ଓବଦୀୟ
Obadiah
Introduction from this edition
ଓବଦୀୟ ଭବିଷ୍ୟଦ୍ବକ୍ତାଙ୍କ ପୁସ୍ତକ
ଲେଖକ
ଏହି ପୁସ୍ତକରେ ଲେଖକ ଭବିଷ୍ୟଦ୍ବକ୍ତା ଓବଦୀୟ ଅଟନ୍ତି, କିନ୍ତୁ ଆମ୍ଭମାନଙ୍କଠାରେ ତାହାଙ୍କ ଜୀବନ ବିଷୟରେ ସୂଚନା ନାହିଁ। ବିଦେଶ ଦେଶ ଇଦୋମ ଉପରେ ଏହି ଦଣ୍ଡର ଭାବବାଣୀ ଦ୍ଵାରା ଓବଦୀୟଙ୍କର ଗୁରୁତ୍ଵ ଆମ୍ଭମାନଙ୍କୁ ସତ ବୋଲି ଧରିନେବାକୁ ସୂଚନା ପ୍ରଦାନ କରେ ଯେ ସେ ଯିହୁଦାର ଦକ୍ଷିଣ ରାଜ୍ୟରୁ କୌଣସି ଏକ ପବିତ୍ର ନଗରରୁ ଆସିଥିଲେ।
ସମୟ ଓ ସ୍ଥାନ
ପ୍ରାୟ 605-586 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି।
ଏହା ପ୍ରତୀତ ହୁଏ ଯେ ଓବଦୀୟ ପୁସ୍ତକ ଯିରୂଶାଲମ ପତନର ଦୀର୍ଘ କାଳ ପରେ ଲେଖାଯାଇ ନାହିଁ (ଓବ. 11-14), ଏହା ହୁଏତ, ବାବିଲରୁ ନିର୍ବାସନ ସମୟରେ ଲେଖାଯାଇଅଛି।
ପ୍ରାପକ
ଇଦୋମୀୟ ଆକ୍ରମଣର ଫଳାଫଳ ଭାବରେ ଯିହୁଦାର ଲୋକମାନେ ଅଭିପ୍ରେତ ପ୍ରାପକ ଥିଲେ।
ଉଦ୍ଦେଶ୍ୟ
ଓବଦୀୟ ଜଣେ ପରମେଶ୍ୱରଙ୍କ ଭବିଷ୍ୟଦ୍ବକ୍ତା ଅଟନ୍ତି ଯିଏ ଇଦୋମକୁ ପରମେଶ୍ୱର ଏବଂ ଇସ୍ରାଏଲ ବିରୁଦ୍ଧରେ ପାପ କରିଥିବା କାରଣରୁ ଦୋଷୀ ସାବସ୍ତ୍ୟ କରିବାକୁ ଏହି ସୁଯୋଗକୁ ବ୍ୟବହାର କରନ୍ତି। ଇଦୋମୀୟମାନେ ଏଷୌଙ୍କର ବଂଶ ଏବଂ ଇସ୍ରାଏଲ ଲୋକମାନେ ତାହାଙ୍କ ଯାଆଁଳା ଭାଇ ଯାକୁବଙ୍କର ବଂଶ ଅଟନ୍ତି। ଦୁଇ ଭାଇଙ୍କ ମଧ୍ୟରେ କଳହ ସେମାନଙ୍କର ବଂଶକୁ ପ୍ରଭାବିତ କରିଅଛି। ଏହି ବିଭାଜନ ଇଦୋମୀୟମାନଙ୍କୁ ଇସ୍ରାଏଲ ଲୋକମାନଙ୍କୁ ମିସରରୁ ପ୍ରସ୍ଥାନ କରିବା ସମୟରେ ସେମାନଙ୍କର ଦେଶରେ ପ୍ରବେଶ କରିବାକୁ ନିଷେଧ କରିଥିଲା। ଇଦୋମୀୟମାନଙ୍କର ପାପର ଗର୍ବ ବର୍ତ୍ତମାନ ପରମେଶ୍ୱରଙ୍କଠାରୁ ଦଣ୍ଡର ଏକ ତିବ୍ର ବାକ୍ୟ ଆମନ୍ତ୍ରିତ କରେ। ପ୍ରତିଜ୍ଞାର ସଫଳତା ଏବଂ ଶେଷ ଦିନରେ ସିୟୋନ ଉଦ୍ଧାର, ପରମେଶ୍ୱର ନିଜ ଲୋକମାନଙ୍କ ଉପରେ ଶାସନ, ଏବଂ ଦେଶ ପରମେଶ୍ୱରଙ୍କ ଲୋକମାନଙ୍କୁ ପୁଣିଥରେ ପ୍ରାପ୍ତ ସହ ଏହି ପୁସ୍ତକ ସମାପ୍ତ ହୁଏ।
ବିଷୟବସ୍ତୁ
ନ୍ୟାୟବିଚାର
ରୂପରେଖା
1. ଇଦୋମର ଧ୍ୱଂସ — 1:1-14
2. ଇସ୍ରାଏଲର ଶେଷ ବିଜୟ — 1:15-21
ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-10-25.