ସତିଅର୍ ବାଟ୍
ଜଅନ୍ 4
ଜିସୁ ଆରି ସମିରଣିୟ ମାଇଜି
ଜଅନର୍ତେଇଅନି ଜିସୁକେ ଅଦିକ୍ ସିସ୍ ଅଇବାଟା ଆରି ଡୁବନ୍ ଦେବା କାତା ପାରୁସିମନ୍ ସୁନ୍ଲାଇ । ଜିସୁ ସତଇସେ ନିଜେ କାକେ ମିସା ଡୁବନ୍ ନ ଦେଇତେ ରଇଲା, ମାତର୍ ତାର୍ ସିସ୍ମନ୍ ଡୁବନ୍ ଦେଇତେ ରଇଲାଇ । ତାର୍ ବିସଇ ନେଇ ଲକ୍ମନ୍ ଏନ୍ତାରି କାତା ଅଇବାଟା ସୁନି, ଜିସୁ ଜିଉଦା ରାଇଜ୍ ଚାଡିକରି ଆରି ତରେକ୍ ଗାଲିଲି ଦେସେ ଉଟିଗାଲା । ମାତର୍ ତାକେ ସମିରଣ୍ ଗଡ୍ ବାଟେ ଜିବାକେ ପଡ୍ଲା ।
ଆରି ଜାକୁବ୍ ତାର୍ ନିଜର୍ ପିଲା ଜସେପ୍କେ ଜନ୍ ଜାଗା ଦାନ୍ ଦେଇରଇଲା, ସେ ଲଗେ ସମିରଣ୍ ଗଡର୍ ଗଟେକ୍ ସୁକାର୍ ନାଉଁର୍ ଜାଗାଇ ଜିସୁ ଆସି କେଟ୍ଲା । ସେ ଜାଗାଇ ଜାକୁବର୍ ଗଟେକ୍ କୁଇସାଲ୍ ରଇଲା । ଜିସୁ ଇଣ୍ଡି ଇଣ୍ଡି ତାକି ଜାଇକରି କୁଇସାଲ୍ ଲଗେ ବସି ରଇଲା । ସେବେଲା ଟିଆମୁଇଦାନ୍ ଅଇରଇଲା ।
ଗଟେକ୍ ସମିରଣିୟ ମାଇଜି କୁଇସାଲେ ପାନି ନେବାକେ ଆଇଲା । ଆରି ଜିସୁ ସେ ମାଇଜିକେ କଇଲା, “ଏ ମା ମକେ ଗୁଡିକ୍ ପାନି କାଇବାକେ ଦେ ।” ସେଡ୍କିବେଲେ ତାର୍ ସିସ୍ମନ୍ କାଦି ଗେନ୍ବାକେ ଗଡ୍ ବିତ୍ରେ ଜାଇରଇଲାଇ ଆରି ଜିସୁ ଗଟେକ୍ ଲକ୍ ସେ ରଇଲା ।
ତେଇ ସମିରଣିୟ ମାଇଜି କାବାଅଇ ଜିସୁକେ କଇଲା, “ତୁଇ ଗଟେକ୍ ଜିଉଦି ଲକ୍ ଆରି ମୁଇ ଗଟେକ୍ ସମିରଣିୟ, ତୁଇ କେନ୍ତି ମର୍ ଆତର୍ ପାନି କାଇବାକେ ମାଙ୍ଗ୍ଲୁସ୍ନି ?” କାଇକେ ବଇଲେ, ଜିଉଦି ଲକ୍ମନ୍ ସମିରଣିୟ ଲକ୍ମନର୍ କାଇବାତେଇ ନ କାଇତେ ରଇଲାଇ । ଜିସୁ ତାକେ କଇଲା, “ପର୍ମେସର୍ ଦେବା ଦାନର୍ ବିସଇ, ତୁଇ ଅଲପ୍ ଆଲେ ଜାନି ରଇଲେ ଆରି ମୁଇ କେ ବଲି ଜାନ୍ତୁସ୍ ବଇଲେ ମକେ ମାଙ୍ଗ୍ତୁସ୍ । ଆରି ମୁଇ ତକେ ଜିବନ୍ ଦେବା ପାନି ଦେଇତି ।”
