୧ ତୀମଥି
1 Timothy
Introduction from this edition
The First Epistle of Paul the Apostle to Timothy
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ଲେଖକ
ଏହି ପତ୍ରର ଲେଖକ ପାଉଲ ଅଟନ୍ତି, ପ୍ରଥମ ତୀମଥି ପତ୍ର ସ୍ପଷ୍ଟ ବ୍ୟକ୍ତ କରେ ଯେ ଏହି ପତ୍ର ପ୍ରେରିତ ପାଉଲଙ୍କ ଦ୍ଵାରା ଲିଖିତ “ପାଉଲ, ଈଶ୍ବରଙ୍କ ଆଜ୍ଞାନୁସାରେ ଓ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କର ଜଣେ ପ୍ରେରିତ” (ପ୍ର.ତୀମ. 1:1)। ଆଦ୍ୟ ମଣ୍ଡଳୀର ବିଶ୍ଵାସୀମାନେ ଏହି ପତ୍ରକୁ ହୃଦୟର ସହ ଗ୍ରହଣ କରିଥିଲେ।
ସମୟ ଓ ସ୍ଥାନ
ପ୍ରାୟ 62-64 ଖ୍ରୀଷ୍ଟାବ୍ଦ ମଧ୍ୟରେ ଲେଖାଯାଇଅଛି।
ଯେତେବେଳେ ପାଉଲ ତୀମଥିଙ୍କୁ ଏଫିସୀୟରେ ଛାଡ଼ି ମାକିଦନିଆକୁ ଗଲେ, ସେତେବେଳେ ସେ ତାହାଙ୍କୁ ଏହି ପତ୍ର ଲେଖିଥିଲେ। (ପ୍ର.ତୀମ. 1:3; 3:14,15)।
ପ୍ରାପକ
ଏହି ପତ୍ରର ପ୍ରାପକ ତୀମଥି ଥିଲେ ଯିଏ ପାଉଲଙ୍କର ସହକର୍ମୀ ଓ ତାହାଙ୍କର ମିଶନାରୀ ସେବାକାର୍ଯ୍ୟରେ ସହଯାତ୍ରୀ ଥିଲେ। ଉଭୟ ତୀମଥି ଓ ସମ୍ପୂର୍ଣ୍ଣ ମଣ୍ଡଳୀ ପ୍ରଥମ ତୀମଥି ପତ୍ରର ପ୍ରାପକ ଅଟନ୍ତି।
ଉଦ୍ଦେଶ୍ୟ
ଈଶ୍ବରଙ୍କ ପରିବାରର ଆଚରଣ କିପରି ହେବା ଉଚିତ୍ (ପ୍ର.ତୀମ. 3:14,15) ଏବଂ ଏହି ଉପଦେଶକୁ ତୀମଥି କିପରି ପାଳନ କରିବେ ସେହି ବିଷୟରେ ଶିକ୍ଷା ଦେବାକୁ ପାଉଲ ଏହି ପତ୍ର ଲେଖିଥିଲେ। ପ୍ରଥମ ତୀମଥିର ଏହି ପଦଗୁଡ଼ିକ ପାଉଲଙ୍କର ଅଭିପ୍ରେତ ଅର୍ଥକୁ ପ୍ରକାଶ କରେ। ଈଶ୍ବରଙ୍କ ପରିବାର, ଯାହା ଜୀବିତ ଈଶ୍ବରଙ୍କ ମଣ୍ଡଳୀ ଅଟେ, ଯାହାର ସ୍ତମ୍ଭ ଓ ମୂଳଦୁଆ ସତ୍ୟ ଅଟେ, ସେଥିରେ ଲୋକମାନେ କିପରି ଆଚରଣ କରିବେ ସେହି ବିଷୟରେ ସେମାନେ ଜାଣନ୍ତୁ ବୋଲି ସେ ଏହି ପତ୍ର ଲେଖୁଅଛନ୍ତି ବୋଲି ପ୍ରକାଶ କରନ୍ତି। ମଣ୍ଡଳୀଗଣକୁ କିପରି ସ୍ଥାପନ ଏବଂ ମଜଭୁତ କରାଯିବ ସେହି ବିଷୟରେ ତୀମଥିଙ୍କୁ ପାଉଲଙ୍କ ଉପଦେଶକୁ ଏହି ପତ୍ର ପ୍ରକାଶ କରେ।
ବିଷୟବସ୍ତୁ
ଏକ ଯୁବକ ଶିଷ୍ୟ ନିମନ୍ତେ ଉପଦେଶ
ରୂପରେଖା
1. ସେବାକାର୍ଯ୍ୟ ନିମନ୍ତେ ଆଚରଣ — 1:1-20
2. ସେବାକାର୍ଯ୍ୟ ନିମନ୍ତେ ସିଦ୍ଧାନ୍ତ — 2:1-3:16
3. ସେବାକାର୍ଯ୍ୟ ନିମନ୍ତେ ଦାୟିତ୍ୱ — 4:1-6:21
ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-10-25.