ସତିଅର୍ ବାଟ୍
ମାତିଉ 1
ଜିସୁର୍ ଆନିଦାଦିମନର୍ ନାଉଁ ତାଲିକା
(ଲୁକ୍ ୩:୨୩-୩୮)
ଏଟା ଅଇଲାନି ଜିସୁକିରିସ୍ଟର୍ ଆନିଦାଦିମନର୍ ନାଉଁ ତାଲିକା । ସେ ଦାଉଦ୍ ବଁସର୍ ରଇଲା ଆରି ଦାଉଦ୍ ଅବ୍ରାଆମ୍ ବଁସର୍ ରଇଲା ।
ଅବ୍ରାଅମର୍ ପଅ ଇସାକ୍, ଇସାକର୍ ପଅ ଜାକୁବ୍, ଜାକୁବର୍ ପଅ ଜିଉଦା ଆରି ତାର୍ ବାଇମନ୍ । ଜିଉଦା ପେରସ୍ ଆରି ଜେରଅର୍ ବାବା ରଇଲା, ତାକର୍ ମାଆ ଅଇଲାନି ତାମର୍ । ପେରସର୍ ପଅ ଏସ୍ରନ୍ । ଏସ୍ରନର୍ ପଅ ଆରାମ୍, ଆରାମର୍ ପଅ ଅମିନାଦବ୍ ଅମିନାଦବର୍ ପଅ ନଅସନ୍, ନଅସନର୍ ପିଲା ସଲ୍ମନ୍ ସଲ୍ମନର୍ ପଅର୍ ନାଉଁ ବୟଜ୍, ବୟଜର୍ ମାଆ ରାଅବ୍ । ବୟଜର୍ ପଅର୍ ନାଉଁ ଅବେଦ୍ ଆରି ଅବେଦର୍ ମାଆର୍ ନାଉଁ ରୁତ୍ । ଅବେଦର୍ ପଅ ଜସୟ,
ଦାଉଦ୍ ରାଜାର୍ ସାସନ୍ ବେଲେ ଅନି ଜେଡେବଲ୍ ଇସ୍ରାଏଲ୍ ଲକ୍ମନ୍କେ ବାବିଲନ୍ ଦେସେ ବାନ୍ଦି ନେଇରଇଲା ଜାକ ସେତ୍କି ଆନିଦାଦିମନର୍ ତାଲିକା ଆଚେ । ଜସୟର୍ ପଅ ଦାଉଦ୍ ରାଜା । ଉରିୟର୍ ମାଇଜିର୍ ପେଟେ ଅନି ସଲ୍ମନ୍କେ ଜନମ୍ ଦେଲା, ସଲମନର୍ ପଅ ରିଅବିୟାମ୍ ରିଅବିୟାମର୍ ପଅ ଅବିୟ । ଅବିୟର୍ ପଅ ଆସା, ଆସାର୍ ପଅ ଜିଅସାପଟ୍, ଜିଅସାପଟର୍ ପଅ ଜରାମ୍, ଜରାମର୍ ପଅ ଉଜିୟ । ଉଜିୟର୍ ପଅ ଜତାମ୍, ଜତାମର୍ ପଅ ଆଅସ୍, ଆଅସର୍ ପଅ ଇଜକିୟ । ଇଜକିୟର୍ ପଅ ମନସେଅ, ମନସେଅର୍ ପଅ ଆମନ୍, ଆମନର୍ ପଅ ଜସିୟ । ଜସିୟ ବାବିଲନ୍ ନଅରେ ବାସା ଅଇରଇଲା ବେଲେ, ଜିକନିୟ ଆରି ତାର୍ ବାଇମନ୍ ଜନମ୍ ଅଇଲାଇ ।
ବାବିଲନେ ବନ୍ଦିଅଇ ସାର୍ଲା ପଚେଅନି ଜିସୁର୍ ଜନମ୍ ଜାକ ଏତ୍କି ଆନିଦାଦିମନର୍ ତାଲିକା ଆଚେ । ଜିକନିୟ ବାବିଲନେ ବାସାଅଇରଇଲା ବେଲେ, ସଲ୍ଟିଏଲ୍ ଜନମ୍ ଅଇଲା, ସଲ୍ଟିଏଲର୍ ପଅ ଜିରୁବାବେଲ୍, ଜିରୁବାବେଲର୍ ପଅ ଅବିଉଦ୍, ଅବିଉଦର୍ ପଅ ଏଲିୟାକିମ୍, ଏଲିୟାକିମର୍ ପଅ ଅଜୁର୍ । ଅଜୁର୍ ପଅ ସାଦକ୍, ସାଦକର୍ ପଅ ଆକିମ୍, ଜାକିନର୍ ପଅ ଏଲିଉଦ୍, ଏଲିଉଦର୍ ପଅ ଏଲାଜାର୍, ଏଲାଜାରର୍ ପଅ ମତ୍ତାନ୍ । ମତ୍ତାନର୍ ପଅ ଜାକୁବ୍, ଜାକୁବର୍ ପଅ ଜସେପ୍ । ଏ ଜସେପ୍ ମରିୟମ୍କେ ବିବା ଅଇରଇଲା । ମରିୟମର୍ ପେଟେଅନି ଜିସୁ ଜନମ୍ ଅଇରଇଲା । ଜିସୁ କିରିସ୍ଟକେ ମସିଅ ବଲି ମିସା ନାଉଁ ଆଚେ ।
ଏନ୍ତାରି ଅବ୍ରାଆମର୍ତେଇ ଅନି ଦାଉଦ୍ ରାଜାର୍ ଜାକ ଚଉଦ ଉତାର୍, ଦାଉଦର୍ତେଇ ଅନି ବାବିଲନ୍ ବନ୍ଦିରଇଲା ଜାକ ଚଉଦ ଉତାର୍, ଆରି ବାବିଲନେ ବନ୍ଦିଅଇରଇଲା ବେଲେଅନି ଜିସୁକିରିସ୍ଟର୍ ଜନମ୍ ଜାକ ଚଉଦ ଉତାର୍ ।
