୧ ଯୋହନ
1 John
Introduction from this edition
The First Epistle General of John
ଯୋହନଙ୍କ ପ୍ରଥମ ପତ୍ର
ଲେଖକ
ଏହି ପତ୍ର ଲେଖକଙ୍କ ବିଷୟରେ ସୂଚନା ପ୍ରକାଶ କରେ ନାହିଁ କିନ୍ତୁ ଏକ ମଜଭୁତ, ସୁସଙ୍ଗତ ଏବଂ ପ୍ରଥମ ଶତାବ୍ଦୀର ବିଶ୍ଵାସୀମାନଙ୍କ ସାକ୍ଷ୍ୟ ଅନୁସାରେ ଏହା ପ୍ରେରିତ ଏବଂ ଶିଷ୍ୟ ଯୋହନ ଲେଖିଥିଲେ (ଲୂକ 6:13,14) ଯଦିଓ ଯୋହନଙ୍କ ନାମ ଏହି ପତ୍ରରେ ଉଲ୍ଲେଖ ହୋଇ ନାହିଁ ତଥାପି ତିନୋଟି ସୂତ୍ରରୁ ଯୋହନ ହିଁ ଏହି ପୁସ୍ତକର ଲେଖକ ବୋଲି ପ୍ରକାଶ ହୁଏ। ପ୍ରଥମତଃ, ପ୍ରାରମ୍ଭିକ ଦ୍ୱିତୀୟ ଶତାବ୍ଦୀର ଲେଖକମାନେ ଯୋହନଙ୍କୁ ଲେଖକ ଭାବେ ଗ୍ରହଣ କରନ୍ତି। ଦ୍ୱିତୀୟରେ, ଏହି ପତ୍ରରେ ଯୋହନ ସୁସମାଚାରରେ ଥିବା ଶବ୍ଦ ଓ ଲେଖାର ଶୈଳୀ ସହିତ ସମାନତା ରହିଛି। ତୃତୀୟରେ, ଲେଖକ ପ୍ରକାଶ କରନ୍ତି ଯେ ସେ ଯୀଶୁଙ୍କୁ ଦେଖିଛନ୍ତି ଏବଂ ତାହାଙ୍କ ଶରୀରକୁ ସ୍ପର୍ଶ କରିଛନ୍ତି ଯାହା ପ୍ରମାଣ କରେ ଯେ ପ୍ରେରିତ ଯୋହନ ହିଁ ଏହି ପତ୍ର ଲେଖିଛନ୍ତି, ପ୍ରଥମ ଯୋହନ. 1:14, 4:14।
ସମୟ ଓ ସ୍ଥାନ
ପ୍ରାୟ 85-95 ଖ୍ରୀଷ୍ଟାବ୍ଦ ମଧ୍ୟରେ ଲେଖାଯାଇଅଛି।
ଯୋହନ ନିଜ ଜୀବନର ଶେଷ ସମୟରେ ଏହି ପତ୍ର ଏଫିସରେ ଲେଖିଛନ୍ତି, ଯେଉଁ ସ୍ଥାନରେ ସେ ନିଜର ବୃଦ୍ଧ ସମୟକୁ ଅଧିକାଂଶ କାଟିଥିଲେ।
ପ୍ରାପକ
ପ୍ରଥମ ଯୋହନ ପତ୍ରର ପ୍ରାପକଙ୍କ ବିଷୟରେ ଏଠାରେ ସ୍ପଷ୍ଟଭାବରେ ପ୍ରକାଶ କରାଯାଇ ନାହିଁ। ପ୍ରଥମ ଯୋହନ 1:3-4, 2:12-14 ପଦ ଅନୁସାରେ ଏହି ପତ୍ର ବିଶ୍ଵାସୀମାନଙ୍କୁ ଲେଖାଯାଇଥିଲା। ହୁଏତ, ଏହା ଭିନ୍ନ ଭିନ୍ନ ସ୍ଥାନରେ ଥିବା ସାଧୁମାନଙ୍କୁ ମଧ୍ୟ ଲେଖାଯାଇଥିବ। ସାଧାରଣତଃ, ପ୍ରତ୍ୟେକ ସ୍ଥାନରେ ଥିବା ଖ୍ରୀଷ୍ଟିୟାନମାନଙ୍କୁ ଲେଖାଯାଇଥିଲା, 2:1 “ହେ ମୋହର ପ୍ରିୟ ସନ୍ତାନମାନେ।”
ଉଦ୍ଦେଶ୍ୟ
ସହଭାଗିତାକୁ ପ୍ରୋତ୍ସାହିତ କରିବାକୁ ଯୋହନ ଏହି ପତ୍ର ଲେଖିଥିଲେ ଯାହା ଦ୍ଵାରା ଆମ୍ଭେମାନେ ଆନନ୍ଦରେ ପୂର୍ଣ୍ଣ ହେବା, ପାପରୁ ଦୂରରେ ରହିବା, ପରିତ୍ରାଣର ଆଶା ପ୍ରାପ୍ତ କରିବା ଏବଂ ବିଶ୍ଵାସୀମାନେ ବିଶ୍ୱାସର ପୂର୍ଣ୍ଣ ଆଶା ପ୍ରାପ୍ତ କରିବେ ଏବଂ ଖ୍ରୀଷ୍ଟଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ ସ୍ଥାପନ କରିବେ। ଯୋହନ ଭଣ୍ଡ ଶିକ୍ଷକମାନଙ୍କ ସମସ୍ୟା ବିଷୟରେ ବିଶେଷ ଭାବରେ ଉଲ୍ଲେଖ କରନ୍ତି ଯେଉଁମାନେ ମଣ୍ଡଳୀରୁ ପୃଥକ୍ ହୋଇ ଲୋକମାନଙ୍କୁ ସୁସମାଚାରର ସତ୍ୟଠାରୁ ଦୂରେଇ ନେବାକୁ ଚେଷ୍ଟା କରୁଥିଲେ।
ବିଷୟବସ୍ତୁ
ଈଶ୍ବରଙ୍କ ସହିତ ସହଭାଗିତା
ରୂପରେଖା
1. ଜୀବନଦାୟକ ବାକ୍ୟ — 1:1-4
2. ସହଭାଗିତା — 1:5-2:17
3. ଛଳକୁ ଚିହ୍ନିବା — 2:18-27
4. ବର୍ତ୍ତମାନ ପବିତ୍ର ଜୀବନ କାଟିବା ନିମନ୍ତେ ପ୍ରେରଣ — 2:28-3:10
5. ଆଶ୍ୱାସନର ଆଧାର ପ୍ରେମ — 3:11-24
6. ଆତ୍ମାମାନର ପରୀକ୍ଷା — 4:1-6
7. ପବିତ୍ରୀକରଣ ନିମନ୍ତେ ଆବଶ୍ୟକତା — 4:7-5:21
ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-10-25.