ମାଇଜି କଇଲା, “ଆଗିଆଁ, ତମର୍ ଲଗେତା ପାନି ଜିକ୍ବାକେ ବାଲ୍ଟିନାଇ, ଆରି ଏ କୁଇସାଲ୍ ବେସି ଡେଙ୍ଗ୍ ଆଚେ । କନ୍ତିଅନି ତମେ ଜିବନ୍ ଦେବା ପାନି ମିଲାଇସୁ ? ତୁଇ କାଇ ଆମର୍ ଆନିଦାଦି ଜାକୁବର୍ତେଇ ଅନି ବଡ୍ କି ? ଜାକୁବ୍ ଆମ୍କେ ଏ କୁଇସାଲ୍ ଦେଇରଇଲା । ସେ ନିଜେ ମିସା ଏ କୁଇସାଲର୍ ପାନି କାଇତେରଇଲା । ତାର୍ ଗରର୍ ଲକ୍ମନ୍ ଆରି ସେ ପସିରଇଲା ଗରୁଗାଇମନ୍ ଇତିର୍ ପାନି କାଇଲାଇ” ବଲି କଇଲା ।
ଜିସୁ ତାକେ କଇଲା, “ଏ କୁଇସାଲର୍ ପାନି କାଇବା ସବୁ ଲକ୍ମନ୍କେ ଆରିସେ ସସ୍ ଲାଗ୍ସି । ମାତର୍ ମୁଇ ଜନ୍ ପାନି ଦେବି, ସେ ପାନି ଜେ କାଇସି ବଇଲେ, ତାକେ କେବେ ମିସା ସସ୍ ନ ଲାଗେ । ମୁଇ ଜନ୍ ପାନି ଦେବି, ସେଟା ଜିବନ୍ ଦେବା ପାନି ପାରା ଉଚ୍ଲି ଜାଇତେରଇସି । ତେଇ ଅନି ଜେ କାଇଲେ, ସେ ନ ସାର୍ବା ଜିବନ୍ ପାଇସି ।”
ସେ ମାଇଜି ଜିସୁକେ କଇଲା, “ଏ ଆଗିଆଁ ମକେ ସେ ପାନି ଦେ, ଜେନ୍ତିକି କେବେ ମିସା ମକେ ସସ୍ ନ ଲାଗ ଆରି ମୁଇ ଏତେକ୍ ଦୁର୍ ପାନି ନେବାକେ ନ ଆସି ।”
ଜିସୁ ସେ ତାକେ କଇଲା, “ତୁଇ ଜାଇକରି ତର୍ ମୁନୁସ୍କେ ଇତି ଡାକିଆନ୍ ।”
ସେ ମାଇଜି “ମକେ ମୁନୁସ୍ ନାଇ” ବଲି କଇଲା । ଜିସୁ ତାକେ କଇଲା, “ମକେ ମୁନୁସ୍ ନାଇ ବଲି ସତ୍ କାତା କଇଆଚୁସ୍ । କାଇକେ ବଇଲେ ତର୍ ପାଁଚ୍ଟା ମୁନୁସ୍ ରଇଲାଇ ଆରି ଏବେ ତୁଇ ଜନ୍ ଲକର୍ ସଙ୍ଗ୍ ଆଚୁସ୍, ସେ ମିସା ତର୍ ମୁନୁସ୍ ନଏଁ । ଏଟା ସତ୍ କଇଆଚୁସ୍ ।”
