Skip to content
BibleKenya

୧ କରିନ୍ଥୀୟ

1 Corinthians

Introduction from this edition

The First Epistle of Paul the Apostle to the Corinthians

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର

ଲେଖକ

ପାଉଲଙ୍କୁ ଏହି ପତ୍ରର ଲେଖକ ବୋଲି ସ୍ୱୀକାର କରାଯାଏ (ପ୍ର.କରି. 1:1-2; 16:21) ଏବଂ ଏହି ପତ୍ର ପାଉଲଙ୍କ ପତ୍ର ଭାବରେ ମଧ୍ୟ ପରିଚିତ। ସେ ଯେତେବେଳେ ଏଫିସରେ ଥିଲେ କିମ୍ବା ତାହା ପୁର୍ବରୁ ସେ କରିନ୍ଥୀୟ ମଣ୍ଡଳୀକୁ ଏକ ପତ୍ର ଲେଖିଥିଲେ ଯାହା ପ୍ରଥମ କରିନ୍ଥୀୟ ପତ୍ର (ପ୍ର.କରି. 5:10-11) ପୂର୍ବରୁ ଆସିଥିଲା ଏବଂ କରିନ୍ଥୀୟ ମଣ୍ଡଳୀର ବିଶ୍ଵାସୀମାନେ ସେହି ପତ୍ରକୁ ଭୁଲ ବୁଝିଥିଲେ ଯାହା ଫଳରେ ସେହି ପତ୍ର ଆଉ ନାହିଁ। “ପୂର୍ବ ପତ୍ରର” ସୂଚୀ (ଯେପରି ଏହା ଆହୂତ) ସମ୍ପୂର୍ଣ୍ଣ ଭାବରେ ଅଜ୍ଞାତ, ପ୍ରଥମ କରିନ୍ଥୀୟ ପତ୍ର ହେଉଛି ପାଉଲ କରିନ୍ଥୀୟ ବିଶ୍ଵାସୀମାନଙ୍କଠାରୁ ପାଇଥିବା ପତ୍ରର ପ୍ରତିଉତ୍ତର ପତ୍ର ଅଟେ, ଯାହା ସେମାନେ ପାଉଲଙ୍କ ପୂର୍ବ ପତ୍ରର ଉତ୍ତର ଭାବରେ ଲେଖିଥିଲେ।

ସମୟ ଓ ସ୍ଥାନ

ପ୍ରାୟ 55-56 ଖ୍ରୀଷ୍ଟାବ୍ଦ ମଧ୍ୟରେ ଲେଖାଯାଇଅଛି।

ଏହି ପତ୍ର ଏଫିସ ସହରରୁ ଲେଖାଯାଇଅଛି (ପ୍ର.କରି. 16:8)।

ପ୍ରାପକ

ପ୍ରଥମ କରିନ୍ଥୀୟ ପତ୍ରର ପ୍ରାପକ ହେଲେ “କରିନ୍ଥୀୟ ସହରରେ ଥିବା ଈଶ୍ଵରଙ୍କ ମଣ୍ଡଳୀ” (ପ୍ର.କରି. 1:2), ଆହୁରି ମଧ୍ୟ ପାଉଲ ତାହାଙ୍କର ପାଠକମାନଙ୍କୁ ଅନ୍ତର୍ଭୁକ୍ତ କରିନ୍ତି “ସର୍ବତ୍ର, ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପ୍ରାର୍ଥନା କରନ୍ତି (ପ୍ର.କରି. 1:2)।”

ଉଦ୍ଦେଶ୍ୟ

ପାଉଲ ଭିନ୍ନ ଭିନ୍ନ ମାଧ୍ୟମରେ କରିନ୍ଥୀୟ ମଣ୍ଡଳୀର ବର୍ତ୍ତମାନର ଅବସ୍ଥା ବିଷୟରେ ସୂଚନା ପାଇଥିଲେ। ମଣ୍ଡଳୀର ଦୁର୍ବଳତା ଏବଂ ପୁନରୁଦ୍ଧାର କରିବା, ବିଶେଷ ଭାବରେ ମଣ୍ଡଳୀରେ ଦଳଭେଦ ସମସ୍ୟାରୁ ପୁନରୁଦ୍ଧାର କରିବା (ପ୍ର.କରି. 1:10-4:21), ପୁନରୁତ୍ଥାନ (ପ୍ର.କରି. 15), ବ୍ୟଭିଚାର (ପ୍ର.କରି. 5, 6:12-20), ଏବଂ ପ୍ରଭୁଭୋଜ ପ୍ରତି ଅପବ୍ୟବହାର ଭୁଲ ଶିକ୍ଷା ଦେବା ବିଷୟରେ (ପ୍ର.କରି. 11:17-34) ଶିକ୍ଷା ଦେବା ଉଦ୍ଦେଶ୍ୟରେ ସେ ଏହି ପତ୍ର ଲେଖିଥିଲେ। କରିନ୍ଥୀୟ ମଣ୍ଡଳୀକୁ ଅନେକ ଆତ୍ମିକ ବରଦାନ ଦିଆଯାଇଥିଲା (ପ୍ର.କରି. 1:4-7) ମାତ୍ର ସେମାନେ ଅପରିପକ୍ଵ ଏବଂ ଅନାତ୍ମିକ ଥିଲେ (ପ୍ର.କରି. 3:1-4), ତେଣୁ ମଣ୍ଡଳୀର ପାପ ସମ୍ପର୍କୀୟ ସମସ୍ୟାକୁ କିପରି ଭାବରେ ସମାଧାନ କରିପାରିବେ, ସେଥିପାଇଁ ପାଉଲ ଏକ ଉତ୍ତମ ଆଦର୍ଶ ପ୍ରଦାନ କରିଥିଲେ। ମଣ୍ଡଳୀରେ ଦଳଭେଦ ଏବଂ ସମସ୍ତ ପ୍ରକାରର ବ୍ୟଭିଚାରକୁ ଉପେକ୍ଷା ନ କରି ସେ ପ୍ରତ୍ୟକ୍ଷ ଭାବରେ ସମସ୍ୟାଗୁଡ଼ିକୁ ସିଧାସଳଖ ସମାଧାନ କଲେ।

ବିଷୟବସ୍ତୁ

ବିଶ୍ଵାସୀମାନଙ୍କର ଆଚରଣ

ରୂପରେଖା

1. ଉପକ୍ରମ — 1:1-9

2. କରିନ୍ଥୀୟ ମଣ୍ଡଳୀରେ ଦଳଭେଦ — 1:10-4:21

3. ନୈତିକ ମତାନ୍ତର — 5:1-6:20

4. ବିବାହ ସମ୍ପର୍କିତ ନୀତି — 7:1-40

5. ପ୍ରେରିତମାନଙ୍କ ଶିକ୍ଷାର ସ୍ୱତନ୍ତ୍ରତା — 8:1-11:1

6. ଉପାସନା ବିଷୟରେ ଶିକ୍ଷା — 11:2-34

7. ଆତ୍ମିକ ବରଦାନ ଗୁଡ଼ିକ — 12:1-14:40

8. ପୁନରୁତ୍ଥାନ ବିଷୟରେ ଶିକ୍ଷା — 15:1-16:24

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.