Skip to content
BibleKenya

ବିଚାରକର୍ତ୍ତା

Judges

Introduction from this edition

ବିଚାରକର୍ତ୍ତାମାନଙ୍କ ବିବରଣ

ଲେଖକ

ବିଚାରକର୍ତ୍ତା ପୁସ୍ତକର ଲେଖକ କିଏ ସେହି ବିଷୟରେ ଏହି ପୁସ୍ତକରେ କୌଣସି ସୂଚନା ନାହିଁ, କିନ୍ତୁ ଯିହୁଦୀ ପରମ୍ପରା ଶାମୁୟେଲଙ୍କୁ ଏହି ପୁସ୍ତକର ଲେଖକ ବୋଲି ନାମାଙ୍କିତ କରନ୍ତି, ଶାମୁୟେଲ ବିଚାରକର୍ତ୍ତାମାନଙ୍କ ମଧ୍ୟରେ ଶେଷ ବିଚାରକର୍ତ୍ତା ଥିଲେ। ରାଜତନ୍ତ୍ରର ପ୍ରାରମ୍ଭିକ ସମୟରେ ବିଚାରକର୍ତ୍ତା ପୁସ୍ତକର ଲେଖକ ବାସ କରୁଥିଲେ। ଆବର୍ତ୍ତୀ ବାକ୍ୟ, “ସେହି ସମୟରେ ଇସ୍ରାଏଲ ମଧ୍ୟରେ କୌଣସି ରାଜା ନ ଥିଲା” (ବିଚାରକର୍ତ୍ତା 17:6; 18:1; 19:1; 21:25) ପୁସ୍ତକ ମଧ୍ୟରେ ଘଟିଥିବା ଘଟଣାବଳୀ ଓ ଲେଖା ମଧ୍ୟରେ ପାର୍ଥକ୍ୟ ଦର୍ଶାଏ। ବିଚାରକର୍ତ୍ତା ଶବ୍ଦର ଅର୍ଥ “ଉଦ୍ଧାରକର୍ତ୍ତା” ଅଟେ, ପ୍ରକୃତରେ ବିଚାରକର୍ତ୍ତାମାନେ ଅନ୍ୟ ବିଦେଶୀ ଅତ୍ୟାଚାରୀଙ୍କ ଠାରୁ ଇସ୍ରାଏଲ ଲୋକମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଉଦ୍ଧାରକର୍ତ୍ତା ଥିଲେ। ଇସ୍ରାଏଲ ଲୋକଙ୍କ ମଧ୍ୟରେ ବିବାଦ ହେଲେ, ଏହି ବିଚାରକର୍ତ୍ତାମାନଙ୍କ ମଧ୍ୟରୁ କିଛି ଲୋକ, ଶାସକ ଓ ବିଚାରକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ।

ସମୟ ଓ ସ୍ଥାନ

ପ୍ରାୟ 1043-1000 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି।

ସମ୍ଭବତଃ ବିଚାରକର୍ତ୍ତା ପୁସ୍ତକ ଦାଉଦଙ୍କ ରାଜତ୍ୱ ସମୟରେ ସଂକଳନ କରାଯାଇଅଛି ଏବଂ ଯିହୋଶୂୟଙ୍କ ମୃତ୍ୟୁ ଠାରୁ ନିଷ୍ଫଳ ପ୍ରଣାଳୀ ପରିଚାଳନା ବିରୋଧରେ ରାଜତନ୍ତ୍ରର ସୁବିଧାଗୁଡ଼ିକୁ ପ୍ରଦର୍ଶନ କରିବା ଥିଲା ଏହାର ମାନବୀୟ ଉଦ୍ଦେଶ୍ୟ।

ପ୍ରାପକ

ଇସ୍ରାଏଲ ଲୋକ ଏବଂ ଭବିଷ୍ୟତରେ ବାଇବଲର ସମସ୍ତ ପାଠକମାନେ।

ଉଦ୍ଦେଶ୍ୟ

ପ୍ରତିଜ୍ଞାତ ଦେଶକୁ ଅଧିକାର କରି ଇସ୍ରାଏଲର ପ୍ରଥମ ରାଜା ପର୍ଯ୍ୟନ୍ତ ଐତିହାସିକ ସମୟକୁ ପ୍ରକାଶ କରିବା ଏବଂ ଇତିହାସ ଯେପରି ଥିଲା ସେହିପରି ଏହାକୁ ସାଧାରଣ ଭାବରେ ଉପସ୍ଥାପନ କରିବା କେବଳ ଏହି ପୁସ୍ତକର ଉଦ୍ଦେଶ୍ୟ ନୁହେଁ କିନ୍ତୁ ବିଚାରକର୍ତ୍ତାମାନଙ୍କ ସମୟର ଏକ ଧର୍ମଶାସ୍ତ୍ର ପରିପ୍ରେକ୍ଷଣକୁ (24:14-28; 2:6-13) ଉପସ୍ଥାପନ କରିବା ହେଉଛି ଏହି ପୁସ୍ତକର ଉଦ୍ଦେଶ୍ୟ, ଯଦିବା ଇସ୍ରାଏଲ ଲୋକେ ସଦାପ୍ରଭୁଙ୍କ ସହିତ ବିଶ୍ୱସ୍ତ ନ ଥିଲେ, କିନ୍ତୁ ଅବ୍ରହାମଙ୍କ ପ୍ରତି ସଦାପ୍ରଭୁଙ୍କର ବିଶ୍ଵସ୍ତତାକୁ ଉପସ୍ଥାପନ କରିବାକୁ, ସଦାପ୍ରଭୁ ଆପଣା ନିୟମ ପ୍ରତି ବିଶ୍ୱସ୍ତ ଅଛନ୍ତି ଏବଂ ସେ ବିଚାରକର୍ତ୍ତା କିମ୍ବା ଶାସକ ନୁହନ୍ତି ବୋଲି ଲୋକମାନଙ୍କୁ ସ୍ମରଣ କରାଇବା ଏହି ପୁସ୍ତକର ଉଦ୍ଦେଶ୍ୟ ଅଟେ। ଯଦି ପରମେଶ୍ୱର ପ୍ରତ୍ୟେକ ପିଢ଼ିରେ କୌଣସି ଏକ ବ୍ୟକ୍ତିକୁ ମନ୍ଦତା ସହ ଲଢ଼େଇ କରିବାକୁ ଉଠାନ୍ତି (ଆଦି. 3:15) ତେବେ ହୁଏତ, ବିଚାରକର୍ତ୍ତାମାନଙ୍କର ସଂଖ୍ୟା ପ୍ରତ୍ୟେକ ପିଢ଼ିର ସଂଖ୍ୟା ସହ ସମାନ ଅଟେ।

ବିଷୟବସ୍ତୁ

ଅବନତି ଏବଂ ଉଦ୍ଧାର

ରୂପରେଖା

1. ବିଚାରକର୍ତ୍ତାଙ୍କ ଅଧୀନରେ ଇସ୍ରାଏଲର ସ୍ଥିତି — 1:1-3:6

2. ଇସ୍ରାଏଲର ବିଚାରକର୍ତ୍ତାଗଣ — 3:7-16:31

3. ଇସ୍ରାଏଲର ପାପଗୁଡ଼ିକୁ ପ୍ରକାଶ କରୁଥିବା ଘଟଣାବଳୀ — 17:1-21:25

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.