ସେ ମାଇଜି କଇଲା, “ଏ ଆଗିଆଁ ତୁଇ ଗଟେକ୍ ବବିସତର୍ କାତା କଇବା ଲକ୍ ବଲି, ଏବେ ମୁଇ ଜାନିପାର୍ଲିନି । ଆମର୍ ସମିରଣିୟ ଆନିଦାଦିମନ୍ ପର୍ମେସର୍କେ ଏ ଡଙ୍ଗ୍ରେ ଉପାସନା କର୍ତେ ରଇଲାଇ । ମାତର୍ ତମେ ଜିଉଦି ଲକ୍ମନ୍ କଇଲାଇନି ଜିରୁସାଲମ୍ସେ ପର୍ମେସର୍କେ ଉପାସନା କର୍ବା ଟିକ୍ ଜାଗା ।”
ଜିସୁ ତାକେ କଇଲା, “ଏ ମାଆ ମର୍କାତା ବିସ୍ବାସ୍ କର୍ । ଏନ୍ତାରି ବେଲା ଆଇଲାନି ତମେ ପର୍ମେସର୍କେ ଏ ଡଙ୍ଗ୍ରେ କି ଜିରୁସାଲାମେ ମିସା ଉପାସନା ନ କରାସ୍ । ତମେ ସମିରଣ୍ ଲକ୍ମନ୍ ଜାକେ ଉପାସନା କଲାସ୍ନି ତାକେ ସତଇସେ ନାଜାନାସ୍ । ମାତର୍ ଆମେ ଜିଉଦି ଲକ୍ମନ୍ ତାକେ ଜାନିକରି ଉପାସନା କଲୁନି । କାଇକେ ବଇଲେ ମୁକ୍ତି ଜିଉଦି ଲକ୍ମନର୍ ତେଇଅନି ଆଇସି । ବେଲା ଆଇଲାନି ଆରି ସେ ବେଲା କେଟ୍ଲାବେ, ଜେଡେବେଲା କି ସୁକଲ୍ଆତ୍ମାର୍ ବପୁସଙ୍ଗ୍ ଲକ୍ମନ୍, ବାବା ପର୍ମେସର୍କେ ନିକସଙ୍ଗ୍ ଚିନ୍ବାଇ । ସେବେଲେ ସେମନ୍ ତାକର୍ ମନେ ସତ୍ସଙ୍ଗ୍ ଉପାସନା କର୍ବାଇ । ସେନ୍ତି ଉପାସନା କର୍ବା ଲକ୍ମନ୍କେ ବାବା ମନ୍ କଲାନି । ପର୍ମେସର୍ ଅଇଲାନି ଆତ୍ମା । ଆରି ଜନ୍ଲକ୍ମନ୍ ତାକେ ଉପାସନା କଲାଇନି, ସେମନ୍ ସତ୍ସଙ୍ଗ୍ ଆତ୍ମାଇ ଉପାସନା କର୍ବାର୍ଆଚେ ।” ସେ ମାଇଜି କଇଲା, “ମୁଇ ଜାନି, ମସିଅ ଜାକେ କି କିରିସ୍ଟ ବଲ୍ବାଇ । ସେବେଲାଇ ଆସି ଆମ୍କେ ସବୁ ବିସଇ ବୁଜାଇ ଦେଇସି ।” ଜିସୁ ତାକେ କଇଲା, “ଏବେ ତର୍ ସଙ୍ଗ୍ ଜେ କାତା ଅଇଲାନି, ମୁଇ ସେ ।”
ସେବେଲା ଜିସୁର୍ ସିସ୍ମନ୍ ଗଡେଅନି ବାଉଡି ଆଇଲାଇ । ଜିସୁ ଗଟେକ୍ ମାଇଜିସଙ୍ଗ୍ କାତା ଅଇବାଟା ଦେକି କାବାଅଇଗାଲାଇ । ମାତର୍ ତାକେ କେ ମିସା ତୁଇ କାଇକେ ତାର୍ ସଙ୍ଗ୍ କାତା ଅଇଲୁସ୍ନି, କି କାଇ ବିସଇ ତମେ କାତା ଅଇତେ ରଇଲାସ୍ ? ବଲି ପାଚାର୍ବାକେ ସାଆସ୍ କରତ୍ନାଇ । ତାର୍ ପଚେ ସେ ମାଇଜି