ସତିଅର୍ ବାଟ୍
ଜାକୁବ 1
ମୁଇ ଜାକୁବ ମାପ୍ରୁ ଜିସୁକିରିସ୍ଟ ଆରି ବାବା ପର୍ମେସରର୍ ଗଟେକ୍ ଗତିଦାଙ୍ଗ୍ଡା ।
ଗୁଲାଇ ଜଗତେ ଚିନ୍ଚତର୍ ଅଇଜାଇରଇବା ପର୍ମେସରର୍ ବାର୍ଟା କୁଟୁମର୍ ଲକ୍ମନ୍କେ ମୁଇ ଜୁଆର୍ ଜାନାଇକରି ଏ ଚିଟି ଲେକ୍ଲିନି ।
ବିସ୍ବାସ୍ ଆରି ଗିଆନ୍
ଏ ମର୍ ବାଇବଇନିମନ୍ ଜିବନ୍ ବିତାଇଲାବେଲେ ତମର୍ ବିସ୍ବାସ୍ ଡାଁଟ୍ ଆଚେ କି ନାଇ ବଲି, ଜେତ୍କି ଦୁକ୍ କସ୍ଟର୍ ପରିକା ଆଇଲେ, ଏଟା ଗଟେକ୍ ନିକ କରମର୍ ବିସଇ ବଲି ଏତାଆ । କାଇକେବଇଲେ, ଏନ୍ତାରି ଦୁକ୍ କସ୍ଟ ଆଇଲେ ତମର୍ ବିସ୍ବାସ୍ ପରିକାକରି ଡାଁଟ୍ ଆଚେବଲି ଦେକାଇସି । ଆରି ମୁରଚ୍ବାଟା ଅଦିକ୍ ଅଦିକ୍ ଅଇସି ବଲି ତମେ ଜାନିଆଚାସ୍ । ତମେ ସାରାସାରିଜାକ ମୁର୍ଚିକରି ରଇଲେ, କାଇ ବିସଇଟାନେ ମିସା ଉନା ନ ଅଇକରି ପୁରାପୁରୁନ୍ ସିଦ୍ ଅଇସା । ମାତର୍ ତମର୍ ବିତ୍ରେ ଜଦି କାକେ ଗିଆନ୍ ଉନା ରଇ, ଗିଆନ୍ ପାଇବାର୍ଆଲେ ପର୍ମେସର୍କେ ମାଙ୍ଗା । ସେ ତାର୍ ଆତ୍ ମେଲାକରି, ଦସ୍ ନ ଦାରି ସବୁକେ ଦାନ୍ କର୍ସି । ମାତର୍ ସେ ଅଇସି କି ନ ଅଏ ବଲିକରି ନ ବାବି, ବିସ୍ବାସର୍ ସଙ୍ଗ୍ ପାର୍ତନା କର୍ବାର୍ଆଚେ । କାଇକେ ବଇଲେ ଜେ ଅଇସି କି ନ ଅଏ ବଲିକରି ବାବ୍ସି, ସେ ପବନ୍ସଙ୍ଗ୍ ଇଣ୍ଡ୍ତେ ରଇବା ସମ୍ଦୁରର୍ ଉଲ୍କା ପାନି ପାରା ଗଟେକ୍ ଲକ୍ । ସେ ରକାମ୍ ଲକ୍ ମାପ୍ରୁର୍ ଟାନେଅନି କାଇଟା ଆଲେ ପାଇବି ବଲିକରି ଆସା ନ କର । ସେ ତା, ଦୁଇମନିଆ ଲକ୍, ସେ କର୍ବା ସବୁ କାମ୍ଟାନେ ତବିର୍ ନ ରଏ ।
ସାଉକାର୍ ଆରି ଅର୍କିତ୍
ଗଟେକ୍ କାକୁର୍ତି ଅଇ ରଇବା ବିସ୍ବାସି ବାଇକେ ପର୍ମେସର୍ ସାଉକାର୍ କଲେ ସେ ସାର୍ଦା ଅ । ସେନ୍ତାରିସେ ଗଟେକ୍ ସାଉକାର୍ ବିସ୍ବାସିକେ ସେ ଅର୍କିତ୍ କଲେ, ସେ ମିସା ସାର୍ଦା ଅ । କାଇକେବଇଲେ ସାଉକାର୍ ଲକ୍ ପଦାର୍ ଗାଁସର୍ ପୁଲ୍ ପାରା ଜାଉଁଲି ଜାଇସି । ଜେନ୍ତି କି ବେଲ୍ ଉଦିକରି ବେସି ତାତିକଲେ ଗାଁସ୍ ସୁକିଜାଇସି, ତାର୍ ପୁଲ୍ ଜଡିଜାଇସି ଆରି ତାର୍ ବାନିମୁର୍ତି ନସି ଜାଇସି । ସେନ୍ତାରିସେ, ସାଉକାର୍ ଲକ୍ମନ୍ କାମ୍ କରି କରି ମରିଜିବାଇ ।
