ସତିଅର୍ ବାଟ୍
୨ ୟ ପିତର୍ 1
ପିତର୍ ଦୁଇପାଲି ଚିଟି ଲେକ୍ବାଟା
ମୁଇ ସିମନ୍ ପିତର୍, ଜିସୁକିରିସ୍ଟର୍ ଗଟେକ୍ ଗତିଦାଙ୍ଗ୍ଡା ଆରି ପେରିତ୍ ଅଇଆଚି ।
ଆମେ ଜେନ୍ତି ଜିସୁକିରିସ୍ଟକେ ବିସ୍ବାସ୍ କରିଆଚୁ, ସେନ୍ତାରି ବିସ୍ବାସ୍ କର୍ବା ଲକ୍ମନ୍କେ ଏ ଚିଟି ଲେକ୍ଲିନି । ସେ ଆମର୍ ପର୍ମେସର୍ ଆରି ମୁକ୍ତିକାରିଆ । ତାକେ ବିସ୍ବାସ୍ କର୍ବାକେ ସେ ଆକା ଆମ୍କେ ବପୁଦେଲାଆଚେ । ସେ କର୍ବା ସବୁ କାମ୍ ଟିକ୍ ଆରି କାଇ ଅନିଆଇ ନାଇ ।
। ପର୍ମେସର୍କେ ଆରି ଆମର୍ ମାପ୍ରୁ ଜିସୁକିରିସ୍ଟକେ ତମେ ଜାନ୍ଲାର୍ ପାଇ ତାର୍ ସାନ୍ତି ଆରି ସେ ଜିବନ୍ ଦୁକାଇ ଦୟା କଲାଟା ତମ୍କେ ମିଲ ।
ପର୍ମେସର୍ ଡାକ୍ଲାଟା ଆରି ବାଚ୍ଲାଟା
ତାକେ ସାର୍ଦା କରାଇଲାପାରା ଚଲାଚଲ୍ତି କର୍ବାକେ ସେ ଆମ୍କେ ଲଡାକେ ଆଇବା ସବୁ ବିସଇ ଦେଲାଆଚେ । ତାର୍ ବପୁର୍ଲାଗି ସେ ଆମ୍କେ ଏଟା ଦେଲାଆଚେ ଆରି ଆମେ ତାକେ ଜାନ୍ଲାର୍ପାଇ ମିସା । ତାର୍ ମଇମାଇ ଆରି ଦରମେ ମିସ୍ବାକେ ସେ ସେ ଆମ୍କେ ଡାକିଆଚେ । ତାର୍ ମଇମା ଆରି ଦରମର୍ ଲାଗି ସେ ଆମ୍କେ ବେସି ବଡ୍ ଆରି ବେସି ମୁଲିଅ ରଇବା ଦାନ୍ ଦେଲାଆଚେ । କିରିସ୍ଟକେ ବିସ୍ବାସ୍ ନ କଲା ଲକ୍ମନ୍ ଜେନ୍ତିକି କାରାପ୍ ବିସଇ କର୍ବାକେ ମନ୍ କର୍ବାଇ, ସେନ୍ତାରି ମନ୍କର୍ବା ଟାନେଅନି ମୁକ୍ଲାଇବାକେ ସେ ଆମ୍କେ ଏନ୍ତାରି କଲାଆଚେ । ଏ ସବୁ ବିସଇ ତାକର୍ ମନ୍କେ ନସାଇସି । ମାତର୍ ତମେ ପର୍ମେସରର୍ ପାରା ଦରମ୍ ଅଇପାର୍ସା । ତେବେ କିରିସ୍ଟକେ ବିସ୍ବାସ୍ କଲାର୍ ପାଇ ନିକ ଚଲାଚଲ୍ତି କର୍ବାକେ ଚେସ୍ଟା କରା । ଏଟାର୍ ସଙ୍ଗ୍, ଗିଆନ୍ ସଙ୍ଗ୍ ଜିଉନାକାଉନା କର୍ବାକେ, ଜିଉନାକାଉନା ସଙ୍ଗ୍ ନିଜେ ଜାଗ୍ରତ୍ ଅଇରଇବାକେ, ଜାଗ୍ରତ୍ ରଇକରି ମୁର୍ଚି ରଇବାକେ, ମୁର୍ଚିକରି ରଇ ପର୍ମେସର୍କେ ସାର୍ଦା କର୍ବା ଗୁନ୍ଚଲନ୍ କର୍ବାକେ, ଗୁନ୍ଚଲନ୍ସଙ୍ଗ୍ ବାଇବଇନିକେ ଆଲାଦ୍ କର୍ବାକେ, ବାଇବଇନିକେ ଆଲାଦ୍ କରି ସବୁଲକ୍କେ ଆଲାଦ୍ କର୍ବାକେ ଚେସ୍ଟା କରା । ତମର୍ ଚଲାଚଲ୍ତି ଜଦି ଏନ୍ତାରି ଅଦିକ୍ ଅଦିକ୍ ଅଇ ଆଇଲେ, ଆମର୍ ମାପ୍ରୁ ଜିସୁକିରିସ୍ଟକେ ଜାନ୍ବା ବିସଇତେଇ ତମେ ଅଦିକ୍ ଅଦିକ୍ ବଡିଆଇସା । ଜଦି ଗଟେକ୍ ଲକ୍ ଏନ୍ତାରି ଜିଉନାକାଉନା ନ କଲେ, ସେ ଗଟେକ୍ ନିକ ନ ଡିସ୍ବା ଲକର୍ପାରା ଅଇଆଚେ । ସେ ପୁର୍ବେ କରିରଇଲା ପାପର୍ ଲାଗି ପର୍ମେସର୍ କେମା ଦେଲାଆଚେ ବଲି ପାସ୍ରିଦେଇ ଆଚେ ।
ତେବର୍ପାଇ ଏ ମର୍ ବାଇବଇନିମନ୍, ନିକ ଚଲାଚଲ୍ତି କର୍ବାକେ ଚେସ୍ଟା କରା । ସେନ୍ତାର୍କଲେ ପର୍ମେସର୍ ତମ୍କେ ବାଚିକରି ତାର୍ ଲକ୍ ଅଇବାକେ ଡାକ୍ଲାଆଚେବଲି ସବୁଲକ୍କେ ଡିସ୍ସି । ଏ ସବୁ ବିସଇ କଲେ ତମେ କେବେ ମିସା ତାର୍ତେଇଅନି ବିନ୍ବାଟେ ନ ଜାଆସ୍ । ଆମର୍ ମାପ୍ରୁ ଜିସୁକିରିସ୍ଟର୍ କେବେ ନ ସାର୍ବା ରାଇଜେ ପର୍ମେସର୍ ତମ୍କେ ସାର୍ଦା ସଙ୍ଗ୍ ଡାକିନେଇସି ।
ଏ ସବୁ ବିସଇ ତମେ ଜାନିରଇଲେ ମିସା, ଆରି ପାଇଲା ସତ୍ ବିସଇଟାନେ ଡାଟ୍ ଆଚାସ୍ ମିସା, ଏ ସବୁ ବିସଇ ତମ୍କେ ଏତାଇଦେଇତେ ରଇବି । ମୁଇ ବଁଚିରଇବା ଜାକ ଏ ସବୁ ବିସଇ କାତା ଅଇବାଟା ନିକ । ଜେନ୍ତିକି ତମେ ସେଟା ଆରି ନ ପାସ୍ରାସ୍ । ମର୍ ଜିବନ୍ ଦାପ୍ରେ ସାରିଜାଇସି ବଲି ମୁଇ ଜାନି । କାଇକେବଇଲେ ଆମର୍ ମାପ୍ରୁ ଜିସୁକିରିସ୍ଟ ମକେ ନିକସଙ୍ଗ୍ ଜାନାଇଆଚେ । ଏ ସବୁ ବିସଇ ତମ୍କେ ଏତାଇଦେବାକେ ମୁଇ ବେସି ଆବଡ୍ ଅଇଲିନି । ଜେନ୍ତାରିକି ମୁଇ ମଲାପଚେ ମିସା ଏ ସବୁ ବିସଇ ଏତାଇସା ।
