Skip to content
BibleKenya

୨ କରିନ୍ଥୀୟ

2 Corinthians

Introduction from this edition

The Second Epistle of Paul the Apostle to the Corinthians

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦ୍ୱିତୀୟ ପତ୍ର

ଲେଖକ

ପାଉଲ ନିଜ ଜୀବନର ଦୁର୍ବଳତା ସମୟରେ ଏହି ପତ୍ରକୁ ଲେଖିଥିଲେ। ପାଉଲ କରିନ୍ଥୀୟ ମଣ୍ଡଳୀ ବିଷୟରେ ଜାଣିପାରିଲେ ଯେ ସେମାନେ ସଂଘର୍ଷ କରୁଅଛନ୍ତି ଏବଂ ସେ ମନସ୍ଥ କଲେ ଯେ ସେମାନଙ୍କ ସ୍ଥାନୀୟ ବିଶ୍ଵାସୀମାନଙ୍କ ଭିତରେ ଏକତା ଆଣିବେ। ଯେତେବେଳେ ପାଉଲ ଏହି ପତ୍ର ଲେଖିଲେ, ସେହି ସମୟରେ ସେ କ୍ଲେଶ ଏବଂ ମାନସିକ ବେଦନା ଦେଇ ଗତି କରୁଥିଲେ ଯେହେତୁ କରିନ୍ଥୀୟ ମଣ୍ଡଳୀର ବିଶ୍ଵାସୀମାନଙ୍କୁ ସେ ପ୍ରେମ କରୁଥିଲେ। ଏହି ବେଦନା ମନୁଷ୍ୟ ପକ୍ଷରୁ ନ ଥିଲା, କିନ୍ତୁ ଈଶ୍ଵରଙ୍କ ପକ୍ଷରୁ ଥିଲା, “ମୋର ଅନୁଗ୍ରହ ତୁମ୍ଭ ପାଇଁ ଯଥେଷ୍ଟ, ମୋହର ଶକ୍ତି ଦୁର୍ବଳତାରେ ବଳବାନ କରେ” (ଦ୍ଵି.କରି. 12:7-10) ଏହି ପତ୍ରରେ ପାଉଲ ପ୍ରବଳ ଭାବରେ ତାହାଙ୍କର ସେବାକାର୍ଯ୍ୟ ଓ ପ୍ରେରିତ ପଦର ପ୍ରତିରକ୍ଷା କରିଥିଲେ। ସେ ପତ୍ରର ପ୍ରାରମ୍ଭରେ ନିଜକୁ ଖ୍ରୀଷ୍ଟଙ୍କର ଇଚ୍ଛାରେ ମୁଁ ଜଣେ ପ୍ରେରିତ ବୋଲି ଦାବି କରନ୍ତି (ଦ୍ଵି.କରି. 1:1) ପାଉଲଙ୍କ ଏହି ପତ୍ର ପ୍ରେରିତ ଏବଂ ଖ୍ରୀଷ୍ଟୀୟ ବିଶ୍ଵାସ ବିଷୟରେ ପ୍ରକାଶ କରେ।

ସମୟ ଓ ସ୍ଥାନ

ପ୍ରାୟ 55-56 ଖ୍ରୀଷ୍ଟାବ୍ଦ ମଧ୍ୟରେ ଲେଖାଯାଇଅଛି।

ମାକିଦନିଆ ପ୍ରଦେଶରୁ ପାଉଲ କରିନ୍ଥୀୟ ମଣ୍ଡଳୀ ନିକଟକୁ ଦ୍ୱିତୀୟ ପତ୍ର ଲେଖିଥିଲେ।

ପ୍ରାପକ

ପାଉଲଙ୍କ ଦ୍ଵାରା ଲିଖିତ ଏହି ପତ୍ର କରିନ୍ଥୀୟ ସହରରେ ଈଶ୍ଵରଙ୍କ ମଣ୍ଡଳୀକୁ ଏବଂ ଆଖାୟାର ସମସ୍ତ ବିଶ୍ଵାସୀମାନଙ୍କୁ ଲେଖାଯାଇ ଥିଲା, ଯାହା ରୋମ ପ୍ରଦେଶରେ କରିନ୍ଥୀୟ ରାଜଧାନୀ ଥିଲା (ଦ୍ଵି.କରି. 1:1)।

