୍ଟଙ୍କଠାରେ ସ୍ୱାଧୀନତା
ରୂପରେଖା
1. ଉପକ୍ରମ — 1:1-10
2. ସୁସମାଚାରର ଦୃଢ଼ୀକରଣ — 1:11-2:21
3. ବିଶ୍ଵାସ ଦ୍ଵାରା ଧାର୍ମିକ ଗଣିତ ହେବା — 3:1-4:31
4. ଜୀବନରେ ବିଶ୍ଵାସ ଓ ସ୍ୱାଧୀନତାର ଅଭ୍ୟାସ — 5:1-6:18
ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-10-25.