ଦ୍ୱିତୀୟ ବିବରଣ
Deuteronomy
Introduction from this edition
ଦ୍ୱିତୀୟ ବିବରଣ
ଲେଖକ
ମୋଶା ଦ୍ୱିତୀୟ ବିବରଣ ପୁସ୍ତକର ଲେଖକ ଅଟନ୍ତି, ଯାହାକି ବାସ୍ତବରେ, ଇସ୍ରାଏଲ ଲୋକେ ଯର୍ଦ୍ଦନ ନଦୀ ପାର କରିବା ପୂର୍ବରୁ ସେ ସେମାନଙ୍କୁ ପ୍ରଚାର କରିଥିବା ଲେଖାଗୁଡ଼ିକର ସଂଗ୍ରହ ଅଟେ। “ଏହି ବାକ୍ୟ ଗୁଡ଼ିକ ଯାହା ମୋଶା କହିଲେ” (1:1)। ହୁଏତ ଶେଷ ଅଧ୍ୟାୟକୁ (ଯିହୋଶୂୟ) ଲେଖିଥାଇ ପାରନ୍ତି। ପୁସ୍ତକର ଅଧିକାଂଶ ବିଷୟବସ୍ତୁ ମୋଶାଙ୍କ ବିଷୟରେ ବର୍ଣ୍ଣନା କରେ (1:1,5; 31:24)। ଦ୍ୱିତୀୟ ବିବରଣ ମୋଶା ଏବଂ ଇସ୍ରାଏଲ ଲୋକମାନଙ୍କୁ ମୋୟାବର ସୀମାରେ ଯେଉଁ କ୍ଷେତ୍ର ଦେଇ ଯର୍ଦ୍ଦନ ନଦୀ, ଲବଣ ସମୁଦ୍ରକୁ ପ୍ରବାହିତ ହୁଏ ସେହି ସ୍ଥାନରେ ଠାବ କରେ। ଦ୍ୱିତୀୟ ବିବରଣର ଅର୍ଥ “ଦ୍ୱିତୀୟ ନିୟମ।” ଏହା ପରମେଶ୍ୱର ଏବଂ ତାହାଙ୍କ ଲୋକ ଇସ୍ରାଏଲ ମଧ୍ୟରେ ହୋଇଥିବା ନିୟମର ଏକ ପୁନରାବୃତ୍ତି ଅଟେ।
ସମୟ ଓ ସ୍ଥାନ
ପ୍ରାୟ 1446-1405 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି।
ଇସ୍ରାଏଲ ଲୋକେ ପ୍ରତିଜ୍ଞାତ ଦେଶକୁ ପ୍ରବେଶ କରିବା ପୂର୍ବରୁ ଏହି ପୁସ୍ତକ 40 ଦିନ ମଧ୍ୟରେ ଲେଖାଯାଇଅଛି।
ପ୍ରାପକ
ଏହି ପୁସ୍ତକର ପ୍ରାପକମାନେ ଇସ୍ରାଏଲର ଏକ ନୂତନ ପିଢ଼ି (ସେମାନଙ୍କର ପିତାମାତା 40 ବର୍ଷ ପରେ ମିସରର ଦାସତ୍ଵ ଅବସ୍ଥାରୁ ଉଦ୍ଧାର ପରେ) ଯେଉଁମାନେ ପ୍ରତିଜ୍ଞାତ ଦେଶକୁ ପ୍ରବେଶ କରିବାକୁ ପ୍ରସ୍ତୁତ ଥିଲେ ଏବଂ ବାଇବଲର ପରବର୍ତ୍ତୀ ପାଠକମାନେ ଅଟନ୍ତି।
ଉଦ୍ଦେଶ୍ୟ
ଦ୍ୱିତୀୟ ବିବରଣ ପୁସ୍ତକ ଇସ୍ରାଏଲ ଦେଶକୁ ମୋଶାଙ୍କ ବିଦାୟ ସମ୍ବୋଧନ ଅଟେ। ଇସ୍ରାଏଲ ପ୍ରତିଜ୍ଞାତ ଦେଶକୁ ପ୍ରବେଶ କରିବାକୁ ଭାରସାମ୍ୟ ରଖି ପ୍ରସ୍ତୁତ ଅଛି। ମିସରରୁ ପ୍ରସ୍ଥାନର 40 ବର୍ଷ ପରେ, ଇସ୍ରାଏଲ ଲୋକେ କିଣାନ ଦେଶକୁ ବିଜୟ କରିବା ନିମନ୍ତେ ଯର୍ଦ୍ଦନ ନଦୀକୁ ପାର କରିବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ମୋଶା ମୃତ୍ୟୁର ସନ୍ନିକଟ ଏବଂ ଇସ୍ରାଏଲ ଲୋକମାନଙ୍କ ସହିତ ପ୍ରତିଜ୍ଞାତ ଦେଶକୁ ପ୍ରବେଶ କରିବେ ନାହିଁ। ଇସ୍ରାଏଲ ଦେଶକୁ ମୋଶାଙ୍କ ବିଦାୟ ସମ୍ବୋଧନ ପରମେଶ୍ୱରଙ୍କ ଆଜ୍ଞାଗୁଡ଼ିକୁ ପାଳନ କରିବା ନିମନ୍ତେ ଏକ ଆବେଗ ଅନୁରୋଧ ଥିଲା, ଯାହା ସେମାନଙ୍କ ସହ ନୂତନ ଦେଶରେ ଉତ୍ତମ ହେବ (6:1-3,17-19)। ଏହି ସମ୍ବୋଧନ ଇସ୍ରାଏଲ ଲୋକମାନଙ୍କୁ ସ୍ମରଣ କରାଏ ଯେ ସେମାନଙ୍କର ପରମେଶ୍ୱର କିଏ (6:4) ଏବଂ ସେ ସେମାନଙ୍କ ନିମନ୍ତେ କʼଣ କରିଅଛନ୍ତି (6:10-12,20-23)। ଏହି ଅାଜ୍ଞାଗୁଡ଼ିକୁ ପରବର୍ତ୍ତୀ ପିଢ଼ିକୁ ଦେବା ନିମନ୍ତେ ମୋଶା ଇସ୍ରାଏଲର ଲୋକମାନଙ୍କୁ ପ୍ରାର୍ଥନା କରନ୍ତି।
ବିଷୟବସ୍ତୁ
ଆଜ୍ଞାଧୀନତା
ରୂପରେଖା
1. ମିସରରୁ ଇସ୍ରାଏଲ ଲୋକମାନଙ୍କର ଯାତ୍ରା — 1:1-3:29
2. ପରମେଶ୍ୱରଙ୍କ ସହିତ ଇସ୍ରାଏଲ ଲୋକମାନଙ୍କ ସମ୍ପର୍କ — 4:1-5:33
3. ପରମେଶ୍ୱରଙ୍କଠାରେ ନିଷ୍ଠାର ଗୁରୁତ୍ଵ — 6:1-11:32
4. କିପରି ପରମେଶ୍ୱରଙ୍କୁ ପ୍ରେମ କରିବା ଓ ତାହାଙ୍କ ଆଜ୍ଞାଗୁଡ଼ିକୁ ପାଳନ କରିବା — 12:1-26:19
5. ଆଶୀର୍ବାଦ ଏବଂ ଅଭିଶାପ — 27:1-30:20
6. ମୋଶାଙ୍କ ମୃତ୍ୟୁ — 31:1-34:12
ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-10-25.