ପ୍ରଥମ ରାଜାବଳୀ
1 Kings
Introduction from this edition
ରାଜାବଳୀର ପ୍ରଥମ ପୁସ୍ତକ
ଲେଖକ
ପ୍ରଥମ ରାଜାବଳୀ ପୁସ୍ତକର ଲେଖକ କିଏ ଅଟନ୍ତି ତାହା କେହି ଜାଣନ୍ତି ନାହିଁ, ଯଦିଓ କେତେକ ଟୀକାକାରମାନେ ଏଜ୍ରା, ଯିହିଜିକଲ, ଏବଂ ଯିରିମୀୟଙ୍କୁ ସାମ୍ଭାବିକ ଲେଖକ ବୋଲି ମତ ଦିଅନ୍ତି। କାରଣ ସମ୍ପୂର୍ଣ୍ଣ କାର୍ଯ୍ୟ ଚାରି ଶହ ବର୍ଷରୁ ଅଧିକ ସମୟକୁ ଆବଦ୍ଧ କରେ, ଅଭିଲେଖନଗୁଡ଼ିକୁ ସଂକଳନ କରିବା ନିମନ୍ତେ ଅନେକ ସ୍ରୋତ ବିଷୟଗୁଡ଼ିକ ବ୍ୟବହୃତ ହୋଇଥିଲା। କେତେକ ସାହିତ୍ୟକ ଶୈଳୀ, ସର୍ବତ୍ର ପୁସ୍ତକର ବିଷୟବସ୍ତୁ ଏବଂ ଏକମାତ୍ର ସଂକଳନକାରୀ କିମ୍ବା ଲେଖକଙ୍କୁ ସୂଚାଇବା ନିମନ୍ତେ ବ୍ୟବହୃତ ଉପାଦାନ ଗୁଡ଼ିକର ପ୍ରକୃତିରୁ ପ୍ରତୀତ ହୁଏ ଯେ ଏହି ପୁସ୍ତକ କେବଳ ଏକମାତ୍ର ଲେଖକଙ୍କ ଦ୍ଵାରା ଲେଖାଯାଇଅଛି।
ସମୟ ଓ ସ୍ଥାନ
ପ୍ରାୟ 590-538 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି।
ପ୍ରଥମ ମନ୍ଦିରର ଅବସ୍ଥିତ ଥିବା ସମୟରେ ଏହି ପୁସ୍ତକ ଲେଖାଯାଇଥିଲା (ପ୍ର.ରା. 8:8)।
ପ୍ରାପକ
ଇସ୍ରାଏଲର ଲୋକ ଏବଂ ବାଇବଲର ପ୍ରତ୍ୟେକ ପାଠକମାନେ।
ଉଦ୍ଦେଶ୍ୟ
ଏହି ପୁସ୍ତକ ପ୍ରଥମ ଓ ଦ୍ୱିତୀୟ ଶାମୁୟେଲର ପରବର୍ତ୍ତୀ ଘଟଣା ଅଟେ ଏବଂ ଦାଉଦଙ୍କ ମୃତ୍ୟୁ ପରେ ଶଲୋମନଙ୍କର ରାଜତନ୍ତ୍ର ସମୟର କାର୍ଯ୍ୟପନ୍ଥା ସହ ଆରମ୍ଭ ହୁଏ। ଏକ ଅବିଭକ୍ତ ରାଜ୍ୟଠାରୁ, ଏହି ପୁସ୍ତକ ଆରମ୍ଭ ହୁଏ, ମାତ୍ର ଦୁଇଟି ବିଭାଜିତ ରାଜ୍ୟ ଯିହୁଦା ଏବଂ ଇସ୍ରାଏଲରେ ସମାପ୍ତ ହୁଏ। ଏବ୍ରୀ ବାଇବଲରେ ପ୍ରଥମ ଏବଂ ଦ୍ୱିତୀୟ ରାଜାବଳୀ ଗୋଟିଏ ପୁସ୍ତକରେ ସଂକଳନ କରାଯାଇଅଛି।
ବିଷୟବସ୍ତୁ
ବାଧା
ରୂପରେଖା
1. ଶଲୋମନଙ୍କର ରାଜତ୍ୱ — 1:1-11:43
2. ରାଜ୍ୟର ଫାଟ — 12:1-16:34
3. ଏଲୀୟ ଏବଂ ଆହାବ — 17:1-22:53
ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-10-25.