ପରିକା ଆରି ଦୁକ୍କସ୍ଟ
ଜନ୍ ଲକ୍ମନ୍ ପରିକା ଆଇଲେ ମିସା ମୁର୍ଚି କରି ରଇବାଇ, ସେମନ୍ କେଡେକ୍ ନିକ କରମର୍ ଲକ୍ । କାଇକେବଇଲେ ସେ ସବୁ ପରିକାଇ ସେମନ୍ ଡାଁଟ୍ ସଙ୍ଗ୍ ଟିଆଅଇଲାପଚେ, ପୁରୁସ୍କାର୍ ପାଇବାଇ । ପର୍ମେସର୍ ତାର୍ ନିଜର୍ ଲକ୍ମନ୍କେ ଜନ୍ ଜିବନର୍ ମୁକୁଟ୍ ଦେବାକେ ସପତ୍ କଲାଆଚେ, ସେମନ୍ ସେଟା ପୁରୁସ୍କାର୍ ଇସାବେ ମିଲାଇବାଇ । କାକେ ମିସା ଦୁକ୍କସ୍ଟ ପାଇବା ପରିକା ଆଇଲେ, ଏ ପରିକା ପର୍ମେସର୍ ପାଟାଇଆଚେ ବଲିକରି କଇବାର୍ ନାଇ । କାଇକେବଇଲେ ପର୍ମେସର୍କେ କେ ମିସା ପରିକାକରି ନାପାରେ । ଆରି ସେ ନିଜେ କାକେ ପରିକା ନ କରେ । ମାତର୍ ଗଟେକ୍ ଲକର୍ କରାପ୍ ଗୁନ୍ଚଲନ୍ ତାକେ ପରିକା କରାଇ ଅଇବାକେ ଡାକିନେଇସି । ତାର୍ପଚେ ତାର୍ କାରାପ୍ ଗୁନ୍ଚଲନେଅନି ପାପ୍ ବାରଇସି । ଆରି ପାପ୍ ଅଦିକ୍ ଅଦିକ୍ ବଡିଜାଇକରି ମରନ୍ ଆଇସି ।
ଏ ମର୍ ଆଲାଦର୍ ବାଇବଇନିମନ୍, ତମେ ନାଡାଇଉଆ ନାଇ । ସବୁ ନିକ ଆରି ସିଦ୍ ରଇବା ଦାନ୍ ପର୍ମେସର୍ ଦେଲା ଆଚେ । ବାଦ୍ଲେ ଉଜଲ୍ ଅଇବା ସବୁଜାକ ସେ ତିଆର୍କଲା ଆଚେ । ସେଟାମନ୍ ବାଦ୍ଲେ ବୁଲ୍ବାବେଲେ ବାଦଲ୍ସି ଆରି ଚାଇଁ ଏନେତେନେ ଅଇସି । ମାତର୍ ପର୍ମେସର୍ ଅଲପ୍ ମିସା ସେନ୍ତାରି ନ କରେ । ତାର୍ ସତ୍ ବାକିଅ ଆମ୍କେ ଜାନାଇକରି ତାର୍ତେଇଅନି ଆମ୍କେ ଜିବନ୍ ଦେବାକେ ସେ ମନ୍ କଲା । ଜେତ୍କି ସବୁ ବିସଇ ସେ ତିଆର୍କଲା ମିସା ଆମେ ଅବ୍କା ତାର୍ପାଇସେ ଅଇବାକେ ସେ ମନ୍ କଲା ।
ସୁନ୍ବାଟା ଆରି କାମ୍ କର୍ବାଟା
ଏ ମର୍ ଆଲାଦର୍ ବାଇବଇନିମନ୍, ମନେ ରକିରୁଆ । ତମେ ଆଗ୍ତୁ ନିକକରି ସୁନା । ମାତର୍ ବାବିଚିନ୍ତିକରି କାତା କୁଆ । ଦାପ୍ରେ ରିସା ଉଆନାଇ । କାଇକେବଇଲେ ମୁନୁସର୍ ରିସାର୍ ଲାଗି ପର୍ମେସର୍ ସୁକଲ୍ସଙ୍ଗ୍ ଜଜ୍ନା କଲାଟା ନସିଜାଇସି । ସେଟାର୍ ପାଇ ତମର୍ ଚଲାଚଲ୍ତି ଟାନେଅନି ବାରଇବା ସବୁ ରକାମର୍ କାରାପ୍ ଅବିଆସ୍ ଚାଡିଦିଆସ୍ । ପର୍ମେସର୍କେ ନିଜର୍ ମନ୍ ସର୍ପି ଦିଆସ୍ । ତମର୍ ମନ୍ ବିତ୍ରେ ସେ ଜନ୍ ବାକିଅ ରପିଆଚେ ସେଟାକେ ଦିଆନ୍ ଦିଆ । ସେ ବାକିଅ ତମ୍କେ ରକିଆ କର୍ସି ।
