ସତିଅର୍ ବାଟ୍
ପର୍କାସିତ 9
ତାର୍ପଚେ ପାଁଚ୍ ଲମରର୍ ଦୁତ୍ ତାର୍ ମଇରି ପୁକ୍ଲା । ଆରି ଏଦେ ଦେକା ! ବାଦଲେଅନି ଦର୍ତନି ଉପ୍ରେ ଅଦ୍ରି ରଇବା ଗଟେକ୍ ତାରା ଦେକ୍ଲି । ତାକେ ପାତାଲର୍ କୁଚିକାଡି ଦିଆଅଇରଇଲା । ସେ ତାରା ପାତାଲ୍ ଉଗାଡ୍ଲା ଆରି ତେଇଅନି ଗଟେକ୍ ଜଇଲାଗ୍ବା ବାଟି ଅନି ଦୁଆଁ ବାରଇଲା ପାରା ବାରଇଲା । ପାତାଲେଅନି ଆଇବା ଦୁଆଁର୍ ଲାଗି ବେଲର୍ ଉଜଲ୍ ଆରି ପବନ୍ ଆନ୍ଦାର୍ ଅଇଗାଲା । ଦର୍ତନିଟାନେ ରଇବା ଦୁଆଁର୍ ଲାଗି, ତେଇଅନି ଚିଟ୍କାମନ୍ ବାରଇଲାଇ । ସେଟାମନ୍କେ ବିସ୍କାକ୍ଡାର୍ ପାରା ବପୁ ଦିଆଅଇରଇଲା । ସେମନ୍କେ ଦର୍ତନିର୍ ଗାଁସ୍ କି ଗଚ୍ କି ବିନ୍ ବାଡର୍ ଗଚ୍କୁଟ୍କେ ମାରାନାଇ ବଲି କୁଆଅଇରଇଲା । ପର୍ମେସରର୍ ସିଲର୍ ଚିନ୍, ଜନ୍ ଲକ୍ମନର୍ କାପାଲେ ନ ରଇଲା, ସେମନ୍କେ ଆକା ମାର୍ବାକେ ଆଦେସ୍ ରଇଲା । ଏ ଲକ୍ମନ୍କେ ମରାଇବାକେ ଚିଟ୍କାମନ୍କେ ଆଦେସ୍ ନ ଦେଇରଇଲା । ମାତର୍ ପାଁଚ୍ମାସ୍ ଜାକ ସେମନ୍କେ କସ୍ଟ ଦେବାକେ ସେମନ୍ ଜନ୍ କସ୍ଟ ପାଇବାଇ, ସେଟା ଗଟେକ୍ ବିସ୍କାକ୍ଡା ଚାବ୍ଲାବେଲର୍ ଦୁକାପାରା ରଇସି । ସେ ପାଁଚ୍ମାସ୍ ଜାକ କେନ୍ତି କରି ମର୍ବୁ ବଲି ବାଟ୍ କଜ୍ବାଇ । ମାତର୍ ସେଟା ମିଲାଇନାପାରତ୍ । ସେମନ୍ ମର୍ବାକେ ବେସି ମନ୍ କର୍ବାଇ, ମାତର୍ ସେଟା ନ ଅଏ ।
ଜୁଇଦ୍ ପାଇ ତିଆର୍ ଅଇରଇବା ଗଡାମନର୍ପାରା ସେ ଚିଟ୍କାମନ୍ ଡିସ୍ତେରଇଲାଇ । ସେମନର୍ ମୁଣ୍ଡ୍ ସୁନାର୍ ମୁକୁଟ୍ ପିନ୍ଦି ରଇଲାଇ । ସେମନର୍ ମୁ ଲକ୍ମନର୍ ମୁ ପାରା ରଇଲା । ସେମନର୍ ଚେଣ୍ଡି ମାଇଜିଟକିମନର୍ପାରା ଆରି ଦାତ୍ ସିଅଁମନର୍ପାରା ରଇଲା । ତାକର୍ ବୁକେ ଲୁଆର୍ ସାଞ୍ଜୁ ଡାବିଅଇରଇଲା । ତାକର୍ ଡେନାମନ୍ ଜାଡ୍ଲେ ଜୁଇଦ୍କେ ଜିବା ଗଡାର୍ ରତର୍ ସବଦ୍ ପାରା ସୁନିଅଇତେରଇଲା । ବିସ୍କାକ୍ଡା ମନର୍ ପାରା ସେମନର୍ ଲେଞ୍ଜ୍ ଗଜିଆ ରଇଲା । ଆରି ବିସ୍କାକ୍ଡା ପାରା ଚାବ୍ତେରଇଲା । ପାଁଚ୍ମାସ୍ ଜାକ ଲକ୍ମନ୍କେ ନସାଇବାକେ ତାକର୍ ଲେଞ୍ଜର୍ ବପୁ ରଇଲା । ତାକର୍ ଉପ୍ରେ ଗଟେକ୍ ରାଜା ସାସନ୍ କର୍ତେରଇଲା । ସେ ପାତାଲେ ଦେକା ରକା କର୍ବା ଦୁତ୍ । ଏବ୍ରି ବାସାଇ ତାର୍ ନାଉଁ ଅଇଲାନି ଅବଦନ୍ । ଆରି ଗିରିକ୍ ବାସାଇ ଅପଲିୟନ୍ । ତାର୍ ଅରତ୍ ଅଇଲାନି କୁରୁପ୍ନାସ୍ କର୍ବା ଲକ୍ ।
ପର୍ତୁମର୍ ଡର୍ ଲାଗ୍ବା ଦୁକ୍ କସ୍ଟ ସାର୍ଲା । ତାର୍ପଚେ ଆରି ଦୁଇଟା ଅଦିକ୍ ଦୁକ୍ କସ୍ଟ ଅଇବାଟା ଆଇଲାନି ।
