ସତିଅର୍ ବାଟ୍
ମାତିଉ 28
ଜିସୁ ମରିକରି ଆରିତରେକ୍ ଉଟ୍ବାଟା
(ମାର୍କ ୧୬:୧-୧୦; ଲୁକ୍ ୨୪:୧-୧୨; ଜଅନ୍ ୨୦:୧-୧୦)
ବିସ୍ରାମ୍ବାରର୍ ଆର୍କର୍ ଦିନେ, ରଇବାର୍ ସାକାଲେ ମଗ୍ଦଲିନି ମରିୟମ୍ ଆରି ବିନ୍ ମରିୟମ୍ ଜିସୁକେ ସଙ୍ଗଇରଇବା କବର୍ ଦେକ୍ବାର୍ ଗାଲାଇ । ସେଡ୍କିବେଲେ ଅଟାତ୍ ଦର୍ତନି ଚୁଲ୍ବୁଲିଗାଲା । ଏଦେ ଦେକା ! ମାପ୍ରୁର୍ ଗଟେକ୍ ସରଗ୍ ଦୁତ୍ ଉତ୍ରି ଆସି, କବର୍ ମୁଆଟେ ଡାବିରଇଲା ପାକ୍ନା ଡୁଲ୍ଗୁଡାଇଦେଇ ତାର୍ ଉପ୍ରେ ବସି ରଇଲା । ତାର୍ ଗୁଲାଇ ଗାଗଡ୍ ବିଜ୍ଲି ପାରା ଜଟକ୍ତେରଇଲା ଆରି ସେ ପିନ୍ଦିରଇବାଟା ବରପ୍ ପାରା ଚିଟ୍ ଦବ୍ ରଇଲା । ଜାଗୁଆଲ୍ମନ୍ ଦୁତ୍କେ ଦେକି ଡରି ତର୍ତରି ଗାଲାଇ ଆରି ମଲା ଲକର୍ପାରା ଅଇଗାଲାଇ । ସରଗର୍ ଦୁତ୍ ମାଇଜିମନ୍କେ କଇଲା, “ଡରା ନାଇ । ମୁଇ ଜାନି, ତମେ କୁର୍ସେ ମରିରଇବା ଜିସୁକେ ଦେକ୍ବାର୍ ଆସିଆଚାସ୍ । ସେ ଇତି ନାଇ । ସେ କଇଲା ଇସାବେ ଆରି ତରେକ୍ ଉଟି ଆଚେ । ଆସି ଦେକା, ଇତି ତାର୍ ମଲା ଗାଗଡ୍ ସଙ୍ଗଇରଇଲାଇ ।”
“ତମେ ଦାପ୍ରେ ଜାଇ ତାର୍ ସିସ୍ମନ୍କେ କୁଆ, ସେ ଆରି ତରେକ୍ ଜିବନ୍ ଅଇଆଚେ ଆରି ତମର୍ ଆଗେ ଆଗେ ଗାଲିଲି ଗାଲା ଆଚେ । ତମେ ତେଇ ତାକେ ଦେକ୍ସା । ମୁଇ ଜାଇଟା କଇଲି ମନେ ରକିରୁଆ ।”
ଏ କାତାସୁନି ସେମନ୍ ଦାପ୍ରେ କବର୍ଦେଲା ଟାନେଅନି ସିସ୍ମନର୍ ଲଗେ ପାଲାଇଲାଇ । ଡରିକରି ରଇଲେ ମିସା, ତାକର୍ ମନେ ବେସି ସାର୍ଦା ଜାନିପାର୍ତେ ରଇଲାଇ ।
ସେଦାପ୍ରେ ଜିସୁ ସେମନ୍କେ ବେଟ୍ଅଇ କଇଲା, “ତମ୍କେ ସାନ୍ତି ମିଲ !” ସେମନ୍ ଜିସୁର୍ ଲଗେ ଜାଇ ତାର୍ ପାଦ୍ ଦାରି ଜୁଆର୍ କଲାଇ । ଜିସୁ ସେମନ୍କେ କଇଲା, “ଡରା ନାଇ । ମର୍ ବାଇମନ୍କେ କୁଆ, ସେମନ୍ ଗାଲିଲି ଆସତ୍ । ତେଇ ସେମନ୍ ମକେ ଦେକ୍ବାଇ ।”
ଜାଗୁଆଲ୍ମନ୍ ଜାନାଇବାଟା