କିରିସ୍ଟର୍ ମଇମା ସବୁଲକ୍ ଦେକ୍ବାଇ
ଆମର୍ ମାପ୍ରୁ ଜିସୁକିରିସ୍ଟ ତାର୍ ସବୁ ବପୁର୍ସଙ୍ଗ୍ ବାଉଡି ଆଇସି ବଲି ତମ୍କେ କଇରଇଲୁ । ସେଟା ବିନ୍ ଲକ୍ ତାକର୍ ଚାଲାକିକରି ତିଆର୍କଲା ଗଟେକ୍ କାତାନି ନଏଁ । 1ଆମେ ନିଜେ ଆଁକିସଙ୍ଗ୍ ତାର୍ ମଇମା ଦେକ୍ଲୁ । ବାବା ପର୍ମେସର୍ ତାକେ ଡାକ୍ପୁଟା କରି ମଇମା ଦେଲାବେଲେ ଆମେ ତେଇ ରଇଲୁ । ସେ ନିଜେ ସବୁର୍ଟାନେଅନି ମଇମାର୍ ପର୍ମେସର୍ କଇରଇଲା “ଏଟା ମର୍ ଆଲାଦର୍ ପ, ତାର୍ଟାନେ ମୁଇ ବେସି ସାର୍ଦା ।” ସେ ସବଦ୍ ସୁନ୍ଲାବେଲେ ପର୍ମେସରର୍ ସୁକଲ୍ ପର୍ବତେ ଆମେ ମିସା କିରିସ୍ଟର୍ ସଙ୍ଗ୍ ରଇଲୁ ।
ବବିସତ୍ବକ୍ତାମନର୍ କାତା ସତ୍ ଆଚେ ବଲି ଆମେ ଜାନିଆଚୁ । ଏ ସବୁ କାତା ତମେ ମନ୍ଦିଆନ୍ ଦେଇ ସୁନା । କାଇକେବଇଲେ ସେଟା ଆନ୍ଦାରେ ଲାଗିରଇବା ଗଟେକ୍ ବତିର୍ ଉଜଲ୍ ପାରା ଆଚେ । ସାକ୍ଲିଆ ଉଜଲ୍ ଡିସ୍ବା ତାରାର୍ପାରା ତମର୍ ମନ୍ବିତ୍ରେ ଉଜଲ୍ ଦେଇସି । ବବିସତ୍ବକ୍ତାମନ୍ କେ ମିସା ନିଜେ ବାବିକରି ସାସ୍ତର୍ଟାନେ ଲେକତ୍ନାଇ । ଏଟା ତମେ ବାଇଦରେ ଜାନ୍ବାର୍ ଆଚେ । କାଇକେବଇଲେ, ସେମନ୍ କେବେମିସା ନିଜର୍ତେଇଅନି କାଇ ବବିସତ୍ କାତା କଅତ୍ ନାଇ । ମାତର୍ ପର୍ମେସର୍ଟାନେଅନି ଆଇଲା କାତା ସୁକଲ୍ଆତ୍ମାର୍ ସାଇଜ ସଙ୍ଗ୍ କଇରଇଲାଇ ।
Source notes (1)
- Cross-reference ମାତିଉ ୧୭:୧-୫; ମାର୍କ ୯:୨-୭; ଲୁକ୍ ୯:୨୮-୩୫
ସତିଅର୍ ବାଟ୍. Copyright © 2020 The Word for the World International. Licensed under CC BY 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY 4.0 · SourceEdition imported 2026-10-25.