ତାର୍ ଆଣ୍ଡିର୍ ପାନି, ତେଇ ଚାଡିକରି ସଅର୍ ବିତ୍ରେ ଉଟିଗାଲା ଆରି ଜାଇକରି ସବୁ ଲକ୍ମନ୍କେ କଇଲା, “ଆସା ଗଟେକ୍ ଲକ୍କେ ଦେକ୍ସା । ଆଗେ ମୁଇ ଜାଇଜାଇଟା କରିରଇଲି, ସେ ସବୁ କାତା ସେ ମକେ କଇଦେଲା । ସେ ପର୍ମେସର୍ ବାଚି ପାଟାଇଲା ରାଜା ମସିଅ ଅଇଲେ ଅଇରଇସି କାଇକି ।” ସେଟାର୍ପାଇ ଲକ୍ମନ୍ ସଅରେ ଅନି ବାରଇକରି ଜିସୁକେ ଦେକ୍ବାକେ ଗାଲାଇ ।
ଏତ୍କି ବିତ୍ରେ ସିସ୍ମନ୍ ଜିସୁକେ “ଏ ଗୁରୁ କାଇଟା ଆଲେ ଅଲପ୍ କାଆ ।” ବଲି ବାବୁଜିଆ କଲାଇ ।
ମାତର୍ ଜିସୁ ସେମନ୍କେ କଇଲା, “ମର୍ ଲଗେ ଜନ୍ କାଦି ଆଚେ, ସେ କାଦିର୍ ବିସଇ ତମେ ନାଜାନାସ୍ ।”
ସେଟାର୍ ପାଇ ସିସ୍ମନ୍ ନିଜର୍ ନିଜର୍ ବିତ୍ରେ କୁଆବଲା ଅଇଲାଇ, “ତାର୍ପାଇ କେ କାଦି ଆନିଦେଲାଇ ଆଚତ୍ କି ?”
ଜିସୁ ସେମନ୍କେ କଇଲା, “ମକେ ପାଟାଇରଇବା ପର୍ମେସର୍ ମନ୍କଲାଟା ମାନିକରି ଆରି ସେ ଦେଇରଇବା କାମ୍ ପୁରାପୁରୁନ୍ କର୍ବାଟାସେ ମର୍ କାଦି । ଚାରି ମାସ୍ ଗାଲେ କାଟାବେଟା ଦିନ୍ ଆଇସି ବଲି ତମେ କଇତେରଇସା । ମାତର୍ ମୁଇ ତମ୍କେ କଇଲିନି କେତ୍ମନ୍କେ ନିକ କରି ଦେକିଦେକା । ଏବେ ତେଇର୍ ତାସ୍ ପାଚିଗାଲା ଆଚେ ଆରି କାଟ୍ବା ବେଲା ସମାନ୍ ଅଇଲା ଆଚେ । ଏବେ ମିସା ଜନ୍ ଲକ୍ ତାସ୍ କାଟ୍ଲାନି ତାକେ ବୁତି ଦିଆ ଅଇଲାନି, ସେ ନ ସାର୍ବା ଜିବନର୍ ପାଇ ତାସ୍ ଟୁଲିଆଇଲାନି । ସେଟାର୍ ପାଇ ବୁନ୍ଲା ଲକ୍ ଆରି କାଟ୍ବା ଦୁଇ ଲକ୍ଜାକ ମିସି ସାର୍ଦା କର୍ବାଇ । କାଇକେବଇଲେ ଗଟେକ୍ ଲକ୍ ବିଅନ୍ ବୁନ୍ଲେ ସେଟା ବିନ୍ ଲକ୍ କାଟ୍ସି । ଏ କାତା ପୁରାପୁରୁନ୍ ସତ୍ । ତମେ ଜନ୍ତି ବୁନି ନ ରଇଲାସ୍ ତେଇ କାଟ୍ବାକେ ପାଟାଇଆଚି । ବିନ୍ ଲକ୍ମନ୍ କାମ୍କଲାଇ ଆରି ତମେ ସେମନ୍ କଲା କାମେଅନି ଲାବ୍ ପାଇଲାସ୍ନି ।”