ମାଇଜିମନ୍ ତେଇଅନି ଇଣ୍ଡିଜାଇତେ ରଇଲାଇ । ଜିବାବେଲେ ଜିସୁକେ କବର୍ ଦେଇ ରଇବାଟାନେ ଜାଗି ରଇଲା କେତେଟା ସନିଅମନ୍ ନଅରେ ବାଉଡି ଗାଲାଇ । ଜାଇକରି ମୁକିଅ ପୁଜାରିମନ୍କେ ଏ ସବୁ ଅଇଲାଟା ଜାନାଇଲାଇ । ମୁକିଅ ପୁଜାରିମନ୍ ପାର୍ଚିନ୍ମନର୍ ସଙ୍ଗ୍ ମିସି କୁଟ୍ ପାଁଚ୍ଲାଇ । ସେମନ୍ ସନିଅମନ୍କେ ବେସି ଡାବୁ ଲାଁଚ୍ଦେଇ କଇଲାଇ, ତମେ କୁଆ “ଆମେ ରାତିଆ ସଇଦେଇ ରଇଲା ବେଲେ ତାର୍ ସିସ୍ମନ୍ ଆସି ତାର୍ ମଲା ଗାଗଡ୍ ଚରାଇ ଦାରିଗାଲାଇ । ଜଦି ସାସନ୍କାରିଆ ଏ କାତା ନ ସୁନ୍ସି, ବଇଲେ ତମର୍ ଦସ୍ ନାଇ ବଲି ଆମେ ବୁଜାଇ ଦେବୁ । ଏ ବିସଇନେଇ ତମେ ଦାନ୍ଦା ଉଆନାଇ ।”
ସନିଅମନ୍ ଡାବୁ ନେଇକରି, ସେମନ୍କେ କଇରଇଲା ଇସାବେ କାମ୍ କଲାଇ । ସେମନ୍ ସେବେଲେ ଜେନ୍ତି କଇରଇଲାଇ, ଜିଉଦିମନ୍ ଆଜିକେ ଜାକ ସେ କାତା ଜାନାଇଲାଇନି ।
ଜିସୁ ସିସ୍ମନ୍କେ ଦେକାଇ ଅଇଲା ।
(ମାର୍କ ୧୬:୧୪-୧୮; ଲୁକ୍ ୨୪:୩୬-୩୯; ଜଅନ୍ ୨୦:୧୯-୨୩; ପେରିତ୍ ୧:୬-୮)
ଜିସୁ କଇବା ଇସାବେ ତାର୍ ଏଗାର୍ଟା ସିସ୍ମନ୍ ଗାଲିଲିର୍ ଗଟେକ୍ ଡଙ୍ଗର୍ ଉପ୍ରେ ଗାଲାଇ । ଜିସୁକେ ଡଙ୍ଗର୍ ଉପ୍ରେ ଦେକି ସେମନ୍ ତାକେ ଜୁଆର୍ କଲାଇ । କେତେ ଲକ୍ ବିସ୍ବାସ୍ କରତ୍ ନାଇ । ଜିସୁ ସେମନର୍ ଲଗେ ଜାଇ କଇଲା, “ସରଗ୍ ଆରି ମଚ୍ପୁରର୍ ସବୁ ଅଦିକାର୍ ମକେ ଦିଆଅଇଲା ଆଚେ । 2ତେବେ ତମେ ଦେସ୍ମନ୍କେ ରଇବା ସବୁ ବାସାର୍ ଲକ୍ମନର୍ ଲଗେ ଜାଇ, ସେମନ୍କେ ମର୍ ସିସ୍ କରାଆ । ବାବା, ପଅ ଆରି ସୁକଲ୍ ଆତ୍ମାର୍ ନାଉଁଦାରି ସେମନ୍କେ ଡୁବନ୍ ଦିଆସ୍ । ଆରି ମୁଇ ଜନ୍ ସବୁ ସିକିଆ ଦେଇଆଚି, ସେଟା ମାନା ବଲି ସିକାଆ । ଆରି ମନେ ରଅ, କାଲ୍ କାଲ୍ ଜୁଗ୍ ଜୁଗ୍ ମୁଇ ସବୁବେଲେ ତମର୍ ସଙ୍ଗ୍ ରଇବି ।”
Source notes (2)
- Cross-reference ମାତିଉ ୨୬:୩୨; ମାର୍କ ୧୪:୨୮
- Cross-reference ପେରିତ୍ ୧:୮
ସତିଅର୍ ବାଟ୍. Copyright © 2020 The Word for the World International. Licensed under CC BY 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY 4.0 · SourceEdition imported 2026-10-25.