ହିତୋପଦେଶ
Proverbs
Introduction from this edition
ହିତୋପଦେଶ
ଲେଖକ
ଶଲୋମନ ହିତୋପଦେଶର ପ୍ରମୁଖ ଲେଖକ ଅଟନ୍ତି। 1:1, 10:1 ଏବଂ 25:1 ରେ ଶଲୋମନଙ୍କ ନାମ ଦୃଷ୍ଟିଗୋଚର ହୁଏ। ଅନ୍ୟ ଅଂଶଦାତାମାନେ ଏକ ସମୂହର ବ୍ୟକ୍ତିମାନଙ୍କୁ ସମ୍ମିଳିତ କରନ୍ତି ଯେଉଁମାନଙ୍କୁ “ବୁଦ୍ଧିମାନ” ଆଗୁର ଏବଂ ରାଜା ଲମୂୟେଲ କୁହାଯାଏ। ବାଇବଲର ଅନ୍ୟ ପୁସ୍ତକ ପରି, ହିତୋପଦେଶ ପରମେଶ୍ୱରଙ୍କ ଉଦ୍ଧାରର ଯୋଜନାକୁ ସୂଚାଏ କିନ୍ତୁ ସମ୍ଭବତଃ, ଅଧିକ ସୂକ୍ଷ୍ମତାରେ। ଏହି ପୁସ୍ତକ ଇସ୍ରାଏଲ ଲୋକମାନଙ୍କୁ ପରମେଶ୍ୱରଙ୍କ ପଥରେ ବାସ କରିବାକୁ ଉଚିତ ପଥ ଦେଖାଇଲା। ଏହା ସମ୍ଭବ ଯେ ପରମେଶ୍ୱର ଶଲୋମନଙ୍କୁ ଏହି ପର୍ଯ୍ୟାୟକୁ ଲିପିବଦ୍ଧ କରିବାକୁ ପ୍ରେରିତ କଲେ ଯେ ସେ ନୀତିବାକ୍ୟ ଉପରେ ଆଧାର କରି ଏହି ପୁସ୍ତକକୁ ଲେଖନ୍ତୁ ଯେଉଁ ନୀତିବାକ୍ୟ ସେ ନିଜ ଜୀବନରେ ଅନୁଭବ କରିଥିଲେ।
ସମୟ ଓ ସ୍ଥାନ
ପ୍ରାୟ 971-686 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି।
ଶଲୋମନଙ୍କ ରାଜତ୍ଵରେ, ସହସ୍ର ବର୍ଷ ପୂର୍ବରୁ ହିତୋପଦେଶ ଇସ୍ରାଏଲରେ ଲେଖାଯାଇଥିଲା, ଏହାର ଜ୍ଞାନ ଯେକୌଣସି ସମୟରେ ଯେକୌଣସି ସଂସ୍କୃତିରେ ମଧ୍ୟ ପ୍ରୟୋଗଯୋଗ୍ୟ ଅଟେ।
ପ୍ରାପକ
ହିତୋପଦେଶର ଅନେକ ଶ୍ରୋତାଗଣ ଅଛନ୍ତି। ନିଜର ପିଲାମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏହା ପିତାମାତାଙ୍କୁ ନିର୍ଦ୍ଦେଶ ଦିଏ। ଏହି ପୁସ୍ତକ ଜ୍ଞାନକୁ ଅନ୍ୱେଷଣ କରୁଥିବା ଯୁବକ ଏବଂ ଯୁବତୀମାନଙ୍କୁ ମନୋଯୋଗ କରେ ଏବଂ ପରିଶେଷରେ, ଆଜିର ବାଇବଲ ପାଠକମାନଙ୍କୁ ଯିଏ ଏକ ଧାର୍ମିକ ଜୀବନରେ ବାସ କରିବାକୁ ଇଚ୍ଛା କରନ୍ତି ସେମାନଙ୍କୁ ବ୍ୟାବହାରିକ ଉପଦେଶ ପ୍ରଦାନ କରେ।
ଉଦ୍ଦେଶ୍ୟ
ଏହି ପୁସ୍ତକରେ ଶଲୋମନ ପରମେଶ୍ୱରଙ୍କ ଭାବନାକୁ ଉଚ୍ଚ, ସାଧାରଣ, ପ୍ରତ୍ୟେକ ପରିସ୍ଥିତିରେ ପ୍ରକାଶ କରନ୍ତି। ଏହା ଦୃଷ୍ଟିଗୋଚର ହୁଏ ଯେ ରାଜା ଶଲୋମନଙ୍କ ଧ୍ୟାନରେ ସମସ୍ତ ବିଷୟ ଥିଲା ଯେପରି, ବ୍ୟକ୍ତିଗତ ନୈତିକତା, ଯୌନଗତ ସମ୍ପର୍କ, ବ୍ୟବସାୟୀକ, ସମ୍ପତ୍ତି, ଦାନ, ଲକ୍ଷ, ଶୃଙ୍ଖଳା, ରୁଣ, ସନ୍ତାନ ଜାତ, ଚରିତ୍ର ଗଠନ, ନିଶା, ରାଜନୀତି, ପ୍ରତିଶୋଧ, ଏବଂ ଧାର୍ମିକତ ଅନ୍ୟ ବିଷୟଗୁଡ଼ିକ ଏହି ନୀତିବାକ୍ୟ ପୁସ୍ତକରେ ବର୍ଣ୍ଣନା ହୁଏ।
ବିଷୟବସ୍ତୁ
ଜ୍ଞାନ
ରୂପରେଖା
1. ଜ୍ଞାନର ଉତ୍କୃଷ୍ଟତା — 1:1-9:18
2. ଶଲୋମନଙ୍କ ହିତୋପଦେଶ — 10:1-22:16
3. ଜ୍ଞାନୀର ବାକ୍ୟ — 22:17-29:27
4. ଅଗୁରଙ୍କ ବାକ୍ୟ — 30:1-33
5. ଲମୂୟେଲଙ୍କର ବାକ୍ୟ — 31:1-31
ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-10-25.