ସେ ସଅରର୍ କେତେକ୍ କେତେକ୍ ସମିରଣିୟମନ୍ ଜିସୁକେ ବିସ୍ବାସ୍ କଲାଇ । କାଇକେବଇଲେ, ସେ ମାଇଜି ସେମନ୍କେ କଇରଇଲା । ଆଗେ ମୁଇ ଜାଇଜାଇଟା କରିରଇଲି, ସେ ସବୁ କାତା ସେ ମକେ କଇଦେଲା । ଆରି ସମିରଣିୟ ଲକ୍ମନ୍ ଜିସୁର୍ ଲଗେ ଆସି ତାର୍ ସଙ୍ଗ୍ କେତେ ଦିନ୍ ରଇବାକେ ଗୁଆରି କଲାଇ, ସେଟାର୍ପାଇ ସେ ତେଇ ଦୁଇ ଦିନ୍ ରଇଲା ।
ଜିସୁର୍ କାତା ସୁନି ତାକେ ବେସି ଲକ୍ମନ୍ ବିସ୍ବାସ୍ କଲାଇ । ଲକ୍ମନ୍ ସେ ମାଇଜିକେ କଇଲାଇ, “ତୁଇ କଇଲାକେ ଆମେ ବିସ୍ବାସ୍ କରୁନାଇ, ଆମେ ନିଜେ ତାର୍ କାତା ସୁନି କରି ଏ ଆକା ଦୁନିଆର୍ ରକିଆକରୁ ବଲି ବିସ୍ବାସ୍ କଲୁ ।”
ଜିସୁ ଗଟେକ୍ ରାଜାର୍ ମୁକିଅ ଲକର୍ ପିଲାକେ ନିମାନ୍ କଲା
ଜିସୁ ତେଇ ଦୁଇ ଦିନ୍ ରଇଲା ପଚେ ଗାଲିଲି ରାଇଜେ ଗାଲା । 1ଆରି ଗଟେକ୍ ବବିସତ୍ବକ୍ତା ନିଜର୍ ଦେସେ ସନ୍ମାନ୍ ନ ପାଏ ବଲି ଜିସୁ ଆଗ୍ତୁସେ ତାର୍ ସିସ୍ମନ୍କେ କଇରଇଲା । 2ସେଟାର୍ପାଇ ସେ ଜେଡେବେଲା ଗାଲିଲି ଦେସେ କେଟ୍ଲା, ସେବେଲା ଲକ୍ମନ୍ ଆଲାଦ୍ ସଙ୍ଗ୍ ଡାକିନେଲାଇ । କାଇକେବଇଲେ ଆଗେ ଜିରୁସାଲାମେ ନିସ୍ତାର୍ ପରବ୍ଟାନେ ସେମନ୍ ସେ କରିରଇବା କାମ୍ ସବୁ ଦେକିରଇଲାଇ । 3
ଜିସୁ ଗାଲିଲିର୍ କାନା ନାଉଁର୍ ଗଡେ ଆରି ତରେକ୍ ଗାଲା । ସେ ଗଡେସେ ପାନି ଅଙ୍ଗୁର୍ ରସ୍ କରିରଇଲା । ତେଇ ରମିଅ ସାସନ୍କାରିଆର୍ ଗଟେକ୍ ମୁକିଅ ଲକର୍ ପଅ କପର୍ନାଉମେ ଜର୍ ଅଇରଇଲା । ଜିସୁ ଜିଉଦାଇ ଅନି ଗାଲିଲି ଆଇଲା ଆଚେ ବଲି ସୁନିକରି ଜର୍ ଅଇଲା ପିଲାର୍ ବାବା ତାର୍ ଲଗେ ଗାଲା । ମର୍ବା ସମାନ୍ ଅଇରଇବା ପିଲାକେ ନିମାନ୍ କର୍ବାକେ କପର୍ନାଉମେ ଜୁ ବଲି ଜିସୁକେ ଜୁଆର୍ ବିଆର୍ କଲା । ଜିସୁ ତାକେ କଇଲା, “ତମେ କାବା ଅଇଜିବାଟା ଆରି କେବେ ନ ଅଇଲା ପାରା କାମର୍ ଚିନ୍ମନ୍ ନ ଦେକ୍ଲେ କେବେ ମିସା ମକେ ବିସ୍ବାସ୍ ନ କରାସ୍ ।”
