୨ ତୀମଥି
2 Timothy
Introduction from this edition
The Second Epistle of Paul the Apostle to Timothy
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦ୍ୱିତୀୟ ପତ୍ର
ଲେଖକ
ପାଉଲ ରୋମ କାରାଗାରରୁ ମୁକୁଳିବା ପରେ ଏବଂ ତାହାଙ୍କର ଚତୁର୍ଥ ମିଶନାରୀ ଯାତ୍ରା ସମୟ ମଧ୍ୟରେ ପତ୍ର ପ୍ରଥମ ତୀମଥି ଲେଖିଥିଲେ, ଦ୍ୱିତୀୟ ତୀମଥି ଲେଖିବା ସମୟରେ ପାଉଲ ସମ୍ରାଟ ନିରୋଙ୍କ ଦ୍ଵାରା ପୁଣିଥରେ ବନ୍ଦୀ କରାଯାଇଥିଲେ। ତାହାଙ୍କର ପ୍ରଥମ କାରାଗାର ସମୟରେ ସେ ନିଜର ଭଡ଼ାଘରେ ରହୁଥିଲେ (ପ୍ରେରି. 28:30), କିନ୍ତୁ ବର୍ତ୍ତମାନ ସେ ଏକ ଭୂଗର୍ଭସ୍ଥ ବନ୍ଦୀଶାଳାରେ (ଦ୍ଵି.ତୀମ. 4:13), ଏକ ଶିକୁଳି ଦ୍ଵାରା ଦୋଷୀ ଭାବରେ ବନ୍ଧା ହୋଇଛନ୍ତି (ଦ୍ଵି.ତୀମ. 1:16; 2:9)। ପାଉଲ ଜ୍ଞାତ ଥିଲେ ଯେ ତାହାଙ୍କର କାର୍ଯ୍ୟ ସମାପ୍ତ ହୋଇଯାଇଅଛି ଏବଂ ତାହାଙ୍କର ଜୀବନ ପ୍ରାୟ ଶେଷ ସୀମାରେ ପହଞ୍ଚି ଆସିଅଛି।
ସମୟ ଓ ସ୍ଥାନ
ପ୍ରାୟ 66-67 ଖ୍ରୀଷ୍ଟାବ୍ଦ ମଧ୍ୟରେ ଲେଖାଯାଇଅଛି।
ଯେତେବେଳେ ପାଉଲ ଦ୍ୱିତୀୟଥର ରୋମ କାରାଗାରରେ ଥିଲେ ସେତେବେଳେ ସେ ନିଜର ପ୍ରାଣାହୁତିକୁ ଅପେକ୍ଷା କରି ଏହି ପତ୍ର ଲେଖିଥିଲେ।
ପ୍ରାପକ
ଦ୍ୱିତୀୟ ତୀମଥି ପୁସ୍ତକର ପ୍ରାଥମିକ ପାଠକ ତୀମଥି ଥିଲେ, କିନ୍ତୁ ସେ ମଣ୍ଡଳୀରେ ମଧ୍ୟ ପତ୍ରକୁ ପାଠ କରିଥିଲେ।
ଉଦ୍ଦେଶ୍ୟ
ତୀମଥିଙ୍କୁ ଶେଷ ଉତ୍ସାହ ଦେବାକୁ ଏବଂ ଯେଉଁ କାର୍ଯ୍ୟ ତାହାଙ୍କୁ ପାଉଲ ପ୍ରଦାନ କରିଥିଲେ ସେହି କାର୍ଯ୍ୟକୁ ସାହସର ସହିତ (ଦ୍ଵି.ତୀମ. 1:3-14), କେନ୍ଦ୍ରିତ (ଦ୍ଵି.ତୀମ. 2:1-26), ଏବଂ ଦୀର୍ଘସହିଷ୍ଣୁ (ଦ୍ଵି.ତୀମ. 3:14-17; 4:1-8) ହୋଇ ଆଗକୁ ନେବା ନିମନ୍ତେ ଉପଦେଶ ଦେବାକୁ ସେ ଏହି ପତ୍ର ଲେଖିଥିଲେ।
ବିଷୟବସ୍ତୁ
ଏକ ବିଶ୍ଵସ୍ତ ସେବାକାର୍ଯ୍ୟ ନିମନ୍ତେ ଦାୟିତ୍ୱ
ରୂପରେଖା
1. ସେବାକାର୍ଯ୍ୟ ନିମନ୍ତେ ପ୍ରେରଣା — 1:1-18
2. ସେବାକାର୍ଯ୍ୟରେ ଆଦର୍ଶ — 2:1-26
3. ଭୁଲ୍ ଶିକ୍ଷା ବିରୋଧରେ ଚେତାବନୀ — 3:1-17
4. ଉତ୍ସାହ ଏବଂ ଆଶୀର୍ବାଦ — 4:1-22
ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-10-25.