Skip to content
BibleKenya

୧ ପିତର

1 Peter

Introduction from this edition

The First Epistle General of Peter

ପିତରଙ୍କ ପ୍ରଥମ ପତ୍ର

ଲେଖକ

ପ୍ରଥମ ଅଧ୍ୟାୟର ପ୍ରଥମ ପଦ ଦର୍ଶାଏ ଯେ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେରିତ ପିତର ଏହି ପୁସ୍ତକର ଲେଖକ ଅଟନ୍ତି। ଯିଏ ନିଜକୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରେରିତ ଭାବରେ ପ୍ରକାଶ କରନ୍ତି (ପ୍ର. ପିତ. 1:1)। ତାହାଙ୍କ ବାରମ୍ବାର ଯୀଶୁଙ୍କ କଷ୍ଟ ଏବଂ ତାଡ଼ନା ଉଲ୍ଲେଖ କରିବା (ପ୍ର. ପିତ. 2:21-24; 3:18; 4:1; 5:1) ଏହା ପ୍ରକାଶ କରେ ଯେ ତାହାଙ୍କର ମନରେ ସେହି ଦୁଃଖଭୋଗ କରୁଥିବା ଦାସର ମୁଖମଣ୍ଡଳ ଗଭୀର ଭାବରେ ରହିଥିଲା। ସେ ମାର୍କଙ୍କୁ ନିଜ “ସନ୍ତାନ” ଭାବରେ ସମ୍ବୋଧନ କରନ୍ତି (ପ୍ର. ପିତ. 5:13), (ପ୍ରେରି. 12:12) ରେ ଉଲ୍ଲେଖିତ ଯୁବା ଏବଂ ପରିବାର ନିମନ୍ତେ ତାହାଙ୍କର ସ୍ନେହକୁ ସ୍ମରଣ କରାଏ। ଏହି ତଥ୍ୟଗୁଡ଼ିକ ସ୍ୱାଭାବିକ ଭାବରେ ଏହି ଧାରଣାକୁ ପ୍ରକାଶ କରେ ଯେ ପ୍ରେରିତ ପିତର ହିଁ ଏହି ପତ୍ର ଲେଖିଥିଲେ।

ସମୟ ଓ ସ୍ଥାନ

ପ୍ରାୟ 60-64 ଖ୍ରୀଷ୍ଟାବ୍ଦ ମଧ୍ୟରେ ଲେଖାଯାଇଅଛି।

5:13 ରେ ଲେଖକ ବାବିଲ ମଣ୍ଡଳୀରୁ ଅଭିବାଦନ ପଠାନ୍ତି।

ପ୍ରାପକ

ଏସିଆ ମହାଦେଶର ଉତ୍ତର ପ୍ରଦେଶରେ ଛିନ୍ନଭିନ୍ନ ହୋଇଥିବା ଏକ ଖ୍ରୀଷ୍ଟିୟାନ ଗୋଷ୍ଠୀକୁ ପିତର ଏହି ପତ୍ର ଲେଖିଥିଲେ। ସେ ଏହିପରି ଏକ ଗୋଷ୍ଠୀକୁ ଲେଖିଥିଲେ ଯେଉଁ ଗୋଷ୍ଠୀରେ ଉଭୟ ଯିହୁଦୀ ଏବଂ ଅଣଯିହୁଦୀ ଲୋକମାନେ ଥିଲେ।

ଉଦ୍ଦେଶ୍ୟ

ପିତରଙ୍କର ପାଠକମାନେ ଯିଏ ବିଶ୍ଵାସ ହେତୁ ତାଡ଼ନା ପାଉଥିଲେ ସେମାନଙ୍କୁ ଉତ୍ସାହ ଦେବାକୁ ସେ ଏହି ପତ୍ର ଲେଖିଥିଲେ। ସେ ଏହା ଚାହୁଁଥିଲେ ଯେ ସେମାନେ ଏହି ବିଷୟରେ ନିଶ୍ଚିତ ହୁଅନ୍ତୁ କି ସେମାନେ ଖ୍ରୀଷ୍ଟିୟାନ ବିଶ୍ୱାସରେ ହିଁ କେବଳ ଈଶ୍ବରଙ୍କ ଅନୁଗ୍ରହ ପାଇପାରିବେ ଏବଂ ସେଥିପାଇଁ ବିଶ୍ଵାସକୁ ପରିତ୍ୟାଗ ନ କରନ୍ତୁ। ଯେପରି ଏହା (ପ୍ର. ପିତ. 5:12) ରେ ଉଲ୍ଲେଖିତ, ପରମେଶ୍ୱରଙ୍କ ସତ୍ୟ ଅନୁଗ୍ରହ ଯେ ଏହି ପ୍ରକାର, ଏହି ବିଷୟରେ ସାକ୍ଷ୍ୟ ଦେଇ ତୁମ୍ଭମାନଙ୍କୁ ଉତ୍ସାହ ଦେବା ନିମନ୍ତେ, ମୁଁ ସଂକ୍ଷେପରେ ପତ୍ର ଲେଖିଲି। ତୁମ୍ଭେମାନେ ଏହି ଅନୁଗ୍ରହରେ ସୁସ୍ଥିର ହୋଇଥାଅ। ଏଥିରେ ପ୍ରମାଣ ହୁଏ ଯେ ତାହାଙ୍କର ପାଠକମାନେ ତାଡ଼ନା ପାଉଥିଲେ। ଏସିଆ ମହାଦେଶର ଉତ୍ତର ପ୍ରଦେଶରେ ଖ୍ରୀଷ୍ଟିୟାନ ଗୋଷ୍ଠୀର ତାଡ଼ନାକୁ ପିତରଙ୍କର ପ୍ରଥମ ପତ୍ର ପ୍ରତିବିମ୍ବନ କରେ।

ବିଷୟବସ୍ତୁ

ତାଡ଼ନା ପ୍ରତି ପ୍ରତ୍ୟୁତ୍ତର

ରୂପରେଖା

1. ଅଭିବାଦନ — 1:1-2

2. ଏକ ଜୀବନ୍ତ ଭରସା ନିମନ୍ତେ ପୁନର୍ଜାତ — 1:3-12

3. ପବିତ୍ର ଜୀବନ ନିମନ୍ତେ ଉପଦେଶ — 1:13-5:12

4. ଶେଷ ସମ୍ଭାଷଣ — 5:13, 14

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.