Skip to content
BibleKenya

ହାଗୟ

Haggai

Introduction from this edition

ହାଗୟ ଭବିଷ୍ୟଦ୍‍ବକ୍ତାଙ୍କ ପୁସ୍ତକ

ଲେଖକ

ହାଗୟ 1:1 ପ୍ରକାଶ କରେ ହାଗୟ ପୁସ୍ତକର ଲେଖକ ହାଗୟ ଭବିଷ୍ୟଦ୍‍ବକ୍ତା ଅଟନ୍ତି। ହାଗୟ ଭବିଷ୍ୟଦ୍‍ବକ୍ତା ଆପଣା ଚାରୋଟି ବାର୍ତ୍ତାଗୁଡ଼ିକୁ ଯିରୂଶାଲମର ଯିହୁଦୀ ଲୋକମାନଙ୍କ ନିମନ୍ତେ ଲିପିବଦ୍ଧ କରନ୍ତି। ହାଗୟ 2:3 ରେ ଏହିପରି ପ୍ରତୀତ ହୁଏ ଯେ ଯେପରି ହାଗୟ ଭବିଷ୍ୟଦ୍‍ବକ୍ତା ମନ୍ଦିରର ବିନାଶ ଏବଂ ନିର୍ବାସନ ପୂର୍ବରୁ ଯିରୂଶାଲମ ଦେଖିଥିଲେ, ଏହାର ଅର୍ଥ, ସେ ଜଣେ ପ୍ରାଚୀନ ବ୍ୟକ୍ତି ଥିଲେ ଯିଏ ନିଜ ଦେଶର ଗୌରବକୁ ସ୍ମରଣ କରୁଥିଲେ, ସେ ଜଣେ ଏପରି ଭବିଷ୍ୟଦ୍‍ବକ୍ତା ଥିଲେ ଯିଏ ନିଜ ଲୋକମାନଙ୍କୁ ନିର୍ବାସନର ପାଉଁଶରୁ ଉଠି ଅନ୍ୟ ଦେଶଗୁଡ଼ିକ ଉପରେ ପରମେଶ୍ୱରଙ୍କ ଜ୍ୟୋତିଃ ଭାବରେ ସେମାନଙ୍କ ଯଥାର୍ଥ ସ୍ଥାନକୁ ଦାବି କରନ୍ତୁ ବୋଲି ଏକ ଆବେଗପୂର୍ଣ୍ଣ ଇଚ୍ଛାରେ ଅନୁପ୍ରାଣିତ ହେଇଥିଲେ।

ସମୟ ଓ ସ୍ଥାନ

ପ୍ରାୟ 520 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି।

ଏହା ନିର୍ବାସନ ପରବର୍ତ୍ତୀ ପୁସ୍ତକ ଅଟେ, ଅର୍ଥାତ୍‍ ବାବିଲର ବନ୍ଦୀତ୍ୱ (ନିର୍ବାସନ) ପରେ ଲିଖିତ ଅଟେ।

ପ୍ରାପକ

ଯେଉଁ ଲୋକମାନେ ଯିରୂଶାଲମରେ ବାସ କରୁଥିଲେ ଏବଂ ଯେଉଁମାନେ ନିର୍ବାସନରୁ ଫେରି ଆସିଥିଲେ।

ଉଦ୍ଦେଶ୍ୟ

ନିଜ ଦେଶକୁ ଫେରି ଆସିଥିବା ଅବଶେଷ ଲୋକମାନଙ୍କୁ ଦେଶରେ ମନ୍ଦିରକୁ ପୁନଃନିର୍ମାଣ ଏବଂ ଉପାସନା କରି ନିଜର ବିଶ୍ଵାସକୁ ପ୍ରକାଶ କରିବାକୁ ଏହି ପୁସ୍ତକ ଉତ୍ସାହିତ କରେ ଆହୁରି ମଧ୍ୟ ସେମାନଙ୍କୁ ସ୍ମରଣ କରାଏ ଯେ ଏପରି କରିବା ଦ୍ଵାରା ପରମେଶ୍ୱର ସେମାନଙ୍କୁ ଏବଂ ସେହି ଦେଶକୁ ଆଶୀର୍ବାଦ କରିବେ ଏବଂ ଫେରି ଆସିଥିବା ଅବଶେଷ ଲୋକମାନଙ୍କୁ ସେମାନଙ୍କ ବିଦ୍ରୋହାଚରଣ ସତ୍ତ୍ୱେ ପରମେଶ୍ୱର ସେମାନଙ୍କ ନିମନ୍ତେ ଭବିଷ୍ୟତରେ ଏକ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ରଖିଅଛନ୍ତି ବୋଲି ଉତ୍ସାହିତ କରିବା ଏହି ପୁସ୍ତକର ମୁଖ୍ୟ ଉଦ୍ଦେଶ୍ୟ ଅଟେ।

ବିଷୟବସ୍ତୁ

ମନ୍ଦିରର ପୁନଃନିର୍ମାଣ

ରୂପରେଖା

1. ମନ୍ଦିର ନିର୍ମାଣ ନିମନ୍ତେ ଆହ୍ୱାନ — 1:1-15

2. ପରମେଶ୍ୱରଙ୍କଠାରେ ସାହସ — 2:1-9

3. ପବିତ୍ର ଜୀବନ ନିମନ୍ତେ ଆହ୍ୱାନ — 2:10-19

4. ଭବିଷ୍ୟତରେ ଦୃଢ ବିଶ୍ୱାସ ନିମନ୍ତେ ଆହ୍ୱାନ — 2:20-23

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.