ତାର୍ପଚେ ଚଅ ଲମରର୍ ଦୁତ୍ ତାର୍ ମଇରି ପୁକ୍ଲା । ଆରି ଏଦେ ଦେକା ! ପର୍ମେସର୍ ମୁଆଁଟେ ରଇବା ସୁନା ବେଦିର୍ ଚାରିଟା କନେଅନି ମୁଇ ଗଟେକ୍ ସବଦ୍ ସୁନ୍ଲି । ସେ ସବଦ୍ ଚଅ ଲମର୍ ଦୁତ୍କେ କଇଲା, ବଡ୍ ଗାଡ୍ ଇଉପର୍ଟିସ୍ ଗାଡେ, ବାନ୍ଦି ସଙ୍ଗଇବା ଚାରିଟା ଦୁତ୍ମନ୍କେ ମୁକ୍ଲାଇଦେସ୍ । ଚାର୍ଟା ଦୁତ୍ମନ୍କେ ମୁକ୍ଲାଇଲା । ଗୁଲାଇ ମୁନୁସ୍ଜାତିର୍ ତିନ୍ ବାଗେଅନି ଗଟେକ୍ ବାଗ୍କେ ମରାଇବାକେ ସେମନ୍କେ ତିଆର୍ କରି ସଙ୍ଗଇରଇଲା । ଏ ସମାନ୍ ବରସର୍, ସମାନ୍ ମାସର୍, ସମାନ୍ ଦିନର୍, ସମାନ୍ ଗଁଟାର୍ପାଇ ସେମନ୍କେ ସଙ୍ଗଇରଇଲା । ତାର୍ପଚେ ଗଟେକ୍ ବଡ୍ଦଲ୍ ଅଇକରି ଗଡାଲଗେ ଆଇତେ ରଇବା ସନିଅମନ୍ ଜନ୍ଲକ୍ମନ୍ କି ଦୁଇସ ଲକିଅ ଲକ୍ମନ୍ ଆଚତ୍ ବଲି ସେମନ୍ କଇଲାଇ, ସେଟା ଦେକ୍ଲି । ମୁଇ ମର୍ ଦର୍ସନେ ଗଡାମନ୍କେ ଆରି ତାର୍ ଚାଲାଉମନ୍କେ ଦେକ୍ଲି । ତାକର୍ ସାଞ୍ଜୁମନ୍ ଜଇପାରା ରଙ୍ଗ୍ ଆରି ନିଲି ପାରା ନିଲିଆ, ଅଲ୍ଦି ପାରା ରଇଲା । ସେ ଗଡା ମନର୍ ମୁଣ୍ଡ୍ ସିଅଁମନର୍ ମୁଣ୍ଡ୍ ପାରା ରଇଲା । ଆରି ତାକର୍ ଟଣ୍ଡେଅନି ଜଇ ଦୁଆଁ ଆରି ରକତ୍ ପାରାଟା ବାରଇତେରଇଲା । ଗୁଲାଇ ମୁନୁସ୍ ଜାତିର୍ ତିନ୍ବାଗେ ଅନି ଗଟେକ୍ ବାଗ୍ ସେ ତିନ୍ଟା ମର୍ଡିର୍ଲାଗି ମରିଗାଲାଇ । ଗଡାମନର୍ ଟଣ୍ଡେଅନି ଆଇବା ଜଇ ଦୁଆଁ ଆରି ଗନ୍ଦ୍ପାରା ତିନ୍ଟା ମର୍ଡି ଅଇଲା । ଗଡାମନର୍ ବପୁ ତାକର୍ ଟଣ୍ଡେ ଆରି ତାକର୍ ଲେଞ୍ଜେ ମିସିକରି ରଇଲା । ତାକର୍ ଲେଞ୍ଜ୍ ମୁଣ୍ଡ୍ ରଇବା ସାଁପ୍ମନର୍ ପାରା ରଇଲା । ସେଟାସଙ୍ଗ୍ ସେମନ୍ ଲକ୍ମନ୍କେ ମାର୍ତେରଇଲାଇ । ଏ ମର୍ଡି ଅଇଲାର୍ ପାଇ ଜେତ୍କି ରଇଲା ମନସ୍ ଜାତି, ଆତେ ତିଆର୍କରି ରଇବାଟାକେ ଚାଡତ୍ନାଇ । ଗଚ୍ସଙ୍ଗ୍, ପାକ୍ନାସଙ୍ଗ୍, ପିତଲ୍ସଙ୍ଗ୍, ରୁପାସଙ୍ଗ୍ ଆରି ସୁନାସଙ୍ଗ୍ ତିଆର୍ କରିରଇବା ମୁର୍ତିମନ୍କେ ଆରି ଡୁମାମନ୍କେ ସେବା କର୍ବାଟା ସେମନ୍ ଚାଡତ୍ନାଇ । ସେମନ୍ ଚରାଇବାଟା, ବେସିଆ କାମ୍ କର୍ବାଟା, ଜାଦୁ ମଁତର୍ କର୍ବାଟା ଆରି ନର୍ ମରାଇବାଟା ମିସା ଚାଡତ୍ନାଇ ।
ସତିଅର୍ ବାଟ୍. Copyright © 2020 The Word for the World International. Licensed under CC BY 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY 4.0 · SourceEdition imported 2026-10-25.