ଜିସୁର୍ ଜନମ୍ ବିସଇ
(ଲୁକ୍ ୨:୧-୭)
ଏଟା ଅଇଲାନି ଜିସୁ କିରିସ୍ଟର୍ ଜନମ୍ ବିସଇ । ଜିସୁର୍ ମା ମରିୟମର୍ ସଙ୍ଗ୍ ଜସେପ୍ ନାଉଁର୍ ଗଟେକ୍ ଦାଙ୍ଗ୍ଡାର୍ ପାଇ ବିବା ମାଙ୍ଗ୍ନି ଅଇରଇଲା । ମାତର୍ ସେମନର୍ ବିବା ନ ଅଇତେ ସୁକଲ୍ ଆତ୍ମାଇ ଅନି ଗାଗ୍ଡେ ଅଇରଇବାଟା ମରିୟମ୍ ଜାନିପାର୍ଲା । ଜସେପ୍ ଗଟେକ୍ ଦରମ୍ ଲକ୍ ରଇଲା ଆରି ସବୁବେଲେ ସତ୍ କାମ୍ କର୍ତେରଇଲା । ଆରି ମରିୟମ୍କେ ଲକ୍ମନର୍ ଟାନେ ନିନ୍ଦା କାତା ସୁନାଇବାକେ ମନ୍ ନ କର୍ତେ ରଇଲା । ସେଟାର୍ପାଇ କେ ନାଜାନ୍ତେ ତାର୍ ବିବା ମାଙ୍ଗ୍ନି ପିଟାଇଦେବାକେ ଉପାଇ ପାଁଚ୍ତେ ରଇଲା । ସେ ଏନ୍ତି ଉପାଇ ପାଁଚ୍ଲା ବେଲେ, ଜସେପ୍କେ ଗଟେକ୍ ପର୍ମେସରର୍ ଦୁତ୍ ସପ୍ନେ ଦେକାଇ ଅଇ କଇଲା, ଏ ଦାଉଦର୍ ନାତିର୍ ତିତି ଜସେପ୍, ଡର୍ନାଇ । ମରିୟମ୍କେ ମାଇଜି କରି ସଙ୍ଗଅ । କାଇକେବଇଲେ ସୁକଲ୍ ଆତ୍ମାଇ ଅନି ସେ ଗାଗ୍ଡେ ଅଇଲାଆଚେ । 2
ତାର୍ଟାନେଅନି ଗଟେକ୍ ପିଲା ଜନମ୍ ଅଇସି, ତମେ ତାକେ ଜିସୁ ବଲି ନାଉଁ ଦିଆସ୍, କାଇକେବଇଲେ ସେ ତାର୍ ଲକ୍ମନ୍କେ ସେମନର୍ ପାପେଅନି ଉଦାର୍ କର୍ସି ।
ଆଇବା ଦିନ୍ମନ୍କେ କାଇଟା ଅଇସି ବଲି, ପର୍ମେସର୍ ଗଟେକ୍ ବବିସତ୍ବକ୍ତାକେ ପାଟାଇ ଜନ୍ କାତା ସୁନାଇରଇଲା, ସେଟା ପୁରାପୁରୁନ୍ ଅଇବାକେ ଏ ସବୁ ଅଇଲା । ଗଟେକ୍ ଦାଙ୍ଗ୍ଡି ଗାଗ୍ଡେ ଅଇ ପିଲା ଜନମ୍ କର୍ସି, ଆରି ସେ ପିଲା ଲକ୍ମନର୍ ଟାନେ ଇମାନୁଏଲ୍ ବଲି ନାମାଇ ଅଇସି, ଏ ନାଉଁର୍ ଅରତ୍ ଅଇଲାନି, ପର୍ମେସର୍ ଆମର୍ ସଙ୍ଗ୍ ଆଚେ ।
ଜସେପ୍ ସଇଲା ଟାନେଅନି ଉଟି, ପର୍ମେସରର୍ ଦୁତ୍ ଜେନ୍ତି କଇରଇଲା, ସେନ୍ତି କଲା । ମରିୟମ୍କେ ବିବା ଅଇଲା । 3ମାତର୍ ସେ ପିଲା ଜନମ୍ ନ ଅଇବା ଜାକ ମରିୟମ୍ ସଙ୍ଗ୍ ସୁଆବସା କରେନାଇ । ଜସେପ୍ ସେ ପିଲାକେ ଜିସୁ ବଲି ନାଉଁ ଦେଲା ।
Source notes (3)
- Cross-reference ଲୁକ୍ ୧:୨୭
- Cross-reference ଲୁକ୍ ୧:୩୧
- Cross-reference ଲୁକ୍ ୨:୨୧
ସତିଅର୍ ବାଟ୍. Copyright © 2020 The Word for the World International. Licensed under CC BY 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY 4.0 · SourceEdition imported 2026-10-25.