ଉଦ୍ଦେଶ୍ୟ

କରିନ୍ଥୀୟ ମଣ୍ଡଳୀର ବିଶ୍ଵାସୀମାନେ ପାଉଲଙ୍କ ଯନ୍ତ୍ରଣାଦାୟକ ପତ୍ରର ଅନୁକୂଳ ପ୍ରତିଉତ୍ତର ଦେଇଥିଲେ ତେଣୁ ଏହି ପତ୍ରକୁ ଲେଖିବା ସମୟରେ ତାହାଙ୍କ ମନରେ ଅନେକ ଉଦ୍ଦେଶ୍ୟଗୁଡ଼ିକ ଥିଲା (ଦ୍ଵି.କରି. 1:3-4; 7:8-9, 12:13), ଏସିଆ ପ୍ରଦେଶରେ କିପରି ସେ ତାଡନାକୁ ସହନ କରିଥିଲେ ତାହା ସେମାନଙ୍କୁ ଜଣାଇବା ନିମନ୍ତେ (ଦ୍ଵି.କରି. 1:8-11) ଅପମାନ କରୁଥିବା ଦଳକୁ କ୍ଷମା କରିବାକୁ ସେମାନଙ୍କୁ କହିବା ନିମନ୍ତେ (ଦ୍ଵି.କରି. 2:5-11) ଅବିଶ୍ଵାସୀମାନଙ୍କ ସହିତ ସହଯୋଗ ନ କରିବାକୁ ସେମାନଙ୍କୁ ସତର୍କ କରିବା ନିମନ୍ତେ (ଦ୍ଵି.କରି. 6:14; 7:1), ଖ୍ରୀଷ୍ଟିୟାନ ସେବାକାର୍ଯ୍ୟରେ ସତ୍ୟ ଆଚରଣ ଓ ମହାନ ଆହ୍ୱାନ ବିଷୟରେ ବର୍ଣ୍ଣନା କରିବା ନିମନ୍ତେ (ଦ୍ଵି.କରି. 2:14-7:4), ଖ୍ରୀଷ୍ଟିୟାନମାନଙ୍କୁ ଅନୁଗ୍ରହ ସହ ଦାନ କରିବା ବିଷୟରେ ଶିକ୍ଷା ଦେବା ନିମନ୍ତେ ଏବଂ ଯିରୂଶାଲମ ସହରରେ ରହୁଥିବା ଗରିବ ଖ୍ରୀଷ୍ଟୀୟ ବିଶ୍ଵାସୀମାନଙ୍କ ପ୍ରତି ଦାନ ସଂଗ୍ରହ କରି ରଖିବା ନିମନ୍ତେ।

ବିଷୟବସ୍ତୁ

ପାଉଲ ନିଜ ପ୍ରେରିତ ପଦର ପ୍ରତିରକ୍ଷା କରନ୍ତି।

ରୂପରେଖା

1. ନିଜର ସେବାକାର୍ଯ୍ୟ ବିଷୟରେ ପାଉଲଙ୍କ ବର୍ଣ୍ଣନା — 1:1-7:16

2. ଯିରୂଶାଲମ ସହରରେ ଗରିବ ବିଶ୍ଵାସୀମାନଙ୍କ ନିମନ୍ତେ ଦାନ ଆଦାୟ — 8:1-9:15

3. ପାଉଲ ତାଙ୍କର ଅଧିକାରକୁ ପ୍ରତିରକ୍ଷା କରନ୍ତି — 10:1-13:10

4. ତ୍ରିଏକ ଆଶିଷ ପ୍ରାର୍ଥନା ସହିତ ସମାପ୍ତ — 13:11-14

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.