ବାକିଅ ଜନ୍ଟା କରା ବଲି କଇଲାନି, ସେଟା କରା । ଅବ୍କା ସୁନିକରି ରଇବା ଲକ୍ମନର୍ପାରା ଉଆ ନାଇ । ଏନ୍ତାରିକଲେ ତମେ ନିଜେ ନାଡାଇ ଅଇଲାସ୍ନି । ଜନ୍ଲକ୍ ପର୍ମେସରର୍ ବାକିଅ ଅବ୍କା ସୁନ୍ସି, ମାତର୍ ତେଇର୍ କାତା ନ ନାମେ, ସେ ତାର୍ ମୁଏ ରଇବା ଆର୍ଲା, ଦର୍ପନେ ଦେକ୍ବା ଲକ୍ ପାରା । ସେ ନିକ କରି ନିଜର୍ ଚାଁଇ ଦେକି ଅଇତେରଇସି । ମାତର୍ ତେଇଅନି ଉଟିଗାଲା ପଚେ ତାର୍ ବାନିମୁର୍ତି ପାସ୍ରି ଜାଇସି । ମାତର୍ ମୁନୁସର୍ ମୁକ୍ତି ପାଇ ଗଟେକ୍ ପୁରାପୁରୁନ୍ ନିୟମ୍ ଆଚେ । ଜେ ସେ କାତା ସୁନିକରି ନ ପାସ୍ରେ, ଆରି ତାର୍ଲାଗି ସବୁ ମନ୍ପରାନ୍ ଦେଇକରି ନିଜର୍ ଜିବନ୍ତେଇ ମାନିକରି ରଇସି ବଇଲେ ପର୍ମେସର୍ ତାର୍ କରିରଇବା ସବୁ କାମ୍ ମଙ୍ଗଲ୍ କର୍ସି ।
କେ ଜଦି ମୁଇ ନିଜେ ଗଟେକ୍ ଦରମ୍ ଲକ୍ ବଲି ବାବ୍ଲାନି, ସେ ଜଦି ତାର୍ ନିଜର୍ ଜିବ୍ ଜାଗର୍ତା କରେ ନାଇ, ସେ ନିଜେ ଆକା ନାଡାଇ ଅଇଲାନି । ତାର୍ ରିତିନିତି କର୍ବାଟା ଚୁଚାଆଇସେ । ପର୍ମେସର୍ ଦେକ୍ବା ଇସାବେ ଜନ୍ ରିତିନିତି ସତ୍ ଆରି ନିକ, ସେଟା ଅଇଲାନି ଦୁକେ ରଇବା ଟୁରାଟୁରି ପିଲାମନ୍ ଆରି ରାଣ୍ଡିଜୁଣ୍ଡିମନର୍ ଜତନ୍ କର୍ବାଟା । ପଚେ ଜଗତର୍ ଜଞ୍ଜାଲେଅନି ମୁକଲ୍ବାଟା, ଜେନ୍ତାରିକି ସେ ସବୁ ତାକେ ନ ନସାଏ ।
Source notes (1)
- Cross-reference ମାତିଉ ୧୩:୫୫; ମାର୍କ ୬:୩; ପେରିତ୍ ୧୫:୧୩; ଗାଲାତିୟ ୧:୧୯
ସତିଅର୍ ବାଟ୍. Copyright © 2020 The Word for the World International. Licensed under CC BY 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY 4.0 · SourceEdition imported 2026-10-25.