୧ ଥେସଲନୀକୀୟ
1 Thessalonians
Introduction from this edition
The First Epistle of Paul to the Thessalonians
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କର ପ୍ରଥମ ପତ୍ର
ଲେଖକ
ପ୍ରେରିତ ପାଉଲ ଏହି ପତ୍ରର ଲେଖକ ଅଟନ୍ତି ବୋଲି ଏହି ପତ୍ର (ପ୍ର.ଥେସ. 1:1; 2:18) ଦୁଇ ଥର ପ୍ରକାଶ କରେ। ଯେତେବେଳେ ମଣ୍ଡଳୀ ସ୍ଥାପିତ ହେଲା ସେତେବେଳେ ଶୀଲା ଏବଂ ତୀମଥି (ପ୍ର.ଥେସ. 3:2,6) ପାଉଲଙ୍କ ସହିତ ଦ୍ୱିତୀୟ ମିଶନାରୀ ଯାତ୍ରା କରୁଥିଲେ (ପ୍ରେରି. 17:19) ସେଠାରୁ ପ୍ରସ୍ଥାନ କଲା ପରେ ଅଳ୍ପ ମାସ ମଧ୍ୟରେ ସେ ଏହି ପ୍ରଥମ ପତ୍ର ଥେସଲନୀକୀୟ ମଣ୍ଡଳୀର ବିଶ୍ଵାସୀମାନଙ୍କୁ ଲେଖିଥିଲେ। ଥେସଲନୀକୀୟରେ ପାଉଲଙ୍କ ସେବାକାର୍ଯ୍ୟ ଯିହୁଦୀମାନଙ୍କୁ କେବଳ ସ୍ପର୍ଶ କରିଥିଲା, ତାହା ନୁହେଁ ମାତ୍ର ଅଣଯିହୁଦୀମାନଙ୍କୁ ମଧ୍ୟ ସ୍ପର୍ଶ କରିଥିଲା। ମଣ୍ଡଳୀରେ ଅନେକ ବିଜାତିମାନେ ମୂର୍ତ୍ତିପୂଜା ଛାଡ଼ିଥିଲେ, ଯାହା ସେହି ସମୟରେ ଯିହୁଦୀମାନଙ୍କ ନିମନ୍ତେ ନିର୍ଦ୍ଧିଷ୍ଟ ଅସୁବିଧା ନଥିଲା (ପ୍ର.ଥେସ. 1:9)।
ସମୟ ଓ ସ୍ଥାନ
ପ୍ରାୟ 51 ଖ୍ରୀଷ୍ଟାବ୍ଦ ମଧ୍ୟରେ ଲେଖାଯାଇଅଛି।
ପାଉଲ ଥେସଲନୀକୀୟ ମଣ୍ଡଳୀ ନିକଟକୁ ତାହାଙ୍କର ପ୍ରଥମ ପତ୍ର କରିନ୍ଥ ସହରରୁ ଲେଖିଥିଲେ।
ପ୍ରାପକ
ପ୍ରଥମ ଥେସଲନୀକୀୟ 1:1 “ଥେସଲନୀକୀୟ ମଣ୍ଡଳୀର ଲୋକମାନଙ୍କୁ”, ଥେସଲନୀକୀୟ ମଣ୍ଡଳୀର ବିଶ୍ଵାସୀମାନଙ୍କୁ ପ୍ରଥମ ପତ୍ରର ମୁଖ୍ୟ ପାଠକମାନେ ବୋଲି ପ୍ରକାଶ କରେ, ଯଦିଓ ସାଧାରଣ ଭାବେ ଏହା ପ୍ରତ୍ୟେକ ସ୍ଥାନରେ ଥିବା ଖ୍ରୀଷ୍ଟଙ୍କର ଲୋକମାନଙ୍କୁ ଲେଖାଯାଇଥିଲା।
ଉଦ୍ଦେଶ୍ୟ
ନୂତନ ବିଶ୍ଵାସୀମାନଙ୍କୁ ସେମାନଙ୍କର ପରୀକ୍ଷା ସମୟରେ ଉତ୍ସାହ ଦେବାକୁ (ପ୍ର.ଥେସ. 3:35) ଧାର୍ମିକ ଜୀବନଯାପନ କରିବା ନିମନ୍ତେ ଉପଦେଶ ଦେବାକୁ (ପ୍ର.ଥେସ. 4:1-12) ଏବଂ ଯେଉଁ ବିଶ୍ଵାସୀମାନେ ଖ୍ରୀଷ୍ଟଙ୍କ ଆସିବା ପୂର୍ବରୁ ମୃତ୍ୟୁବରଣ କରନ୍ତି ସେମାନଙ୍କର ଭବିଷ୍ୟତ ଭରସା ଦେବା ନିମନ୍ତେ (ପ୍ର.ଥେସ. 4:13-18), ନୈତିକ ଏବଂ ବ୍ୟାବହାରିକ ସମ୍ବନ୍ଧୀୟ କିଛି ବିଷୟଗୁଡ଼ିକରେ ସଂଶୋଧନ କରିବା ନିମନ୍ତେ ପାଉଲ ଏହି ପତ୍ର ଲେଖିଥିଲେ।
ବିଷୟବସ୍ତୁ
ମଣ୍ଡଳୀ ନିମନ୍ତେ ଚିନ୍ତା
ରୂପରେଖା
1. କୃତଜ୍ଞତା ଜ୍ଞାପନ — 1:1-10
2. ପ୍ରେରିତିକ କାର୍ଯ୍ୟର ପ୍ରତିରକ୍ଷା — 2:1-3:13
3. ଥେସଲନୀକୀୟ ବିଶ୍ଵାସୀମାନଙ୍କୁ ଉପଦେଶ — 4:1-5:22
4. ଶେଷ ପ୍ରାର୍ଥନା ଓ ଆଶୀର୍ବାଦ — 5:23-28
ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-10-25.