Skip to content
BibleKenya

ଦ୍ୱିତୀୟ ଶାମୁୟେଲ

2 Samuel

Introduction from this edition

ଶାମୁୟେଲଙ୍କ ଦ୍ୱିତୀୟ ପୁସ୍ତକ

ଲେଖକ

ଦ୍ୱିତୀୟ ଶାମୁୟେଲ ପୁସ୍ତକ, ଏହାର ଲେଖକଙ୍କର ପରିଚୟ ଦିଏ ନାହିଁ। ହୁଏତ, ଭବିଷ୍ୟଦ୍‍ବକ୍ତା ଶାମୁୟେଲ ଲେଖି ନ ଥିବେ କାରଣ ତାହାଙ୍କର ମୃତ୍ୟୁ ହୋଇଥିଲା। ମୂଳତଃ, ପ୍ରଥମ ଏବଂ ଦ୍ୱିତୀୟ ଶାମୁୟେଲ ଗୋଟିଏ ପୁସ୍ତକ ଥିଲା। ସେପ୍ଟୁଜେନ୍ଟର ଅନୁବାଦକମାନେ ଏହି ପୁସ୍ତକକୁ ଦୁଇଟି ପୁସ୍ତକରେ ଅଲଗା କଲେ। ଏହି ସମୟରୁ ପ୍ରଥମ ପୁସ୍ତକ ଶାଉଲଙ୍କର ମୃତ୍ୟୁ ସହ ସମାପ୍ତ ହୁଏ ଏବଂ ଦ୍ୱିତୀୟ ପୁସ୍ତକ ଦାଉଦଙ୍କର ରାଜତ୍ୱ ସହ ଆରମ୍ଭ ହୁଏ ଯଥା, ସେ କିପରି ଯିହୁଦା ରାଜ୍ୟର ରାଜା ହେଲେ ଏବଂ ପରବର୍ତ୍ତୀ ସମୟରେ ସେ ସମଗ୍ର ଇସ୍ରାଏଲ ରାଜା ହେଲେ।

ସମୟ ଓ ସ୍ଥାନ

ପ୍ରାୟ 1050-722 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି।

ଏହି ପୁସ୍ତକଟି ବାବିଲୀୟ ନିର୍ବାସନ ସମୟରେ ଦ୍ୱିତୀୟ ବିବରଣୀୟ ଇତିହାସର ଅଂଶ ଭାବରେ ଲେଖାଯାଇଅଛି।

ପ୍ରାପକ

ଏହି ପୁସ୍ତକର ମୂଳ ପ୍ରାପକ ଇସ୍ରାଏଲ ଲୋକ ଯେଉଁମାନେ ଦାଉଦ ଓ ଶଲୋମନଙ୍କ କ୍ରମାଗତ ପିଢ଼ି ଗୁଡ଼ିକର ରାଜତ୍ୱ ସମୟରେ ବାସ କରୁଥିଲେ।

ଉଦ୍ଦେଶ୍ୟ

ଦ୍ୱିତୀୟ ଶାମୁୟେଲ ଦାଉଦ ରାଜାଙ୍କ ରାଜତ୍ୱ ବିଷୟରେ ଲିପିବଦ୍ଧ କରେ। ଏହି ପୁସ୍ତକ ଦାଉଦଙ୍କ ପ୍ରତିଜ୍ଞାକୁ ଏହାର ଐତିହାସିକ ପୃଷ୍ଠଭୂମିରେ ଉପସ୍ଥାପନ କରେ। ଦାଉଦ ଯିରୂଶାଲମକୁ ଇସ୍ରାଏଲର ରାଜନୈତିକ ଓ ଧାର୍ମିକ କେନ୍ଦ୍ର କରନ୍ତି (ଦ୍ଵି.ଶା. 5:6-12; 6:1-17)। ଉଭୟ ଯିହୋବାଃଙ୍କ ବାକ୍ୟ (ଦ୍ଵି.ଶା. 7:4-16) ଏବଂ ଦାଉଦଙ୍କର ବାକ୍ୟ (ଦ୍ଵି.ଶା. 23:1-7) ପରମେଶ୍ୱର ଦତ୍ତ ରାଜ୍ୟ ଉପରେ ଗୁରୁତ୍ଵ ଦିଏ। ଏବଂ ଖ୍ରୀଷ୍ଟଙ୍କର ସହସ୍ର ବର୍ଷର ପ୍ରଭୁତ୍ଵର ଭବିଷ୍ୟଦ୍‍ବାଣୀକୁ ସୂଚାଏ।

ବିଷୟବସ୍ତୁ

ଏକତ୍ରୀକରଣ

ରୂପରେଖା

1. ଦାଉଦଙ୍କ ରାଜ୍ୟର ଉତ୍ଥାନ — 1:1-10:19

2. ଦାଉଦଙ୍କ ରାଜ୍ୟର ପତନ — 11:1-20:26

3. ପରିଶିଷ୍ଟ — 21:1-24:25

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.