Skip to content
BibleKenya

ଏବ୍ରୀ

Hebrews

Introduction from this edition

The Epistle to the Hebrews

ଏବ୍ରୀମାନଙ୍କ ନିକଟକୁ ପତ୍ର

ଲେଖକ

ଏବ୍ରୀ ପତ୍ରର ଲେଖକତ୍ଵ ବିଷୟ ରହସ୍ୟମୟ ଅଟେ। କିଛି ପଣ୍ଡିତମାନଙ୍କ ଦ୍ଵାରା ପାଉଲ ଲେଖକ ବୋଲି କୁହାଯାଏ କିନ୍ତୁ ବାସ୍ତବିକ ଲେଖକତ୍ଵ ଅଜ୍ଞାତ ଅଟେ। ଖ୍ରୀଷ୍ଟ ଖ୍ରୀଷ୍ଟିୟାନମାନଙ୍କର ମହାଯାଜକ, ହାରୋଣଙ୍କ ଯାଜକତ୍ବଠାରୁ ମଧ୍ୟ ମହାନ ଏବଂ ବ୍ୟବସ୍ଥା ଓ ଭବିଷ୍ୟତବାଣୀର ସଫଳକାରୀ ବୋଲି ଅନ୍ୟ କୌଣସି ପୁସ୍ତକ ପରିଭାଷିତ କରେ ନାହିଁ। ଖ୍ରୀଷ୍ଟ ବିଶ୍ୱାସର ରଚୟିତା ଏବଂ ସିଦ୍ଧଦାତା ଅଟନ୍ତି ଏହା ଏହି ପୁସ୍ତକ ଉପସ୍ଥାପନ କରେ (ଏବ୍ରୀ 12:2)।

ସମୟ ଓ ସ୍ଥାନ

ପ୍ରାୟ 64-70 ଖ୍ରୀଷ୍ଟାବ୍ଦ ମଧ୍ୟରେ ଲେଖାଯାଇଅଛି।

ଏବ୍ରୀ ପୁସ୍ତକ ଯିରୂଶାଲମ ସହରରେ ଏହାର ଧ୍ୱଂସ ପୂର୍ବରୁ ଏବଂ ଖ୍ରୀଷ୍ଟଙ୍କର ଆରୋହଣ ପରେ ଲେଖାଯାଇଅଛି।

ପ୍ରାପକ

ଏହି ପତ୍ର ଯିହୁଦୀ ଖ୍ରୀଷ୍ଟିୟାନମାନଙ୍କୁ ଲେଖାଯାଇଥିଲା ଯେଉଁମାନେ ପୁରାତନ ନିୟମ ସହିତ ସୁପରିଚିତ ଥିଲେ ଏବଂ ଯିହୁଦୀ ଧର୍ମକୁ ଫେରି ଆସିବାକୁ କିମ୍ବା ସୁସମାଚାରକୁ ଯିହୁଦୀ କରିବାକୁ ପ୍ରଲୋଭିତ ହେଉଥିଲେ। ଏହା ମଧ୍ୟ ପ୍ରସ୍ତାବିତ କରାଯାଏ ଯେ ଏହାର ପ୍ରାପକମାନେ ବହୁସଂଖ୍ୟକ ଯାଜକଗଣ ଥିଲେ ଯେଉଁମାନେ ବିଶ୍ୱାସରେ ଆଜ୍ଞାକାରୀ ଥିଲେ (ପ୍ରେରିତ 6:7)।

ଉଦ୍ଦେଶ୍ୟ

ଏବ୍ରୀ ପତ୍ରର ଲେଖକ ତାହାଙ୍କର ପାଠକମାନଙ୍କୁ ଉତ୍ସାହ ଦେଇ କହୁଛନ୍ତି ଯେ ସେମାନେ ସ୍ଥାନୀୟ ଯିହୁଦୀ ଶିକ୍ଷାକୁ ଅଗ୍ରାହ୍ୟ କରନ୍ତୁ ଏବଂ ଯୀଶୁଙ୍କଠାରେ ବିଶ୍ଵସ୍ତ ରହି ଯୀଶୁ ହିଁ ମହାନ, ଈଶ୍ବରଙ୍କ ପୁତ୍ର ଦୂତଙ୍କଠାରୁ, ଯାଜକଙ୍କଠାରୁ, ପୁରାତନ ନିୟମର ନେତାଙ୍କଠାରୁ କିମ୍ବା କୌଣସି ଧର୍ମଠାରୁ ଉତ୍ତମ ବୋଲି ପ୍ରମାଣ କରନ୍ତୁ। କ୍ରୁଶୀୟ ମୃତ୍ୟୁଭୋଗ ଦ୍ଵାରା ଏବଂ ମୃତ୍ୟୁରୁ ଉଠିବା ଦ୍ଵାରା ଯୀଶୁ ବିଶ୍ଵାସୀମାନଙ୍କର ଉଦ୍ଧାର ଏବଂ ଅନନ୍ତ ଜୀବନ ନିଶ୍ଚିତ କରନ୍ତି, ଆମ୍ଭମାନଙ୍କ ପାପ ନିମନ୍ତେ ଖ୍ରୀଷ୍ଟଙ୍କର ବଳିଦାନ ନିଖୁଣ ଓ ସଂପୂର୍ଣ୍ଣ ଥିଲା, ବିଶ୍ଵାସ ଈଶ୍ବରଙ୍କୁ ସନ୍ତୁଷ୍ଟ କରେ, ଆମ୍ଭମାନଙ୍କର ଆଜ୍ଞାକାରିତା ଦ୍ଵାରା ଆମ୍ଭେମାନେ ଆମ୍ଭମାନଙ୍କର ବିଶ୍ଵାସକୁ ପ୍ରକାଶ କରୁ।

ବିଷୟବସ୍ତୁ

ଖ୍ରୀଷ୍ଟଙ୍କର ମହାନତା

ରୂପରେଖା

1. ଯୀଶୁ ଖ୍ରୀଷ୍ଟ, ଦୂତଙ୍କଠାରୁ ମହାନ — 1:1-2:18

2. ଯୀଶୁ ଖ୍ରୀଷ୍ଟ, ବ୍ୟବସ୍ଥା ଓ ପୁରାତନ ନିୟମର ଆଜ୍ଞାଠାରୁ ମହାନ — 3:1-10:18

3. ବିଶ୍ଵସ୍ତ ନିମନ୍ତେ ଆହ୍ୱାନ ଏବଂ କଷ୍ଟକୁ ସହ୍ୟ — 10:19-12:29

4. ଶେଷ ଉପଦେଶ ଏବଂ ନମସ୍କାର — 13:1-25

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.