ସେ ଲକ୍ ତାକେ କଇଲା, “ଏ ଗୁରୁ, ମର୍ ପିଲା ନ ମର୍ବା ଆଗ୍ତୁ ତମେ ମର୍ ସଙ୍ଗ୍ ଆସା ।”
ଜିସୁ ତାକେ କଇଲା, “ଏବେ ତୁଇ ତର୍ ଗରେ ଜା, ତର୍ ପିଲା ଜିବନ୍ ଅଇଗାଲାବେ ।” ସେ ଲକ୍ ଜିସୁ କଇରଇବା କାତା ବିସ୍ବାସ୍ କରି ବାଉଡିଗାଲା । ସେ ଗରେ ଗାଲାବେଲେ ତାର୍ କେତେଟା ଗତି ଦାଙ୍ଗ୍ଡାମନ୍ ତାକେ ବେଟ୍ପାଇକରି, “ତର୍ ପିଲା ନିମାନ୍ ଅଇଲାବେ” ବଲି କଇଲାଇ ।
ସେ ଲକ୍ ତାର୍ ଗତିଦାଙ୍ଗ୍ଡାମନ୍କେ ପାଚାର୍ଲା, “ପିଲା କେଡେବେଲେ ନିମାନ୍ ଅଇଲା ?” ଗତିଦାଙ୍ଗ୍ଡାମନ୍, “କାଲି ଗଁଟେ ବେଲେ ନିମାନ୍ ଅଇଲା” ବଲି କଇଲାଇ । ଜିସୁ ଟିକ୍ ସେବେଲାସେ ତର୍ ପିଲା ନିମାନ୍ ଅଇଲାବେ ବଲି କଇରଇଲାଟା ସେ ମୁକିଅ ଲକ୍ ମନେପାକାଇଲା । ସେଟାର୍ପାଇ ସେ ଲକ୍ ଆରି ତାର୍ ଗରର୍ ସବୁ ଲକ୍ ଜିସୁକେ ବିସ୍ବାସ୍ କଲାଇ ।
ଜିସୁ ଜିଉଦାଇ ଅନି ଗାଲିଲି ଦେସେ ଆଇଲା ପଚେ ଏଟାସଙ୍ଗ୍ ଦୁଇପାଲି କାବାଅଇଜିବା କାମ୍ କରି ରଇଲାଟା ।
Source notes (3)
- Cross-reference ମାତିଉ ୧୩:୫୭; ମାର୍କ ୬:୪; ଲୁକ୍ ୪:୨୪
- Cross-reference ଜଅନ୍ ୨:୨୩
- Cross-reference ଜଅନ୍ ୨:୧-୧୧
ସତିଅର୍ ବାଟ୍. Copyright © 2020 The Word for the World International. Licensed under CC BY 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY 4.0 · SourceEdition imported 2026-10-25.